।। ଜିଲ୍ଲାସ୍ତରୀୟ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ ଶିବିର ଅନୁଷ୍ଟିତ ।।

ନୂଆପଡା : ତା ୦୯.୦୭.୨୦୨୪ ରିଖ ଦିନ ଦିବା ୧୦.୦୦ ଘଟିକା ସମୟରେ ଜିଲ୍ଲା ମିଶନ ଶକ୍ତି ଭବନ, ନୂଆପଡ଼ା ଠାରେ ଜିଲ୍ଲାସ୍ତରୀୟ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସଂଗୀତା ପାତ୍ର ସ୍ଵାଗତ ଅଭିଭାଷଣ ଦେଇଥିଲେ ଓ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟଉପରେ ଆଲୋକପାତ କରିଥିଲେ। ୟୁନିସେଫ ର ଅମିତ କୁମାର ନାୟକ, ମାଙ୍ଗଳିକ ଦାସ ଓ ବିଭୁ ପ୍ରସାଦ ମିଶ୍ର ଓଜନ ଓ ଉଚ୍ଚତାକିଭଳି ନିର୍ଭୁଲ ଭାବରେ ମାପି ଏବଂ ପୋଷଣ ଟ୍ରାକରେରେ ତଥ୍ୟ ଦେବେ ଏବଂ ଗୋଷ୍ଟି ସ୍ତରରେ କୁପୋଷଣ କୁ କିପରି ଭାବରେ ଚିହ୍ନଟ କରାଯିବ ବିଷୟରେ ବୁଝାଇଥିଲେ। । ଶ୍ରୀମତୀ ନମିତା ପାଢି, ପ୍ରୋଗ୍ରାମ ଅଫିସର ତାଲିମ କାର୍ଯକ୍ରମ ପରିଚାଳନା କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ମାନଗୋବିନ୍ଦ ସ୍ଵାଇଁ, ରଞ୍ଜନ କୁମାର ସାହୁ, ଜଳନ୍ଧର କଟା, ହିରଲାଲ ସାହୁ, ଅଜୟ ଦଳେଇ ତାଲିମରେ ସହଯୋଗ କରିଥିଲେ। ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମଣ୍ଡଳ ପରିଦର୍ଶୀକା,ଆଙ୍ଗନବାଡି କର୍ମୀ, ମିଶନ ଶକ୍ତି, ମମତା ଯୋଜନା ଓ ପୋଷଣ କର୍ମକର୍ତା ତାଲିମ ନେଇଥିଲେ। ପୋଷଣ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ବିଭୁ ପ୍ରସାଦ ମିଶ୍ର ଧନ୍ୟବାଦ ଦେଇଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






