ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ

Nov 16, 2024 - 04:41
 0  216
ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ

ଆଜି ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମ ଜୟନ୍ତୀ ଉପଲକ୍ଷେ l କୋରାପୁଟ ସଦର ମହୋକୁମା ପୋଲିସ ପଡ଼ିଆ ଠାରେ l ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l ଏହି ସମାରହୋରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ମରେନ୍ଦ୍ର ମୋଦି ଆଦିବାସୀଙ୍କ ଭଗବାନ ବିର୍ସା ମୁଣ୍ଡାଙ୍କ ଉପରେ ଅନେକ କଥା ସମାରୋହରେ ଆସିଥିବା ଆଦିବାସୀ ଓ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଭର୍ଚ୍ଚଆଲ ମାଧ୍ୟ୍ୟମରେ ଉଦ୍ଧବଦନ ଦେଇଥିଲେ l ପ୍ରଥମେ ଏହି ସମାରୋହରେ ଉପସ୍ଥିତ ସନମାନୀୟ ଅଥିତି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସନମାନିତ କରିଥିଲେ l ତାହା ପାରେ ନିଜ ନିଜର ଅବିଭାଷଣ ରଖିଥିଲେ l ଆଦିବାସୀଙ୍କ ଭଗବାନ ବିର୍ସା ମୁଣ୍ଡା କିଭଳି ଇଂରେଜ ସରକାରଙ୍କୁ ଲଢେ଼ଇକରୀ ଆଦିବାସୀଙ୍କ ହକ ଆଦିକାର ନିମନ୍ତେ ନିଜକୁ ବଳିଦାନ ଦେଇଥିଲେ ସେ ଉପରେ ସମାରୋହରେ ଆସିଥିବା ଲୋକଙ୍କୁ କୋରାପୁଟର ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମେଲେକା ମଧ୍ୟ ନିଜର ଅଭିଭାଷଣରେ ଭକାଣି ଥିଲେ l ଏହି ସମାରୋହରେ କୋରାପୁଟ ଜିଲ୍ଲାପାଳ ଶ୍ରୀ କୀର୍ତି ବାସନ ଭି , ଦୁଇ ମାନ୍ୟବର ବିଧାୟକ କୋରାପୁଟ ଓ କୋଟପାଡ଼, ଉପସ୍ଥିତ ଥିବାବେଳେ ଜିଲ୍ଲାପରିଷଦ ଅଧକ୍ଷା ସସ୍ମିତା ମେଲେକା,ମୁଖ୍ୟ ଉନୟନ ଅଧିକାରୀ ଦେବାଶିଷ ପଟନାୟକ,ପ୍ରକଳ୍ପ ପ୍ରଶାସକ ତଥା ଆଦିବାସୀ ଉନୟନ ପରିଷଦ ଶ୍ରୀ ତପନ କୁମାର ନାୟକ, କୋରାପୁଟ ପଞ୍ଚାୟତ ସମିତି ଅଧକ୍ୟା ଶ୍ରୀମତୀ ମମତା ମାଝୀ,ଓ କୋରାପୁଟ ପୌରପାରିଷଦର ଅଧ୍ୟକ୍ୟ ଶ୍ରୀ ଲଲାଟ ରଞ୍ଜନ ସେଠୀ ଉପସ୍ଥିତ ରହିଥିବା ବେଳେ କୋରାପୁଟ ଜିଲାରୁ ଅନେକ ଜନଜାତି ସମ୍ପ୍ରଦାୟର ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକ ଆସିଥିବା ଦେଖିବାକୁ ମିଳିଛି l ଏହି ଅବସରରେ କୃଷି ବିଭାଗ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ଷ୍ଟୋଲ ପଖେଇ ଲୋକେ କିଭଳି ଅଧିକା ଲାଭବାନ ହୋଇ ପାରିବେ ସେ ଉପରେ ପତ୍ରିକା ଓ ବହି ରଖି ଲୋକଙ୍କୁ ସୂଚାଉଥିବା ଦେଖିବାକୁ ମିଳିଛି l

 (ସେମିଲିଗୁଡା ଠାରୁ ଦେବେନ୍ଦ୍ର ଖିଲ )

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ