।। ଜାଗେଜପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ।।

Mar 31, 2024 - 21:52
 0  23
।। ଜାଗେଜପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟ ନିକଟସ୍ଥ ଜାଗେଜପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁ ଅବସର ଗ୍ରହଣ କରିଛନ୍ତି, ଏହି ଅବସରରେ ତା ୩୧/୦୪ /୨୦୨୪ ରିଖ ରବିବାର ଦିନ ଏକ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ପୂର୍ବତନ ବିଇଓ ଶ୍ରୀ ଲୋକନାଥ ବେହେରା, ଏବିଓ ଶ୍ରୀ ସୁରେଶ ଚନ୍ଦ୍ର ବେହେରା, ଶ୍ରୀ ଚନ୍ଦ୍ର ଶେଖର ନାଏକ, ସିଆର ସିସି ଶ୍ରୀ ତପନ କୁମାର ନାଏକ, ଶିକ୍ଷୟିତ୍ରୀ ସାଗରିକା ନାଏକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଅବିଭାବକ ଓ ଅନ୍ଯାନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଏକ ସଭା କାର୍ଯ୍ଯ ଆୟୋଜନ କରାଯାଇଥିଲା,ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଶ୍ରୀ ସାହୁଙ୍କ ଶିକ୍ଷକତା ଜୀବନ ମଧ୍ୟରେ ଯାହାସବୁ କାର୍ଯ୍ଯ ଗୁଡିକ ସୁରୁଖୁରୁ ଭାବରେ ତୁଲାଇଛନ୍ତି ତାଉପରେ ନିଜ ନିଜ ବ୍ଯକ୍ତବ୍ଯରେ ପ୍ରକାଶ କରିଥିଲେ। ତେବେ ଶ୍ରୀଯୁକ୍ତ ସାହୁ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକରେ ଶିକ୍ଷକତା ଜୀବନ ଆରମ୍ଭ କରନ୍ତି। ସେ ସୁଦୂର କଟକ ଜିଲ୍ଲା ଆଠଗଡରୁ ଆସି ଥୁଆମୂଳ ରାମପୁର ବ୍ଳକରେ ତା ୦୪/୦୭/୧୯୮୮ ରୁ ୩୧/୦୩/୨୦୨୪ ପର୍ଯ୍ୟନ୍ତ ଶିକ୍ଷକତା ଜୀବନ ଅତିବାହିତ କରିଥିଲେ ତେବେ ଶ୍ରୀଯୁକ୍ତ ସାହୁ ଜାଗେଜପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଶିକ୍ଷକତା ଜୀବନକୁ ସୁନ୍ଦର ଭାବରେ ସମ୍ପାଦନ କରି ଅବସର ଗ୍ରହଣ କରିଛନ୍ତି। ସେ ଜଣେ ଶାନ୍ତ ସ୍ବଭାବ ପରୋପକାରୀ, ମିଷ୍ଟଭାସି ମଣିଷ ଓ ଭଲ ଶିକ୍ଷକ ଭାବରେ ପରିଚିତ ହୋଇ ଛାତ୍ରଛାତ୍ରୀ, ଅଭିଭାବକ ତଥା ଅନ୍ଯାନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ପ୍ରିୟଭାର୍ଜନ ହୋଇପାରିଛନ୍ତି।u ଏହି କାର୍ଯ୍ଯକ୍ରମକୁ ଶିକ୍ଷକ ବଳରାମ ନାଏକ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ