ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ

Dec 3, 2025 - 19:12
 0  8
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ

ମାଲକାନଗିରି, ୩/୧୨/୨୫: ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହା ଆଡମ୍ବରରେ ପାଳନ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ୧ ଡିସେମ୍ବର ରେ ନାୟକଗୁଡା ସ୍ଥିତ ସ୍ବତନ୍ତ୍ର ବିଦ୍ୟାଳୟ ଖେଳ ପଡିଆ ଠାରେ ଏକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାପରେ ୨ ଡିସେମ୍ବର ରେ ମାଲକାନଗିରି ସଦର ସ୍ଥିତ ବୁଟିଗୁଡା ପ୍ରକଳ୍ପ ବିଦ୍ୟାଳୟ ଠାରେ ଏକ ଅନ୍ତଃ ବିଦ୍ୟାଳୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଏବଂ ଶେଷ ଦିନ ଅର୍ଥାତ୍ ୩ ଡିସେମ୍ବର ପୂର୍ବାହ୍ନ ୮ ଟା ରେ ଏକ ସଚେତନତା ପଦ ଯାତ୍ରା ଆୟୋଜନ କରାଯାଇଥିଲା । ଯେଉଁଥିରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ଓ ଏହି ପଦ ଯାତ୍ରା ରେ ଏନସିସି କ୍ଯାଡେଟ , ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଲୋକ ସମୁଦାୟ ୪୦୦ ଜଣ ଅଂଶଗ୍ରହଣ କରିଥିଲେ । ଏହାପରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅବସରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଞ୍ଜନ ଦାଶ, ସାଂସଦଙ୍କ ପ୍ରତିନିଧି ବିଜୟ ମହାରଣା, ବିଧାୟକ ପ୍ରତିନିଧି ନୀହାର ରାୟ ଓ ଜଗତ ଜୀବନ ପାତ୍ର ପ୍ରମୁଖ ଯୋଗ ଦେଇ ସଭା ରେ ଉପସ୍ଥିତ ୪୫୦ ଦିବ୍ୟାଙ୍ଗଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ସମ୍ପୂର୍ଣ ସମାଜ ଗଠନରେ ଦିବ୍ୟାଙ୍ଗଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ନିଜ ମତ ରଖିଥିଲେ । ଏହି ଦିବସ ପାଳନ ଅବସରରେ ୩ ଜଣଙ୍କୁ ସ୍ବୟଂ ନିଯୋଜନ ସରଞ୍ଜାମ, ୨ ଜଣ ଦିବ୍ୟାଙ୍ଗ ଥିବା ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ର ବିବାହ ପ୍ରତ୍ସାହନ ରାଶି ସ୍ୱରୂପ ଚେକ୍ ପ୍ରଦାନ କରାଯାଇଥିଲା । ପୂର୍ବରୁ ହୋଇଥିବା ସମସ୍ତ ପ୍ରତିଯୋଗିତାର ବିଜେତା ମାନଙ୍କୁ ଏହି କାର୍ଯକ୍ରମରେ ସମ୍ମାନିତ କରାଯାଇଥିଲା । ସମସ୍ତ ବ୍ଲକରୁ ଆସିଥିବା ନୂତନ ଭାବେ ମଞ୍ଜୁର ହୋଇଥିବା ଦିବ୍ୟାଙ୍ଗ ଭତ୍ତା ବାବଦରେ ୪୨ ଜଣଙ୍କୁ ଆଜିର ଦିନରେ ନୂତନ ଭାବେ ସାମିଲ କରାଯାଇଥିଲା । ଏହି ସଂପୂର୍ଣ୍ଣ କାର୍ଯକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆଙ୍କ ତତ୍ତ୍ଵାବଧାନରେ ସମାପନ ହୋଇଥିବାବେଳେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ