ଜିଲ୍ଲାପାଳ ବୋହିଲେ ମାଟିର ଭାର, ଶ୍ରମିକଙ୍କୁ କଲେ ଉତ୍ସାହିତ

Mar 14, 2025 - 20:15
 0  31
ଜିଲ୍ଲାପାଳ ବୋହିଲେ ମାଟିର ଭାର, ଶ୍ରମିକଙ୍କୁ କଲେ ଉତ୍ସାହିତ

ନୂଆପଡ଼ା : ମନରେଗା ଯୋଜନାରେ ଦୈନିକ 60,000 ରୁ ଅଧିକ ଶ୍ରମିକ ନିୟୋଜିତ କରି କ୍ରମାଗତ ଭାବରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ସମଗ୍ର ଜିଲ୍ଲା ପ୍ରଶାସନକୁ ସଙ୍ଗରେ ନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି। ଶ୍ରମିକ ମାନଙ୍କ ମନରେ ସ୍ୱାଭିମାନ ଏବଂ ଆତ୍ମପ୍ରତ୍ୟୟ ଜାଗ୍ରତ କରିବା ପାଇଁ ମନରେଗା କାମରେ ଶ୍ରମିକ ମାନଙ୍କ ସହ ଭାର ଧରି ମାଟି ବୋହିଛନ୍ତି ଜିଲ୍ଲାପାଳ। ଗୁରୁବାରଦିନ ନୂଆପଡ଼ା ଜିଲ୍ଲାପାଳ କୋମନା ବ୍ଳକ ମୁଣ୍ଡାପଲା ପଞ୍ଚାୟତର ମନରେଗା କାମ ତଦାରଖ ପାଇଁ ଯାଇଥିଲେ। ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ଏହି ଯୋଜନାରେ ଖଲିଆ ବନ୍ଧ ଖନନ ପାଇଁ ହେଉଥିବା ମାଟି କାମରେ ଭାରରେ ମାଟି ବୋହି ଭାରକୁ ପୋଖରୀ ହୁଡ଼ା ଉପରକୁ ଟେକି ନେଇଥିଲେ ନିଜେ ଜିଲ୍ଲାପାଳ । କୋମନା ବିଡ଼ିଓ ବିନୟ କୁମାର ଭୋଇ ମଧ୍ଯ ଏଠାରେ ଭାର ବୋହିଥିଲେ। ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଥିବା ଜିଲ୍ଲାପାଳ ଦାଶ ବିଭିନ୍ନ ସମୟରେ ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ମାଟି ଖୋଳିଥିଲେ । ଏବେ ଭାର ବୋହି ଚର୍ଚ୍ଚାକୁ ଆସିଛନ୍ତି। ସୂଚନା ଯୋଗ୍ୟଯେ ଜିଲ୍ଲାର ବହୁ ଶ୍ରମିକ ପରିବାର ମନରେଗା ଯୋଜନାରେ 300 ଦିନ କାମକରି ଲକ୍ଷପତି ହୋଇ ପାରିଛନ୍ତି। ଜିଲ୍ଲାପାଳ ଶ୍ରମିକ ମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ମାଟି ଖୋଳିବା, ମାଟି ବୋହିବା ଶ୍ରମିକ ମାନଙ୍କ ମନରେ ନୂତନ ଆତ୍ମପ୍ରତ୍ୟୟ ଜଗାଇ ଦେଇଛି। ସେମାନେ ଦୟନୀୟ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନଯାଇ ନିଜ ଗାଁରେ ପରିବାର ସହିତ ରହି ଶ୍ରମ ଦାନ କରି ସ୍ୱାଭିମାନ ସହିତ ବଞ୍ଚିବା ପାଇଁ ସାହସ ଯୁଟାଇ ପାରୁଛନ୍ତି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ