ଜିଲ୍ଳା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ

Dec 5, 2025 - 04:03
 0  6
ଜିଲ୍ଳା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ

ମାଲକାନଗିରି, ୪/୧୨/୨୫: ଜିଲ୍ଲା କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ଵାରା ମାଲକାନଗିରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ, ଜିଲ୍ଲା କ୍ରୀଡା ଅଧିକାରୀ ମୁନା ତୁରୁକ୍ ଓ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗରେ ପ୍ରତିଯୋଗିତାରେ ଜିଲ୍ଲାର ୧୫ରୁ ୨୯ ବର୍ଷୀୟ ଯୁବକ ଓ ଯୁବତୀମାନେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବୋତ୍ସବରେ ମନୋନୀତ ହୋଇଥିବା ୧୫ ଗୋଟି ଏକକ ପ୍ରତିଯୋଗୀ ଏବଂ ୬ ଗୋଟି ସାଂସ୍କୃତିକ ଦଳର କୃତୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ଏହି ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ କଳାବିକାଶ କେନ୍ଦ୍ରର ଯୁବକ ଯୁବତୀ, ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ବହୁ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ