ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳନ

Dec 3, 2024 - 18:41
 0  92
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୩/୧୨/୨୦୨୪ ରିଖ ଭିନ୍ନକ୍ଷମ ଦିବସ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଆଶାକିରଣ ( ମାନସିକ ଅନଗ୍ରସର ପିଲାଙ୍କ ନିମନ୍ତେ ଶିକ୍ଷା ଓ ବୈଷୟିକ ତାଲିମ କେନ୍ଦ୍ର ) ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଫଳ ଓ ବିସକୁଟ ବଣ୍ଟନ କରାଯାଇଛି ! ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ଆୟୋଜିତ ହୋଇଥିଲା ! ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତି ଯୋଗ ଦେଇଥିଲେ ! ଅନ୍ୟାନ୍ୟ ଅତିଥି ଭାବେ ପରିବାର ବିଚାର ବିଭାଗୀୟ ଜର୍ଜ ଶ୍ରୀମତୀ ଲିଲିପ୍ତା ପସାୟତ,ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର, ଅତିରିକ୍ତ ଜିଲ୍ଲା ଜର୍ଜ ( ପୋକସୋ ) ଶ୍ରୀଯୁକ୍ତ ବାସୁଦେବ ଆଚାର୍ଯ୍ୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରପ୍ତ ସଚିବ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା, ବରିଷ୍ଟ ଦେବାନୀ ଜର୍ଜ ଶ୍ରୀମତୀ ମୋନିତା ତ୍ରିପାଠୀ, ବରିଷ୍ଟ ଦେବାନୀ ଜର୍ଜ, ନବରଙ୍ଗପୁର ( ମହିଳା କୋର୍ଟ ) ଶ୍ରୀମତୀ ସୁଦୀପା ପାତ୍ର, ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ପ୍ରଜ୍ଞା ପଣ୍ଡା,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକରି ଶ୍ରୀଯୁକ୍ତ ରାଜେଶ କୁମାର ମିଶ୍ର, ଉପ ମୁଖ୍ୟ ଏଲଏଡ଼ିସି, ଶ୍ରୀ ରାଜ କିଶୋର ନାଗ ଓ ଆଶା କିରଣ ସ୍କୁଲର ଅଧକ୍ଷ୍ୟ ଶ୍ରୀଯୁକ୍ତ ଜଗନ୍ନାଥ ବେହେରା ଯୋଗ ଦେଇଥିଲେ ଓ ପିଲାଙ୍କ ସହ ନାଚ ଗୀତ ମାଧ୍ୟମରେ ଭିନ୍ନକ୍ଷମ ଦିବସ ପାଳନ କରିଥିଲେ ! ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନବରଙ୍ଗପୁର ଦ୍ଵାରା ପରିଚାଳନା କରାଯାଇଥିଲା !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ