ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Jan 31, 2025 - 20:19
 0  54
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୩୧/୦୧/ ୨୦୨୫: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ୩୦/୦୧/୨୦୨୫ ରିଖ ଦିନ ଭାଟିଶାଳଗୁଡ଼ା ଶକ୍ତିସଦନଠାରେ କିନ୍ନର ମାନଙ୍କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣିତ ଥିବା ବିଭିନ୍ନ ଜନହିତକାରୀ ସରକାରୀ ଯୋଜନା ଓ ସେମାନଙ୍କର ଅଧିକାର ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠୀତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା ! ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓ ଓଡିଶା ହାଇକୋର୍ଟ ଭିଡିଓ କନଫରେନ୍ସ ପାଇଁ ଅଦାଲତର ନୀୟମାବଳୀ ୨୦୨୦ ପାଇଁ ସମ୍ମିଲ୍ଲନୀ ଏବଂ ସେମାନଙ୍କ ପାଇଁ ଉପଲବ୍ଧ ସୂଚନା ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାସୁବିଧା ଉପରେ ସିଭିଲ ପ୍ରସିଜିୟର ଏଡ଼ିଆର ନିୟମ ୨୦୦୭ ଏବଂ ସମ୍ମାନଜନକ ହାଇକୋର୍ଟର ସିଭିଲ ପ୍ରସିଜିୟର ମଧ୍ୟସ୍ତତା ନିୟମ ୨୦୦୭ ସହିତ ଅନ୍ତର୍ଭୁକ୍ତ ଓ ଓଡିଶା ଉଚ୍ଚନ୍ୟାୟଳୟ ପ୍ରଦତ ଆଭାସୀ ମାଧ୍ୟମରେ ଶିକ୍ଷା ଦେବା ପ୍ରଣାଳୀ ସମ୍ପର୍କିତ ଆଇନ ବିଷୟରେ ସଚେତନତା ଶିବିରରେ ଆଲୋକପାତ କରାଯାଇଥିଲା ! ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଶ୍ରୀମତୀ ମନୋରମା ମାଝି ,ଶ୍ରୀମତୀ କିଶୋରୀ ପଟ୍ଟନାୟକ,ଶ୍ରୀମତୀ ରାଖୀ ଜୈନ, ଶ୍ରୀମତୀ ସ୍ଵର୍ଣ୍ଣଲତା ପଟ୍ଟନାୟକ, କିନ୍ନର ଅଧକ୍ଷ କାଜଲ କିନ୍ନର, ସମ୍ପାଦକ ଚୁମକି କିନ୍ନର ! ଶ୍ରୀମତୀ ଏମ ଅନିତା କୁମାରୀ, ତତ୍ୱାବଧାରକ, ଶକ୍ତିସଦନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରାଯାଇଥିଲା !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ