ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ମେଡିକାଲ କଲେଜ; ଜଲେସ୍ପଟ୍ଟା ଆଶ୍ରମ ବିକାଶ ପାଇଁ ୧୩ କୋଟି ମଞ୍ଜୁର
କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ସହ ଜଲେସ୍ପଟ୍ଟାସ୍ଥିତ ଆଶ୍ରମ, ଆଶ୍ରମ ବିଦ୍ୟାଳୟ ଓ ବାଳିକା ଆଶ୍ରମର ବିକାଶ ପାଇଁ ୧୩ କୋଟି ଟଙ୍କାର ପ୍ୟାକେଜ୍ ମଞ୍ଜୁର କରାଯାଇଛି। ଏହି ନିଷ୍ପତ୍ତିକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ସ୍ୱାଗତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ,
ଆଦିବାସୀ ସମାଜର କଲ୍ୟାଣ ପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣାଇବା ଏବଂ କନ୍ଧମାଳର ଲୋକଙ୍କ ପ୍ରତି ତାଙ୍କ ସେବା ଓ ତ୍ୟାଗକୁ ଚିରସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହି ଘୋଷଣାକୁ ସ୍ୱାଗତ କରି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ଏହା କନ୍ଧମାଳର ବନବାସୀ ଭାଇଭଉଣୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ କରିଛି। ସେ ଏହି ଐତିହାସିକ ନିଷ୍ପତ୍ତି ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଜଲେସ୍ପଟ୍ଟାସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଆଶ୍ରମ, ଆଶ୍ରମ ବିଦ୍ୟାଳୟ ଓ ବାଳିକା ଆଶ୍ରମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ୍ ଆସିଷ୍ଟାନ୍ସ (CMSA) ପାଣ୍ଠିରୁ ୧୩ କୋଟି ମଞ୍ଜୁର ହୋଇଛି। ଏହି ଅର୍ଥରେ ୩୦୦ ଆସନ ବିଶିଷ୍ଟ ବାଳିକା ଛାତ୍ରାବାସ ନିର୍ମାଣ ପାଇଁ ୫ କୋଟି, ଆଶ୍ରମର ଐତିହ୍ୟ ସଂରକ୍ଷଣ ଓ ବିକାଶ ପାଇଁ ୩ କୋଟି ଏବଂ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ପାଇଁ ମେଗା ରିଭର ଲିଫ୍ଟ ପ୍ରକଳ୍ପରେ ୬୦ ଲକ୍ଷ ବ୍ୟୟ କରାଯିବ। ଏହାବ୍ୟତୀତ ଶୌଚାଳୟ, ପ୍ରାଚୀର, ନୂତନ ଶ୍ରେଣୀଗୃହ, ବାଳିକା ଛାତ୍ରାବାସର ସମ୍ପ୍ରସାରଣ, ପୁରୁଣା ଛାତ୍ରାବାସର ନବୀକରଣ ସହ ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟ ମଧ୍ୟ ଏହି ପ୍ୟାକେଜ୍ରେ ସାମିଲ ରହିଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କନ୍ଧମାଳ ସମେତ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ first news odisha
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0