ଜିଲ୍ଲାପାଳଙ୍କ ଦ୍ୱାରା ଶୁଳିଆପଦା ଠାରେ ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟନ

Dec 24, 2024 - 18:05
 0  9
ଜିଲ୍ଲାପାଳଙ୍କ ଦ୍ୱାରା ଶୁଳିଆପଦା ଠାରେ  ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟନ

ବାରିପଦା/ଶୁଳିଆପଦା::୨୪.୧୨.୨୦୨୪// ଜିଲ୍ଲାରେ ଖରିଫ ୨୦୨୪-୨୫ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ଆଜି ଠାରୁ ଖରିଫ ଧାନ କିଣା ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସୟଙ୍କ ଦ୍ୱାରା ଶୁଳିଆପଦା ବ୍ଲକର ଦେଉଳି ଲ୍ୟାମ୍ପସ ଅଧିନରେ ଥିବା ଦେଉଳି ଧାନ କ୍ରୟ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି। ଉକ୍ତ ଉଦଘାଟନ ଉତ୍ସବରେ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ନାଏକ, ଉପ ଜିଲ୍ଲାପାଳ, ବାରିପଦା , ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଦାସ ,ଯୁଗ୍ମ ନିବନ୍ଧକ, ମୟୂରଭଞ୍ଜ, ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସେଠୀ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ , ଶ୍ରୀଯୁକ୍ତ ଅଶୋକ କୁମାର ପାଣି, ବରିଷ୍ଠ ସହକାରୀ ନିବନ୍ଧକ ,ବାରିପଦା ମଣ୍ଡଳ, ଶ୍ରୀଯୁକ୍ତ ତୁଷାର କାନ୍ତ ମହାନ୍ତି ,ସହକାରୀ ନିବନ୍ଧକ ,ବାରିପଦା ମଣ୍ଡଳ ଓ ଶ୍ରୀ ଅଜିତ କୁମାର ଧଳ, ପରିଚାଳନା ନିର୍ଦ୍ଦେଶକ, ଦେଉଳି ଲ୍ୟାମ୍ପସ ଉପସ୍ଥିତ ରହିଥିଲେ । ଚାଷୀ ମାନଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ସୟ କହିଥିଲେଯେ ମିଲକୁ ଧାନ ପହଞ୍ଚିବା ପୂର୍ବରୁ ଏହାର ମାନକୁ ନିଶ୍ଚିତ କରିବା ପାଇଁ ମଣ୍ଡିରେ ଧାନର ମାନ ଯାଞ୍ଚ କରାଯିବ ଏବଂ ଯାଞ୍ଚ ସମୟରେ ମିଲର ଉପସ୍ଥିତ ରହିବେ । ଯାଞ୍ଚ ରିପୋର୍ଟର ଏକକିତା ନକଲ ସମ୍ପୃକ୍ତ ଚାଷୀଙ୍କୁ ପ୍ରଦାନ କରାଯିବ। ଏଥିସହିତ ପ୍ରତିଦିନ ମଣ୍ଡିକୁ ଧାନ ଆସିବା ଉଚିତ ଏବଂ ସରକାରଙ୍କ ବିଶେଷ ଯୋଜନାର ଲାଭ ଉଠାଇବାକୁ ଚାଷୀ ମାନଙ୍କୁ ଅନୁରୋଧ କରିଥିଲେ। ସୂଚନା ଥାଉକି ଆଜି ଶୂଲିଆପଦା ବ୍ଲକ ଏବଂ କରଞ୍ଜିଆ ବ୍ଲକରେ ଏହି ଦୁଇଟି ଧାନ ମଣ୍ଡି ଉଦ୍ଘାଟନ ହୋଇଅଛି। ମୟୂରଭଞ୍ଜ ଜିଲ୍ଲାରେ ଥିବା ୧୦୩ଟି ମଣ୍ଡି ଓ ୫୨ଟି LAMPS ରେ ସିସିଟିଭି ଲାଗିଛି ଏବଂ ସବୁଠାରେ ନୋଡାଲ ଅଫିସର କାର୍ଯ୍ୟରତ ଅଛନ୍ତି; ଏହା ସମସ୍ତ ସୁବିଧା ଏବଂ ବିନା କୌଣସି ଦ୍ଵିଧାରେ ସେବା ପ୍ରଦାନ କରିବ । ଜିଲ୍ଲାରେ ଆଜିଠାରୁ ପର୍ଯ୍ୟାୟକ୍ରମେ ୫୫,୯୩୮ଜଣ ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ଠାରୁ ୧୦୩ ଗୋଟି ମଣ୍ଡି ଓ ୫୨ଟି ଲ୍ୟାମ୍ପସ ମାଧ୍ୟମରେ ୧୪,୬୬,୧୦୨.୯୪ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ିକୁ ଜବତ କରିବା ସହ ଗତଥର ମଣ୍ଡିରେ ଉପୁଜିଥିବା ବିଭିନ୍ନ ସମସ୍ୟାର ପୁନରାବୃତ୍ତି ନଘଟିବା ,ଚାଷୀମାନେ ଯେପରି କଟଣି ଛଟଣୀର ଶିକାର ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ପିଛା ୨୩୦୦/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୩୨୦/- ଟଙ୍କା ରଖାଯାଇଛି । ଏହାବାଦ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ଆସିଷ୍ଟାନ୍ସ ମଧ୍ୟ ଦିଆଯିବ । ଏହି ଉଦ୍ଘାଟନୀ ପରେ ପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉକ୍ତ ମଣ୍ଡିକୁ ବିଭିନ୍ନ ଚାଷୀ ଧାନ ଆଣିଥିଲେ । ଶ୍ରୀଯୁକ୍ତ ବିଜୟ କୁମାର ହେମ୍ବ୍ରମ , ସଂପାଦକ ,ବାରିପଦା ବଜ଼ାର କମିଟି ,ବାରିପଦା ଓ ଧାନ ଗୁଣାତ୍ମକ ବିଶେଷକ ଉପସ୍ଥିତ ରହି ଧାନର ମାନ ନିର୍ଦ୍ଧାରଣ କରିଥିଲେ । ତଦ ସହିତ ଦେଉଳି ଲ୍ୟାମ୍ପସର ସଭାପତି , ପରିଚାଳନା ପରିଷଦର ସଭ୍ୟ / ସଭ୍ୟା , ସିମିତ ସ୍ତରୀୟ ଧାନ କ୍ରୟ କମିଟିର ସଦସ୍ୟ / ସଦସ୍ୟା ଓ ନୂତନ କରି ନିୟୋଜିତ ହୋଇଥିବା ମଣ୍ଡି ନୋଡାଲ ଅଫିସର ଉପସ୍ଥିତ ରହିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ