ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ

Jun 13, 2025 - 21:06
 0  27
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୩.୦୬. ୨୦୨୫ ରିଖ: ଗତ କାଲି ତା: ୧୨.୬.୨୦୨୫ ରିଖ ଦିନ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ, ୨୦୨୫ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ପାପଡାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଏକ ଆଇନ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା ! ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ଯୋଗ ଦେଇଥିଲେ ! ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଶ୍ରମ ଅଧିକାରୀ ସଂଗ୍ରାମ ଭୂୟାଁ,ନବରଙ୍ଗପୁର, ସୁଧାଂଶୁ ଶେଖର ବିଶ୍ଵାଳ ବ୍ଲକ ପ୍ରୋଗ୍ରାମ ମାନେଜର, ପାପଡାହାଣ୍ଡି, ଶ୍ରୀମତୀ ମନୋରମା ମାଝି, ସାମାଜିକ କର୍ମୀ, ନବରଙ୍ଗପୁର, ପ୍ରମୁଖ ଯୋଗ ଦେଇଥିଲେ ! ଏହି ଶିବିରରେ ଶିଶୁ ଶ୍ରମିକ ପ୍ରଥା କିଭଳି ଏକ ଅପରାଧ,୧୪ ବର୍ଷରୁ କମ ବୟସର ଶିଶୁ ମାନେ ଶିକ୍ଷାଅଧିକାର ଆଇନ ଅନୁଯାୟୀ କିପରି ନିଶୁଳ୍କ, ବାଧ୍ୟତାମୂଳକ ଶିକ୍ଷା ପାଇବାକୁ ହକଦାର ଅଟନ୍ତି ଓ ଶିଶୁ ମାନଙ୍କ ପାଇଁ ଥିବା ଅନ୍ୟାନ୍ୟ ଆଇନ ବିଷୟରେ ଆଲୋଚନା କରିଥିଲେ ! ଏହି ସଚେତନତା ଶିବିରରେ ସୁଧାଂଶୁ ଶେଖର ବିଶ୍ଵାଳ ବ୍ଲକ ପ୍ରୋଗ୍ରାମ ମାନେଜର, ପାପଡାହାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ! ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ପରିଚାଳନା କରାଯାଇଥିଲା !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ