ଜାତୀୟ ସିଇଓ ଗୋଲ ଟେବୁଲ 2025 ରେ ବର୍ଷର "ପ୍ରେରଣାଦାୟକ ସଂଗ୍ରହ କାରୀ" ଉପାଧିରେ ସମ୍ମାନୀତ ହେବେ ନୂଆପଡା ଜ଼ିଲ୍ଲାପାଳ

Jul 26, 2025 - 21:22
 0  84
ଜାତୀୟ ସିଇଓ ଗୋଲ ଟେବୁଲ 2025 ରେ ବର୍ଷର  "ପ୍ରେରଣାଦାୟକ ସଂଗ୍ରହ କାରୀ"  ଉପାଧିରେ ସମ୍ମାନୀତ ହେବେ ନୂଆପଡା ଜ଼ିଲ୍ଲାପାଳ

ନୂଆପଡା : ଆସନ୍ତା 27 ଜୁଲାଇ ଇଣ୍ଟରଭ୍ୟୁ ଟାଇମ୍ସ ଦ୍ୱାରା ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସିଇଓ ଗୋଲ ଟେବୁଲ 2025 ରେ ବର୍ଷର "ପ୍ରେରଣାଦାୟକ ସଂଗ୍ରହ କାରୀ" ଉପାଧିରେ ସମ୍ମାନୀତ ହେବେ ଶ୍ରୀଯୁକ୍ତ ନୂଆପଡା ଜ଼ିଲ୍ଲାପାଳ ମଧୁସୂଦନ ଦାସ l ନୂଆପଡା ଜ଼ିଲ୍ଲାପାଳଙ୍କ ଗତିଶୀଳ ନେତୃତ୍ଵ ସାର୍ବଜନୀନ ସେବା ପତି ଅକ୍ଲାନ୍ତ ଉସର୍ଗ ଅନେକଙ୍କ ଜୀବନରେ ଅର୍ଥ ପୁର୍ଣ ପରିବର୍ତନ ଏବଂ ଉର୍ନ୍ନତି ଆଣିଛି l ଶାସନ ଏବଂ ସମାଜ କଲ୍ୟାଣ ପାଇଁ ନୂଆପଡା ଜ଼ିଲ୍ଲାପାଳଙ୍କ ଅଭିନବ ଆଭିମୁଖ୍ୟ ଜ଼ିଲ୍ଲାପ୍ରଶାସନରେ ଏକ ମାନଦଣ୍ଡ ସ୍ଥାପନ କରିଛି l ଜ଼ିଲ୍ଲାପାଳଙ୍କ କାର୍ଯ୍ୟ ଦକ୍ଷତା ଏକ ଜାତୀୟ ମଞ୍ଚରେ ପ୍ରଦର୍ଶିତ କରାଯିବା ଉଚିତ ବୋଲି ଣ୍ଟରଭ୍ୟୁ ଟାଇମ୍ସ କହିଛି l ଜ଼ିଲ୍ଲାପାଳଙ୍କ ର ଏଭଳି କାର୍ଯ୍ୟ ଧକ୍ଷତା ପାଇଁ ସମଗ୍ର ଭାରତରୁ ସିଇଓ, ନୀତି ନିର୍ଦ୍ଧାରକ ଏବଂ ଚିନ୍ତା ନାୟକଙ୍କ ଏକ ସମ୍ମାନୀତ ସମାବେଶରେ ନୂଆପଡା ଜ଼ିଲ୍ଲାପାଳ ସମ୍ମାନୀତ ହେବାର ସୂଚନା ରହିଛି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ