ଜେଇଡି ପ୍ରି ପ୍ରିମିୟମ ଲିଗ କ୍ରିକେଟ ଟୁର୍ଣ୍ଣାମେଟ ଉଦଘାଟିତ

Dec 3, 2025 - 05:13
 0  52
ଜେଇଡି ପ୍ରି ପ୍ରିମିୟମ ଲିଗ କ୍ରିକେଟ ଟୁର୍ଣ୍ଣାମେଟ ଉଦଘାଟିତ

କୋଲାବିରା, ୨ ।୧ ୯(ଫାଷ୍ଟ ନ୍ୟୁଜ ଓଡିଶା) : କୋଲାବିରା ମିନି ଷ୍ଟାଡିୟମ ଠାରେ ଜେଇଡି ପ୍ରିମିୟମ ଲିଗ କ୍ରିକେଟ ପ୍ରତିଯୋଗିତା ଅ ଆରମ୍ଭ ହୋଇଯାଇଛି । ୫ ଦିନ ଧରି ହେବାକୁ ଥିବା ଏହି ପ୍ରିମିୟମ ଲିଗରେ ସରବାହାଲ,ପାହାଡି, ବ । ଗ ର୍ଡ ହି , ମଧ୍ୟ ଜମନକିରା,କୁଚିଣ୍ଡା,ଲଇକେରା,କୁସୁମି,ଝାରସୁଗୁଡା,ବେହେରାମାଲ,କେଶେଇବାହାଲ,ବାମରା,ସାହାପଡା,ରଘୁନାଥପାଲି,କଚେରୀ, ଟିମ ୩୩କେଭି ଓ ଟିପିଡବ୍ଲୁଓଡିଲ ଆଦି ୧୬ ଟି ଦଳ ଭାଗ ନେଇଛନ୍ତି । ପ୍ରଥମ ଦିନ ଖେଳ ସରବାହାଲ ଏବଂ ପାହାଡି ରେ ହୋଇଥିଲା ଏଥିରେ ପାହାଡି ଦଳ ବିଜୟ ହାସଲ କରିଥିବା ବେଳେ ଦ୍ବିତୀୟ ଦିନ ବେହେରାମାଲ ଏବଂ କେଶେଇବାହାଲ ମଧ୍ୟରେ ମ୍ୟାଚ ହୋଇଥିଲା ଏଥିରେ ବେହେରାମାଲ ଦଳ କେଶାଇବାହାଳ ହାଲକୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଟାଟା ପାୱାର ପଶ୍ଚିମ ଓଡିଶା ବିତରଣ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରିମିୟମ ଲିଗ୍ ରଘୁନାଥପାଲି ବିଦ୍ୟୁତ ସେକସନ ଦ୍ବାରା ପରିଚାଲିତ ହେଉଛି । ଏଥୁରେ ରଘୁନାଥପଲି ବିଦ୍ୟୁତ ସେକସନର ସୁପରଭାଇଜର କିଶୋର ଚ ଚନ୍ଦ୍ର ପୁହାଣଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀ ମାନେ ସହଯୋଗ କରୁଛନ୍ତି । ବିଗତ ତିନି ବର୍ଷ ଧରି ଏହି ଜେଇଡି ପ୍ରିମିୟମ ଲିଗ (ଜେପିଲ) ଅନୁଷ୍ଠି ନୁଷ୍ଠିତ ହୋଇ ଆସୁଥ‌ିବା ବେଳେ ଚଳିତ ବର୍ଷ ତାହାର ଚତୁର୍ଥ ସେସନ ଆରମ୍ଭ ହୋଇଛି । ଏଥୁରେ ଭାଗ ନେଇ ନଇଥିବା । ସମସ୍ତ ସମ ଦଳ ବିଦ୍ୟୁତ ବିଭାଗ ଅଧୀନରେ କାର୍ଯ୍ୟରତ କର୍ମଚାରୀ ହୋଇଥିବା ବେଳେ ବିଭିନ୍ନ ସେକସନରୁ ପ୍ରତିନିଧୂପ ପ୍ରତିନିଧତ୍ବ କରୁଛନ୍ତି । ବ୍ୟସ୍ତ ବହୁଳ କର୍ମମୟ ଜୀବନରୁ କିଛି ସମୟ ବାହାର କରି ନିଜ ନିଜ ମଧ୍ୟରେ ବନ୍ଧୁତ୍ଵ,ସୌହାନ୍ଧ୍ୟର ବାତାବରଣ ସୃଷ୍ଟି କ କରିବା । ଏହି ବନ୍ଧୁତ୍ଵପୂର୍ଣ ପ୍ରତିଯୋଗିତା ଉଦ୍ଦେଶ୍ୟ ରହିଥ‌ିବା ବେଳେ ଏହାଫଳରେ ଆଖପାଖ ଅଂଚଳରେ ରହି କାର୍ଯ୍ୟକରୁଥିବା ସହକର୍ମୀଙ୍କ ମଧ୍ୟରେ ପରିଚୟ ଆଦାନ ପ୍ରଦାନ ସାଙ୍ଗକୁ ଅନ୍ତନିହିତ ପ୍ରତିଭା ପ୍ରକାଶ କରିବାର ଉତ୍ତମ ମାଧ୍ୟମ ବୋଲି ଖେଳାଳି ମତ ପ୍ରକାଶ । କରିଛନ୍ତି । ଆସନ୍ତା ୫ ତାରିଖ ଏହି ପ୍ରିମିୟମ ଲିଗର ଉଦ୍‌ଯାପନୀ ଉତ୍ସବରେ ବହୁ ବିଶିଷ୍ଟ ଅତିଥିଙ୍କ ଗହଣରେ ଉତ୍ତମ ଖେଲ ପ୍ରଦର୍ଶନ କରିଥିବା ଖେଲାଳି ଏବଂ ବିଜେତା ଓ ଉପ-ବିଜେତାଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ପରମାଣପୁର ଠାରେ ବ୍ୟଂଜନ ଦ୍ଵାଦଶୀ ;ଠାକୁରଙ୍କ ନିକଟରେ ଲାଗି ହେଲା୫୬ ଭୋଗ (ଫଟୋ) କୋଲାବିରା, ୨ ।୧୨(ଫାଷ୍ଟ ନ୍ୟୁଜ ଓଡିଶା): କୋଲାବିରା ବ୍ଲକର ପରମାଣପୁର ସ୍ଥିତ ଜଗନ୍ନାଥ ମନ୍ଦିରରେ ବ୍ୟଂଜନ ଦ୍ଵାଦଶୀ ଅବସରରେ ଠାକୁରଙ୍କ ନିକଟରେ ୫୬ ଭୋଗ ଲାଗି ହୋଇଛି । ପୂଜକ ଶିବ ଶଙ୍କର ମହାପାତ୍ରଙ୍କ ଦ୍ଵାର ପୁଜାର୍ଚ୍ଚାଚା ପଶ୍ଚାତ ଠାକୁରଙ୍କ ନିକଟରେ ଭୋଗ ଲାଗି ହୋଇଥଲା । ଏପରିତ ବର୍ଷ ସାରା ବିଭିନ୍ନ ସମୟରେ ବିଭିନ୍ନ କିଶମର ପୁଜାର୍ଚ୍ଚନା ସାଙ୍ଗକୁ ଭୋଗଲାଗି ହୋଇଥାଏ । ମାତ୍ର ୫୬ ଭୋଗ କେବଳ ବର୍ଷକୁ ଥରେ ବ୍ୟଂଜନ ଦ୍ଵାଦଶୀ ଦିନ ହିଁ ଲାଗି ହୋଇଥାଏ । ମନ୍ଦିର ନିର୍ମାଣ ଏବଂ ବିଗ୍ରହ ସ୍ଥାପନା ପରଠାରୁ ଗ୍ରାମବାସୀ ତଥା ଶ୍ରଦ୍ଧାଳୁଙ୍କ ପକ୍ଷରୁ ନିୟମିତ ଭାବରେ ପ୍ରତିବର୍ଷ ଏହି ତିଥିରେ ୫୬ ଭୋଗ ଲାଗି ହୋଇଥାଏ। ଏଇ ପାବନ ଅବସରରେ ଜଗନ୍ନାଥ ମନ୍ଦିର କମିଟୀର ଗୌରବ ରଂଜନ ନାଏ ।ଏକ,ଶୁଭମ ସାହ, ଉମାକାନ୍ତ କିସାନ, ସରୋଜ ନାଏକ,ଗୋପାଲ ମହାପାତ୍ର,କେଶବ ଭୋଇ,ଜିତେନ ପଶାଏତ,ସରୋଜ ସାହୁ,ବିଜୁ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ସାମୁହିକ ପ୍ରସାଦ ବଂଟନର ବ୍ୟବସ୍ତା କରାଯାଇଥିଲା ।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡିଶା)

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ