।। ଡ଼ଙ୍ଗାସିଲ କୁ ବ୍ଲକ ଓ କାଶୀପୁର କୁ ସବଡ଼ିଭିଜନ ମାନ୍ୟତା ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ।।
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗାସିଲ ପଞ୍ଚାୟତ କୁ ବ୍ଲକ ମାନ୍ୟତା ଦାବି ନେଇ କିଛି ଦିନ ହେଲା ଅଞ୍ଚଳ ରେ ଲୋକଙ୍କ ପ୍ରତିକ୍ରିୟା ଜୋର ଧରିଥିବା ବେଳେ ପ୍ରାୟ ପ୍ରତି ଗ୍ରାମପଞ୍ଚାୟତ ରେ ବାରମ୍ବାର ସାଧାରଣ ରେ ବୈଠକ ଅନୁଷ୍ଠିତ ହେଉ ଥିବା ଦେଖିବାକୁ ମିଳୁଛି। ସେହି କ୍ରମରେ ଆଜି ଡ଼ଙ୍ଗାସିଲ ସଦର ମହକୁମା ଠାରେ ଅନ୍ୟ ୫ ଟି ଗ୍ରାମ ପଞ୍ଚାୟତର ଶତାଧିକ ଜନସାଧାରଣ ଙ୍କ ସମେତ ଅଞ୍ଚଳ ର ବୁଦ୍ଧିଜୀବୀ, ସମାଜ ସେବୀ ଙ୍କ ଉପସ୍ଥିତ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ଡ଼ଙ୍ଗାସିଲ କୁ ଏକ ବ୍ଲକ ପୁଣି କାଶୀପୁର କୁ ଏକ ସବ-ଡିଭିଜନ ମାନ୍ୟତା ପାଇଁ ନିଷ୍ପତ୍ତି କରାଯାଇଥିଛି। ଡଙ୍ଗାସିଲ ବ୍ଲକ ମାନ୍ୟତା ମିଳିଲେ ଅଞ୍ଚଳର ପାଖାପାଖି ୧୨ ଟି ପଞ୍ଚାୟତ ର ଜନସାଧାରଣ ଅନେକ ସମସ୍ୟାରୁ ଉପକୃତ ହେବେ ବୋଲି ପ୍ରକାଶ ପାଇଛି। ଫଳରେ ଡ଼ଙ୍ଗାସିଲ ତଥା ଅନ୍ୟ୧୨ ଟି ଗ୍ରାମପଞ୍ଚାୟତ ର ଲୋକେ ତାଙ୍କ ମୌଳିକ ସମସ୍ୟା ଯଥା ବ୍ଲକ , ତହସିଲ, ମେଡିକାଲ ଭଳି ଅନେକ ସେବାରୁ ଲାଭ ପାଇପାରିବେ । ପ୍ରକାଶ ଥାଉ କି ଏହି ଅଞ୍ଚଳ ବ୍ଲକ ଅନ୍ତର୍ଗତ ଅନ୍ୟ ଅଞ୍ଚଳ ମାନଙ୍କ ଠାରୁ ବିକାଶ ଦିଗରେ ପଛୁଆ । ଅଞ୍ଚଳ ଠାରୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ଠାରୁ ବହୁ ଦୂରରେ ରହିଥିବାବେଳେ ଭୌଗଳିକ କାରଣ ରୁ ଅଞ୍ଚଳ ଏକ ପାହାଡ଼, ପର୍ବତ ,ନଦୀ ରେ ଘେରି ରହିଛି । ସେହିପରି ଗମନା ଗମନ ବ୍ୟବସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କହିବାକୁ ଗଲେ ଏପର୍ଯ୍ୟନ୍ତ ଏଠାକାର ଲୋକେ ଘଡା ଓ ଖଚର ଦ୍ୱାରା ପରିବହନ ର ଆଶ୍ରୟ ନେଇଥାନ୍ତି। ଏସବୁ କୁ ଦୃଷ୍ଟି ରେ ରଖି ରେ ଡ଼ଙ୍ଗାସିଲ କୁ ବ୍ଲକ ଓ କାଶୀପୁର କୁ ଏକ ସବଡ଼ିଭିଜନ ମାନ୍ୟତା ଦିଆଯିବା ଦାବି ନେଇଁ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦେଶ୍ୟ ରେ ଅନ୍ତିମ ବୈଠକ ପାରେ ଆଜି କାଶୀପୁର ତହସିଲଦାର ଶ୍ରୀ ସୁନୀଲ କୁମାର ପ୍ରଧାନଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିସହ ଏହାର ଏକକିତା ନକଲ ମାନ୍ୟବର ପ୍ରଧାନ ମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ରାଜ୍ୟପାଳ ଓଡିଶା, ରାଜ୍ୟ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଙ୍କ ସମେତ କେନ୍ଦ୍ରୀୟ ସଂଖ୍ୟାଲଘୁ ପଛୁଆ ବର୍ଗ ଓ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ମନ୍ତ୍ରୀଙ୍କୁ ଡାକ ଯୋଗେ ପ୍ରେରଣା କରିଥିବା ଦେଖିବାକୁ ମିଳିଛି । ଦାବିପତ୍ର ପ୍ରଦାନ ସମୟରେ ରେ ଅନ୍ୟ ମାନଙ୍କ ମଧ୍ୟରୁ ସଦନ ମାଝି ,ଭୀମସେନ ସାଉଁତା , ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ନାଏକ, ଡଙ୍ଗାସିଲ ସରପଞ୍ଚ ସୁମିତ୍ରା ମାଝି , କୋଡ଼ିପାରି ସରପଞ୍ଚ ଡମ୍ବରୁ ଧର ମାଝି , ଏକ୍ସ ଜିଲ୍ଲା ପରିଷଦ ସଭ୍ୟା ଅମ୍ବିକା ମାଝି, ନିରଞ୍ଜନ ନାଏକ, ହଳଧର ନାଏକ , ଏକ୍ସ ଡଙ୍ଗାସିଲ ସରପଞ୍ଚ ନରସିଂହ ସାଉଁତା , ଉମ୍ମା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0