ଜିଲ୍ଲସ୍ତରୀୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବୈଠକ ଅନୁଷ୍ଠିତ

ବାରିପଦା - ତା :- ୨୦/୦୭/୨୦୨୫ ରିଖ ବାରିପଦା ନିକଟସ୍ଥ କୃଷ୍ଣଚନ୍ଦ୍ରପୁର ସ୍ଥିତ ସାଇ ବିଦ୍ୟାମନ୍ଦିର ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲାର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଘ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ସଂଘର ସଭାପତି ଘନଶ୍ୟାମ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ପ୍ରଭଞ୍ଜନ ରାଉତ ଯୋଗ ଦେଇଟିଥିବାବେଳେ ସମସ୍ତ ୨୬ ବ୍ଲକର ଏ ବି ଇ ଓ ମାନେ ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ I ଏହି ଅବସରରେ ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ଏ ବି ଇ ଓ ମାନଙ୍କୁ ସଙ୍ଘ ତରଫରୁ ସ୍ୱାଗତ କରାଯିବା ବେଳେ ଅବସର ନେଇଥିବା ଅଧିକାରୀ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା I ଆଗାମୀ ବର୍ଷମାନଙ୍କ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା I ପୁଣିଥରେ ଘନଶ୍ୟାମ ସିଂ ସଭାପତି ଭାବେ ମନୋନୀତ ହୋଇଥିବାବେଳେ ଉପ ସଭାପତି ଭାବେ ଭୁତନାଥ ସିଟ, ସମ୍ପାଦକ ଭାବେ ଦେବେନ୍ଦ୍ର ନାଥ ସାହୁ, ସହ ସମ୍ପାଦକ ଭାବେ ବ୍ରଜମୋହନ ମୁର୍ମୁ ଓ କୋଷାଧ୍ୟକ ଭାବେ ସରସ୍ବତୀ ସିଂ ମନୋନୀତ ହୋଇଥିଲେ I ବୈଠକରେ ସଂଘକୁ ଶକ୍ତିଶାଳୀ କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ଦାବୀ ଗୁଡିକ ଉପରେ ଆଲୋଚନା କରାଯାଇଥିଲା I ଏ ବି ଇ ଓ ମାନଙ୍କୁ ବିଦ୍ୟାଳୟ ପରିଦର୍ଶନ ପାଇଁ ଭତ୍ତା ପ୍ରଦାନ, ଗାଡିର ବ୍ୟବସ୍ଥା ଓ ପ୍ରଭିଜନାଲ ଗ୍ରେଡେସନ ତାଲିକାର ସଂଶୋଧନ ଆଦି ମୁଖ୍ୟ ଦାବୀ ଗୁଡିକ ଉପରେ ଉଚିତ ପଦକ୍ଷେପ ନେବା ପାଇଁ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା I
What's Your Reaction?






