ଝରିଗୁମ୍ମା ଗ୍ରାମ ପଞ୍ଚାୟତ ର ସାପ୍ତାହିକ ହାଟ ର ଉଦ୍ଘାଟନ

Feb 21, 2025 - 17:42
 0  70
ଝରିଗୁମ୍ମା ଗ୍ରାମ ପଞ୍ଚାୟତ ର  ସାପ୍ତାହିକ ହାଟ ର ଉଦ୍ଘାଟନ

ନବରଙ୍ଗପୁର,( ରଞ୍ଜିତନାୟକ ) ତା: ୨୧/୦୨/୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଧିନସ୍ତ ଝରୀଗୁମା ଗ୍ରାମ ପଞ୍ଚାୟତ ର ମୁଖ୍ୟ ରାସ୍ତା ବିରିଗୁଡା ଆମ୍ବ ତୋଟା ଠାରେ ନୂତନ ଭାବେ ଗୁରୁବାର ଦିନ ର ସାପ୍ତାହିକ ହାଟ ର ଉଦ୍ଘାଟନ ହୋଇ ଯାଇଛି ! ଏହି ପଞ୍ଚାୟତ ରେ ବିଶେଷ ଭାବେ ଚାଷୀ, ବ୍ୟବସାୟୀ, ଦିନ ମୁଜୁରୀଆ ଖଟିଖିଆ, ଖାଉଟି ଲୋକମାନେ ବସବାସ କରି ଚଳି ଆସୁଛନ୍ତି କିନ୍ତୁ ସବୁବେଳେ ପଞ୍ଚାୟତ ବାସୀ ଅନ୍ୟ ଗ୍ରାମର ହାଟ ଉପରେ ନିର୍ଭର କରି ,ବ୍ୟବସାୟୀ, କିଣା ବିକା କରି ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହୋଇ ଚଳି ଆସୁଥିଲେ ! ଏଣୁ ଉଦୟମାନ ଶିକ୍ଷିତ ଦୂର ଦୃଷ୍ଟି ସଂପନ ବ୍ୟକ୍ତି ବର୍ତ୍ତମାନ ର ସରଞ୍ଚ ଶ୍ରୀ ମନମୋହନ ଦଳପତି ଏଥି ପ୍ରତି ଚିନ୍ତା କରି ଗ୍ରାମ ପଞ୍ଚାୟତ ର କେତେକ ବୁଦ୍ଧି ଜୀବି, ସମାଜ ସେବି, ଜନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଅଞ୍ଚଳର ଜନସାଧାରଣ ଙ୍କର ସୁବିଧା ପାଇଁ ହାଟ ଉଦ୍ଘାଟନ କରାଯାଇଛି ! ମୁଖ୍ୟ ଅଥିତି ପୂର୍ବତନ ବିଜେଡି ବିଧାୟକ ସଦାଶିବ ପ୍ରଧାନୀ, କୌଶଲ୍ୟା ପ୍ରଧାନୀ, ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣ ମୁଞ୍ଜୁରୀ ବିଶଇ, ଓ ପଞ୍ଚାୟତ ର ବହୁ ଜନ ସାଧାରଣ ମାନେ ଯୋଗ ଦେଇଥିଲେ ! ନୂତନ ଭାବେ ଉଦ୍ଘାଟନ ହୋଇଥିବା ସାପ୍ତାହିକ ହାଟ ରେ ବିଭିନ୍ନ ପ୍ରକାର ପନିପରିବା,ଡାଲି ଜାତୀୟ, ମାଛ, ଶୁଖୁଆ, କୁକୁଡ଼ା, ଗାଈ ଗୋରୁ ବିଭିନ୍ନ ପ୍ରକାର ର ବ୍ୟବସାୟୀ ,ମାନେ ବେପାର ବାଣିଜ୍ୟ କରି ଖୁସି ବ୍ୟକ୍ତ କରିଥିଲେ ! ଏହି ହାଟ ର ପରିଚାଳନା କରିବା ପାଇଁ ମୁଖ୍ୟତଃ ସରପଞ୍ଚ, ଶ୍ରୀ ମନ ମୋହନ ଦଳପତି, ସମିତି ସଭ୍ୟ, ସମନାଥ ସୌରା, ସଭାପତି, ଧୀରେନ୍ଦ୍ର ମହାପାତ୍ର, ଉପସଭାପତି, ନିରଞ୍ଜନ ସୌରା, ସମ୍ପାଦକ, ଗୋପାଲକୃଷ୍ଣ ସାହୁ, ଦ୍ୱାରୀକା ହରିଜନ, ଶୁଶିଲ ବାଘ, ବୁଦନ ବାଘ, ଉମା ସୌରା, ଉମା ହରିଜନ, ଦେବାନନ୍ଦ ହରିଜନ, ମକର ହରିଜନ. ଅନାମୁ ପ୍ରଧାନୀ, ତୁଳସା ମାଝୀ, ଲଷ୍ମୀ ଚନ୍ଦ୍ର ଟାକ୍ରୀ, ପର୍ଶୁ ମୁଦୁଲି, ଅଭିମିନ୍ୟୁ ହରିଜନ, ଧବୁଲୁ ମାଝୀ, ରେଣୁକା ହରିଜନ. ସଂଜୀବ ମିଶ୍ର. ରଘୁନାଥ ହରିଜନ,ଓ ପଞ୍ଚାୟତ ବାସୀ ମାନଙ୍କର ପ୍ରୟାସ କ୍ରମେ କାର୍ଯ୍ୟକ୍ରମ ସଫଳତା ହୋଇଥିବାର ଦେଖିବା କୁ ମିଳିଥିଲା !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ