ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ:୧୦ ଜଣ ହିତାଧିକାରୀ ଙ୍କୁ ନୂତନ କାର୍ଯ୍ୟାଦେଶ ବଣ୍ଟନ,ଗ୍ରାମୀଣ ଗୃହ ଯୋଜନା ରେ ୫ ଜଣ ହିତାଧକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ:ଜିଲ୍ଲାର ୩୫୧୫ ଜଣ ହିତାଧକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା ରେ ସାମିଲ

Apr 25, 2026 - 21:46
 0  2
ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ:୧୦ ଜଣ ହିତାଧିକାରୀ ଙ୍କୁ ନୂତନ କାର୍ଯ୍ୟାଦେଶ ବଣ୍ଟନ,ଗ୍ରାମୀଣ ଗୃହ ଯୋଜନା ରେ ୫ ଜଣ ହିତାଧକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ:ଜିଲ୍ଲାର ୩୫୧୫ ଜଣ ହିତାଧକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା ରେ ସାମିଲ

ବାରିପଦା, (୨୫/୦୪): ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଶହୀଦ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ସହକାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାରିପଦା ସଦର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସମାରୋହର ଶୁଭାରମ୍ଭ କରିଥିଲେ । ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗଦେଇଥିଲେ । ସେହିପରି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା, ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ନାୟକ, ବାରିପଦା ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଏହି ଉତ୍ସବ ରେ ରାଜ୍ୟ ସ୍ତରୀୟ ସମାରୋହ ର ସିଧା ପ୍ରସାରଣ କରାଯାଇଥିଲା । ରାଜ୍ୟ ସ୍ତରୀୟ ସମାରୋହ ର ସମାପନ ପରେ ଜିଲ୍ଲାର ଅନ୍ତ୍ୟୋଦୟ ଗୃହ ଯୋଜନା ର ୧୦ ଜଣ ହିତାଧିକାରୀ ଙ୍କୁ ନୂତନ କାର୍ଯ୍ୟାଦେଶ ବଣ୍ଟନ ଓ ଗ୍ରାମୀଣ ଗୃହ ଯୋଜନା ରେ ୫ ଜଣ ହିତାଧକାରୀଙ୍କୁ ପ୍ରୋତ୍ସାହନ ରାଶି ସମାରୋହ ସ୍ଥଳରେ ଦିଆଯାଇଥିଲା। ଏହାସହ ଜିଲ୍ଲା ସ୍ତରରେ ସ୍ୱଚ୍ଛ ଭାରତ ମିଶନ ରେ ଆଦର୍ଶ, ସ୍ୱଚ୍ଛ ଓ ପରିମଳ ଗ୍ରାମ ଭାବେ ବିଶୋଇ ବ୍ଲକ୍ ର ବୁବେଇଯୋଡା ଗ୍ରାମର ସରପଞ୍ଚ , ୩ ଜଣ ସ୍ୱଚ୍ଛତା ପରିମଳ କର୍ମୀ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୨୦୨୫-୨୬ ଆର୍ଥିକ ବର୍ଷ ରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବା ତିରିଂ ପଞ୍ଚାୟତ ସମିତି, ପି. ଏମ୍. ଜନମନ ରେ ସର୍ବାଧିକ ଗୃହ ସମାପ୍ତ କରିବାରେ ଯଶିପୁର ପଞ୍ଚାୟତ ସମିତି ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନା ରେ ଦୁଇ ସର୍ବୋଚ୍ଚ ପଞ୍ଚାୟତ ସମିତି ଭାବରେ ରାସଗୋବିନ୍ଦପୁର ଓ ବାରିପଦା ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏତଦ୍ ବ୍ୟତୀତ , ମୟୂରଭଞ୍ଜ ଜିଲ୍ଲାରେ ୩୫୧୫ ଜଣ ହିତାଧକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା ରେ ସାମିଲ କରାଯାଇଛି । ସେହିପରି ଜିଲ୍ଲା ସ୍ତରରେ ସମଗ୍ର ଜିଲ୍ଲା ରେ ୩୨୨୯ ଜଣ ହିତାଧିକାରୀଙ୍କୁ ୧ମ କିସ୍ତି ରାଶି ପ୍ରଦାନ କରାଯାଇଛି । ଆଜିର ସମାରୋହରେ ବିଭିନ୍ନ ବ୍ଲକ ତଥା ପଞ୍ଚାୟତର ପଞ୍ଚାୟତରାଜ ସଦସ୍ୟ ସମେତ ଜନସାଧାରଣଙ୍କର ପ୍ରାୟ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାରେ ସମାଗମ ହୋଇଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ