ଜୟପାଟଣା ବ୍ଳକ ରେ କଳାହାଣ୍ଡି ଉତ୍ସବ ପାଇଁ ବୈଠକ ଶୁଣି ଚେୟାରମେନ ଘୋର ନିଦ୍ରାରେ

Dec 20, 2024 - 20:13
 0  77
ଜୟପାଟଣା ବ୍ଳକ ରେ କଳାହାଣ୍ଡି ଉତ୍ସବ ପାଇଁ ବୈଠକ ଶୁଣି ଚେୟାରମେନ ଘୋର ନିଦ୍ରାରେ

ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନଙ୍କ ଅନୁପସ୍ଥିତରେ ଜୟପାଟଣା ବ୍ଳକରେ କଳାହାଣ୍ଡି ଉତ୍ସବ ବୈଠକକୁ ଚର୍ଚ୍ଚା,ଲୋକକଳା, ସଂକୃତି,ଲୋକ ସମ୍ପର୍କ,ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଲୁକ୍କାୟିତ ପ୍ରତିଭାର ଗୌରବ ଗାରିମାକୁ ଉଜ୍ଜ୍ୱଳ କରିବାପାଇଁ ଜିଲ୍ଲାରେ କଳାହାଣ୍ଡି ଉତ୍ସବ ପାଳନ କରାଯାଏ, ଯାହା ଆଜି ଜୟପାଟଣା ବ୍ଲକ ପକ୍ଷରୁ ଉତ୍ସବର ପ୍ରସ୍ତୁତି ବୈଠକ ପାଇଁ କମିଟିର ସମସ୍ତ ବୁଦ୍ଧିଜୀବୀ, ବିଡ଼ିଓ ସମେତ ବ୍ଲକ ପଦାଧିକାରୀ ଉପସ୍ଥିତ ଥିଲେ,କିନ୍ତୁ ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ ଅନୁପସ୍ଥିତ ଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି,କଳାହାଣ୍ଡି ଜିଲ୍ଲାର ମାନ ସମ୍ମାନ ଲୋକକଳା ଓ ଉତ୍ସବର ପ୍ରସ୍ତୁତି ପାଇଁ ଜୟପାଟଣା ବ୍ଲକ ପକ୍ଷରୁ କଳାହାଣ୍ଡି ଉତ୍ସବ ପାଳନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ନିଷ୍ପତ୍ତି ନିଆଯାଉଥିବା ବେଳେ ବୈଠକରେ ବ୍ଲକ ଚେୟାରମ୍ୟାନ ଥବିର ବାଗ ଓ ଭାଇସ ଚ୍ୟାରମ୍ୟାନ ଉପସ୍ଥିତ ନଥିବାର କାରଣ ଏକ ବଡପ୍ରଶ୍ନ ,ବ୍ଲକରେ କୌଣସି ଏକ କାର୍ଯ୍ୟକ୍ରମ ବା ଉନ୍ନୟନ ମୂଳକ କାର୍ଯ୍ୟ ହେଲେ ଚେୟାରମ୍ୟାନ ଉପସ୍ଥିତ ନହେବେ ତାହେଲେ କେବେ ଉପସ୍ଥିତ ରହିବେ, ଏଥିରୁ ସ୍ପଷ୍ଟ ଜଣାପଡୁଛି ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ ବ୍ଲକ ତଥା ଅଞ୍ଚଳ ପ୍ରତି ଆନ୍ତରିକତା ଦେଖାଉନଥିବା ସହ ଅଣଦେଖା କରୁଛନ୍ତି ବୋଲି ଅନୁମାନ କରାଯାଉଛି, ଅପର ପକ୍ଷରେ କଳାହାଣ୍ଡି ଉତ୍ସବ ପାଳନ ନିମନ୍ତେ କମିଟିର ସଦସ୍ୟ ସଦସ୍ୟା ମାନଙ୍କୁ ବିଭିନ୍ନ ଦାୟିତ୍ୱରେ ନିୟୋଜିତ କରାଯାଇଛି,ବୈଠକର ବିଶୃତ ଆଲୋଚନାରେ ବିଗତ ବର୍ଷରୁ ଘୁମୁରା ୨ହଜାର୨୪ ୨୫ରେ ଧୁମଧାମରେ ହେବ ବୋଲି ଆଶା ପ୍ରକାଶ କରାଯାଇଛି,

 କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରୁ ବାବୁଲି ହରିଜନ ଙ୍କ ରିପୋର୍ଟ FIRST NEWS ODISHA.

What's Your Reaction?

Like Like 1
Dislike Dislike 1
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ