।। ଜିଲ୍ଲା ସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାଯ୍ୟକ୍ରମ ।।

Jul 9, 2024 - 18:47
 0  19
।। ଜିଲ୍ଲା ସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାଯ୍ୟକ୍ରମ ।।

ଜିଲ୍ଲା ସମାଜ କଲ୍ୟାଣ ବିଭାଗ, କୋରାପୁଟ ଏବଂ ୟୁନିସେଫ ର ମିଳିତ ଉଦ୍ୟମରେ ଆଜି ଠାରୁ ତିନି ଦିନିଆ ଜିଲ୍ଲା ସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାଯ୍ୟକ୍ରମ ଆରମ୍ଭ ହୋଇଯାଇଛି | ସର୍ବେ ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇଥଲା | ଆଜିର ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ ଶ୍ରୀମତୀ ଆଲୋମଣି ସେଠୀ ଯୋଗଦେଇଥିଲେ ଏବଂ ରାଜ୍ୟ ଶିଶୁ ଓ ମହିଳା ବିକାଶ ବିଭାଗ ତରଫରୁ ଶ୍ରୀ Janmejay Sahu, Under Secretary ଓଡିଶା ସରକାର ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରିଥିଲେ | ସର୍ବେ ପ୍ରଥମେ Smt Annpurna Kundu, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, କୋରାପୁଟ ଶିଶୁ ମାନଙ୍କ ଓଜନ ଏବଂ ଉଚ୍ଛତା କିଭଳି ଠିକ ଭାବରେ ନିଆ ହେବ ଏବଂ କୁପୋଷଣ ଶିଶୁ କୁ ଆମେ ଚିହ୍ନଟ କରି ତାର ଖାଦ୍ୟ, ସ୍ୱାସ୍ଥ୍ୟ, ପରିଷ୍କାର ପାରିଛନତା ଉପରେ ଧ୍ୟାନ ଦେବା ସେହି ଉପରେ ଆଲୋଚନ କରିଥିଲେ | ଆଜିର ପ୍ରଥମ ଦିନରେ ଜୟପୁର, ପଟାଂଗୀ, ସୁନାବେଡା, ନନ୍ଦପୁର, ସିମିଲିଗୁଡା ଶିଶୁ ବିକାଶ ପ୍ରକଳ୍ପ ରୁ ସମସ୍ତ ଶିଶୁ ବିକାଶ ଅଧିକାରୀ, କ୍ଷେତ୍ର ପରିଦର୍ଶିକା, ମମତା ପିଏ, ମିଶନ ଶକ୍ତି ବ୍ଲକ ସଂଯୋଜକ, ପୋଷଣ ବ୍ଲକ ସଂଯୋଜକ ଉପସ୍ଥିତ ରହିଥିଲେ | ସେହିଭଳି ସମାଜ ମଙ୍ଗଳ କାର୍ଯ୍ୟାଳୟ ତରଫରୁ ପୋଷଣ ଜିଲ୍ଲା ସଂଯୋଜକ କାଜଲ ନାୟକ, NOP ମମତା ମହାନ୍ତି, ଜିଲ୍ଲା ସଂଯୋଜକ-ମମତା, ସୀମା ବେହେରା, ଜିଲ୍ଲା ସଂଯୋଜକ ବାଲ୍ୟ ବିବାହ ପ୍ରସନ୍ନ ମିଶ୍ର, CMAM Rajendra Limma, Mrutunjaya Pattnaik, Lalanta Benia ଉପସ୍ଥିତ ଥିଲେ |

 ବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ