ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

Jan 24, 2025 - 19:02
 0  43
ଜାତୀୟ  କନ୍ୟା ସନ୍ତାନ ଦିବସ ପାଳନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୪ / ୦୧ /୨୦୨୫ ରିଖ ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ୱାନଷ୍ଟପ ସେଣ୍ଟର ପକ୍ଷରୁ ନବରଙ୍ଗପୁର ମିସନ ଶକ୍ତି ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି ! ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠୀତ ଏହି ସମାବେଶରେ ପାରମ୍ଭରେ ୱାନଷ୍ଟପ ସେଣ୍ଟର ନିର୍ଦେଶକ ସୁଧୀର କୁମାର ସାବତ ଦିବସର ଉଦେଶ୍ୟ ବିଷୟରେ ଆଲୋକପାତ କରି କହିଲେଯେ ସମାଜରେ ଝିଅ ମାନେ ସମ୍ମୁଖୀନ ହେଉଥିବା ନାନାଦି ସମସ୍ୟା ଓ ଅସମାନତା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏହା ୨୦୦୮ ମସିହାରୁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଶିଶୁ କନ୍ୟା ଦିବସ ଆରମ୍ଭ କରାଯାଇଥିଲା ! ଏହି ଦିନ ବାଳିକାମାନଙ୍କ ମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ପାଇଁ ଏକ ସୁସ୍ଥ ଏବଂ ନିରାପଦ ପରିବେଶ ସୃଷ୍ଟି ବିଷୟରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ! ଏହି ବର୍ଷର ଜାତୀୟ ଶିଶୁ କନ୍ୟା ଦିବସର ଥିମ୍ ହେଉଛି- "ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଝିଅ ମାନଙ୍କୁ ସଶକ୍ତ କରିବା" ! ନିଜର ବକ୍ତବ୍ୟ ରେ ଜିଲ୍ଲାପାଳ ଡଃ ମହାପାତ୍ରଙ୍କ କୌଣସି ଦିବସକୁ ପାଳନ କରିବା ଓ ତାହାର ଉଦେଶ୍ୟ ଏବଂ ଗୁରୁତ୍ତ୍ୱକୁ ଅନୁଭବ କରି ଆମ ବ୍ୟବହାରରେ ପରିବର୍ତ୍ତନ ଆଣିବା ଏହି ଦୁଇଟି କଥାରେ ପାର୍ଥକ୍ୟ ଅନେକ ! ଝିଅ ମାନଙ୍କ ପ୍ରଗତି ପାଇଁ ହେଉଥିବା ସମସ୍ତ ପ୍ରଚେଷ୍ଟାର ସଫଳ ରୂପାୟନ ସେତେବେଳେ ହେଇପାରିବ ଯେତେବେଳେ ଆମେ ମାନସିକ ସ୍ତରରେ ଝିଅମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ପ୍ରସ୍ତୁତ ହେବା ! ତାଙ୍କ ପାଇଁ ତାଙ୍କୁ ସୁହାଉଥିଲା ଭଳି ପରିବେଶ ଟିଏ ସୃଷ୍ଟି କରିବା ଏବଂ ସ୍ୱାଧୀନ ଭାବରେ ଚିନ୍ତା କରି ନିଜର ନିଷ୍ପତି ନିଜେ ନେବାପାଇଁ ସେମାନଙ୍କୁ ସୁଯୋଗ ଦେବା ! ଏହି ଦିଗରେ ଆମେ ସମସ୍ତେ ଆଜି ନିତ୍ୟାନ୍ତ ଭାବରେ ଚିନ୍ତନ କରିବାର ଆବଶ୍ୟକତା ରହିଛି ! ଅନ୍ଯତମ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦୀ କହଁର କହିଲେଯେ ବାଳିକାମାନଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଯୋଜନା ମାନ ପ୍ରସ୍ତୁତ କରିଆସୁଅଛନ୍ତି ! ସେହି ଯୋଜନାମାନଙ୍କ ମଧ୍ୟରୁ ବେଟି ବଚାଓ ବେଟି ପଢ଼ାଓ , ବିଜୁ କନ୍ଯା ରତ୍ନ ଯୋଜନା, ସବଳା, କିଶୋରୀ ଶକ୍ତି ଯୋଜନା ଇତ୍ୟାଦି ଅନ୍ୟତମ ! ଏହି ଯୋଜନା ଗୁଡିକର ପ୍ରାୟ ଉଦେଶ୍ୟ ଝିଅ ଜନ୍ମକୁ ବଢେଇବା ,ଯାହାର ଫଳସରୂପ ସେମାନେ ନିଜର ଉନ୍ନତି କରିବା ସହିତ ଦେଶ ପ୍ରଗତିରେ ସହାୟକ ହେବେ ! ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଙ୍କ ସଂଯୋଜନାରେ ହୋଇଥିବା ଏହି ସମାବେଶରେ ଜିଲ୍ଲା ଜିଲ୍ଳାପରିଷଦ ମୁଖ୍ୟଉନ୍ନୟନ୍ନ ଅଧିକାରୀ ବିରଞ୍ଚି ନାରାୟଣ ଦରୁୱାନ ,ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ,ମନୋରମା ମାଝି ,ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ, କାଉନସେଲର ଶର୍ମୀଷ, ସ୍ଵର୍ଣ୍ଣ ଲତା ପଟ୍ଟନାୟକ,ଶିଶୁ ମଙ୍ଗଳ କମିଟିର ସଭ୍ଯ ସନ୍ତୋଷ କୁମାର ଷଢଙ୍ଗି,ନାର୍ସିଂ ମହାବିଦ୍ୟାଳୟର ଅଧକ୍ଷ୍ୟା ଅନିତା ବ୍ରହ୍ମା ,ୱାନଷ୍ଟପ ସେଣ୍ଟର ପକ୍ଷରୁ ରଞ୍ଜିତା ସାହୁ , କିଶୋରୀ ପଟ୍ଟନାୟକ ପ୍ରମୁଖ୍ୟ ବକ୍ତା ମାନେ ସମାଜରେ ମହିଳା ମାନଙ୍କର ସମସ୍ଯା ବିଶେଷ କରି କିଶୋରୀ ବାଳିକା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ ,ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ ! ଶେଷରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥବା ୬ ଜଣ କିଶୋରୀ ମାନଙ୍କୁ ଉପଢକନ ଏବଂ ମାନପତ୍ର ଦେଇ ଜିଲ୍ଲାପାଳ ସମ୍ମାନିତ କରିଥିଲେ ! ଶେଷରେ ୱାନଷ୍ଟପ ସେଣ୍ଟର ପରିଚାଳିକା ରଞ୍ଜିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ