।। ଜାତୀୟ ସତର୍କତା ସଚେତନତା ସପ୍ତାହ ଓ ଡାକ ସଂଚୟ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ।।

Oct 21, 2024 - 17:30
 0  8
।। ଜାତୀୟ ସତର୍କତା ସଚେତନତା ସପ୍ତାହ ଓ ଡାକ ସଂଚୟ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ।।

ବାରିପଦା - ତା:- ୨୧.୧୦.୨୪ ରିଖ ଚଳିତ ମାସ ୨୮ ରିଖରୁ ଆରମ୍ଭ ହେବାକୁଥିବା ଜାତୀୟ ସତର୍କତା ସଚେତନତା ସପ୍ତାହର ଆଭିମୁଖ୍ୟ ଓ ଏହାର ପାଳନ ତଥା ଡାକ ସଂଚୟ, ଡାକ ଜୀବନ ବୀମା ଏବଂ ଡାକ ଘରେ ହେଉଥିବା ଅନ୍ୟାନ୍ୟ ବ୍ୟବସାୟ ସମ୍ବନ୍ଧୀୟ ଏକ କର୍ମଶାଳା ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଡାକ ମଣ୍ଡଳର ଅଧିକ୍ଷକ ବସନ୍ତ କୁମାର ସିଂହ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳାରେ ମୟୁରଭଞ୍ଜ ଡାକ ମଣ୍ଡଳର ସମସ୍ତ ଡାକ କର୍ମଚାରୀ ଯୋଗଦେଇଥିଲେ l ଡାକ ସହ-ଅଧିକ୍ଷକ ପ୍ରଣବ କୁମାର ମିଶ୍ର ଜାତୀୟ ସତର୍କତା ସଚେତନତା ସପ୍ତାହରେ ମୟୁରଭଞ୍ଜ ଡାକ ମଣ୍ଡଳ ତରଫରୁ ସମସ୍ତ କର୍ମଚାରୀ ସତର୍କତା ଶପଥ ନେବା ସହ ସ୍କୁଲ ପିଲାଙ୍କୁ ନେଇ ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ଓ ତା ୩.୧୧ ରିଖ ରେ ବାରିପଦା, ଉଦଳା, ବେତନଟୀ ଓ କୁଳିଅଣା ଆଦି ସ୍ଥାନରେ ଆୟୋଜିତ ହେଉଥିବା ୱାକlଥନ ରେ ଡାକ କର୍ମଚାରୀ ଭାଗ ନେଇ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କତା ସଚେତନତାର ବାର୍ତ୍ତା ପହଞ୍ଚାଇବେ ବୋଲି ସୂଚନା ଦେଇଥିଲେ l ମହିଳା ସମ୍ମାନ ସଂଚୟ ଯୋଜନାର ଅବଧି ଆସନ୍ତା ମାର୍ଚ୍ଚ ୨୦୨୫ ରେ ଶେଷ ହୋଇ ଯାଉଥିବାରୁ ମୟୁରଭଞ୍ଜ ଡାକ ମଣ୍ଡଳ ତରଫରୁ ଏକ ସ୍ୱତନ୍ତ୍ର ସଂଚୟ ଅଭିଯାନ ଆରମ୍ଭ କରି ଆସନ୍ତା ତା ୨୨. ୧୧ ରିଖ ସୁଦ୍ଧା ୨୦ ହଜାର ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାର ଲକ୍ଷ୍ୟ ଅଛି ବୋଲି ଡାକ ଅଧିକ୍ଷକ ବସନ୍ତ ସିଂହ କହିଥିଲେ l ଏହି କର୍ମଶାଳାରେ ବିଭୁଦତ୍ତ ସାହୁ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ କର୍ମକୁଶଳତା ଉପରେ ପ୍ରଶିକ୍ଷଣ ଦେବାସହ ବିଭାଗୀୟ ନିୟମ ଉପରେ ଆଲୋଚନା କରିଥିଲେ l ମୁଖ୍ୟ ଡାକପାଳ ଏବଂ ଡାକ ମଣ୍ଡଳର ସମସ୍ତ ଡାକ ନିରୀକ୍ଷକ ଏହି କର୍ମଶାଳାରେ ଭାଗ ନେବା ସହ ନିଜର ମତବ୍ୟକ୍ତ କରିଥିଲେ l ଡାକ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ମହାନ୍ତ, ଅଫିସ ସହାୟକ ସୁଶାନ୍ତ ବେହେରା, ଚନ୍ଦ୍ରଶେଖର ମହାନ୍ତି, କୌଶିକ ଆଢ୍ୟ, ଶ୍ରୀଧର ସେଠୀ, ଗୋପାଳ ବେହେରା, ରତନ ହେମ୍ବ୍ରମ, ନୟନ ରଞ୍ଜନ ସାହୁ ଏହି କର୍ମଶାଳାର ପରିଚାଳନାରେ ସହଯୋଗ କରିଥିଲେ l ଏହି କର୍ମଶାଳାରେ ସେପ୍ଟେମ୍ବର ସୁଦ୍ଧା ଅଧିକ ସଂଖ୍ୟକ ସଂଚୟ ଖାତା ଖୋଲିଥିବା ଉପ ଡାକଘର ଓ ଶାଖା ଡାକଘରର ଡାକପାଳଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ଅଫିସ ସହାୟକ ରବିରଞ୍ଜନ ସେନାପତି କବିତା ମାଧ୍ୟମରେ ଏକ ନିଆରା ଢଙ୍ଗରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ