ଟାଟା ପାଓ୍ବାରକୁ ଓଡ଼ିଶା ଜଳ ବିଦ୍ୟୁତ ନିଗମ ତରଫରୁ ତିନି ମାସରେ ୬୪ ଲକ୍ଷ ଟଙ୍କା ର ବିଜୁଳି ବିଲ

Feb 27, 2026 - 21:47
 0  154
ଟାଟା ପାଓ୍ବାରକୁ ଓଡ଼ିଶା ଜଳ ବିଦ୍ୟୁତ ନିଗମ ତରଫରୁ ତିନି ମାସରେ ୬୪ ଲକ୍ଷ ଟଙ୍କା ର ବିଜୁଳି ବିଲ

କଳାହାଣ୍ଡି: ୨୭/୦୨/୨୬(ବାବୁଲି ହରିଜନ ;ଫାଷ୍ଟ ନ୍ୟୁଜ ଓଡିଶା)ଚର୍ଚ୍ଚା ରେ ଓଡ଼ିଶା ଜଳ ବିଦ୍ୟୁତ ନିଗମ,ସର୍ବାଧିକ ବିଦ୍ୟୁତ୍ ଉତ୍ପାଦନ ଏବଂ ଆବଣ୍ଟନ କ୍ଷେତ୍ରରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ସମଗ୍ର ରାଜ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସାମାନ୍ୟ ତ୍ରୁଟି କୁ ନ ସଜାଡ଼ି ଲକ୍ଷ ଲକ୍ଷ ଟଙ୍କା ପୈଠ କରାଯିବା ମୁଖିଗୁଡା ସ୍ଥିତ ଓଡିଶା ଜଳ ବିଦ୍ୟୁତ ନିଗମ ର ପାରଦର୍ଶିତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଅନୁସନ୍ଧାନ ରୁ ଜଣାପଡିଛି ଯେ ପ୍ରକଳ୍ପରେ କାର୍ଯ୍ୟରତ ଟ୍ରାନ୍ସଫର୍ମର ଅଚଳ ହୋଇଥିଵାରୁ ବିଦ୍ୟୁତ ସରବରାହ କୁ ନିୟମିତ କରିବା ଉଦ୍ଦେଶ୍ୟରେ ତିନି ମାସର ବିଲ ଟାଟା ପାଓ୍ବାରକୁ ଓଡ଼ିଶା ଜଳ ବିଦ୍ୟୁତ ନିଗମ ତରଫରୁ ୬୪.୫ ଲକ୍ଷ ଟଙ୍କା କୁ ପୈଠ କରାଯାଇଛି। ଏହି ପ୍ରକଳ୍ପରୁ ଉତ୍ପାଦିତ ବିଜୁଳି କୁ ଗ୍ରୀଡକୋ କୁ ୟୁନିଟ୍ ପିଛା ୦.୪୨ ପଇସାରେ ଦେଉଥିବା ବେଳେ ବର୍ତ୍ତମାନ ଛଅ ଟଙ୍କା ରେ କିଣିବାକୁ ପଡୁଛି। ଯାଜପୁରର ଶ୍ରୀସାଇ ପାୱାରକୁ ଟ୍ରାନସଫର୍ମର ମରାମତି ପାଇଁ ଦାୟିତ୍ଵ ଦିଆଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୨୯ ରାତିରେ ଇନ୍ଦ୍ରାବତୀ ପାଓ୍ବାର ହାଉସ ସଂଲଗ୍ନ ସ୍ଵିଚ୍‌ୟାର୍ଡ ମଧ୍ୟରେ ସ୍ଥାପିତ ୨୦ ଏମ୍‌ଭିଏ ର ଟ୍ରାନ୍ସଫର୍ମରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇ ଅଚଳ ହୋଇପଡ଼ିଥିଲା। ତା'ଉପରେ ନିର୍ଭର କରୁଥିବା ପାଓ୍ବାର ହାଉସ, କଲୋନି, କାର୍ଯ୍ୟାଳୟର ଅନେକ ଅଞ୍ଚଳ ତିନିଦିନ ଧରି ଅନ୍ଧାରରେ ରହିଥିଲା। ପରବର୍ତ୍ତୀ ସମୟରେ ଟାଟା ପାୱାରରୁ ସଂଯୋଗ ଆଣି ବିଦ୍ୟୁତ୍ ଆବଶ୍ୟକତା ପୂରଣ କରାଯାଇଥିଲା। ଇନ୍ଦ୍ରାବତୀ ସ୍ବିଚୟାର୍ଡ୍ ମଧ୍ୟରେ ଦୀର୍ଘ ୨୫ ବର୍ଷ ଧରି ଏହି ଟ୍ରାନ୍ସଫର୍ମର ଅନବରତ ସେବା ଯୋଗାଇ ଆସୁଥିବା ବେଳେ ଏହାର ଉଚିତ ରକ୍ଷଣାବେକ୍ଷଣ ପ୍ରତି ଯେତିକି ଦୃଷ୍ଟି ଦିଆଯିବା କଥା , ତାହା କରାଯାଇନାହିଁ। ପରିଚାଳନାଗତ ତ୍ରୁଟି ଏହି ଅଚଳାବସ୍ଥାର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି। ଏଥିପାଇଁ ଦୁଇଜଣ ବିଭାଗୀୟ ଯନ୍ତ୍ରୀଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଅନ୍ୟତ୍ର ବଦଳି କରିଦିଆଯାଇଥିବା ଜଣାଯାଏ। ଇନ୍ଦ୍ରାବତୀ ପ୍ରକଳ୍ପ ୨୦୦୧ ମସିହାରୁ ପୂର୍ଣାଙ୍ଗ ହେବା ପରେ ଆଞ୍ଚଳିକ ବିକାଶ ଓ ପରିପାର୍ଶିକ ଉନ୍ନୟନ କୁ ଯେତିକି ଅଣଦେଖା କରାଯାଇଛି; ସେତିକି ପରିମାଣରେ ଆଭ୍ୟନ୍ତରୀଣ ପରିଚାଳନା ଓ ସୁରକ୍ଷାରେ ଅବହେଳା କରାଯାଉଥିବା ଅଭିଯୋଗ ହୁଏ। ଟ୍ରାନ୍ସଫର୍ମରରେ ସାମାନ୍ୟ ତ୍ରୁଟି ସୁଧାରି ନ ପାରି ଲକ୍ଷ ଲକ୍ଷ ଟଙ୍କାର ବିଲ୍ ପୈଠ କରିବା ସରକାରୀ ରାଜକୋଷ ର ଦୂରୂପଯୋଗ ହେଉଥିବା ମନେହୁଏ। ବିଶେଷ କରି ଶହ ଶହ କ୍ୱାର୍ଟର ରେ ବ୍ୟବହାର ହେଉଥିବା ହିଟର,ଏସି ଏବଂ ଅନିୟନ୍ତ୍ରିତ ବିଦ୍ୟୁତ ପରିଚାଳନା ପାଇଁ ଚର୍ଚ୍ଚା ରେ ରହୁଥିବା ଓଡିଶା ଜଳ ବିଦ୍ୟୁତ ନିଗମ ନିକଟରେ ଦୂରଦୃଷ୍ଟିର ଅଭାବ ରହିଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ