ଜିଲ୍ଲାସ୍ତରୀୟ କମିଟି ବୈଠକ; କୋଲାବିରା ବ୍ଲକ୍ ଫେଡେରେସନ୍‌ର କାର୍ଯ୍ୟସମୀକ୍ଷା ଓ ୨୫ଟି ନୂତନ ଇ-ବସ୍ ଚଳାଚଳ ନେଇ ଆଲୋଚନା

Aug 3, 2026 - 18:00
 0  54
ଜିଲ୍ଲାସ୍ତରୀୟ କମିଟି ବୈଠକ; କୋଲାବିରା ବ୍ଲକ୍ ଫେଡେରେସନ୍‌ର କାର୍ଯ୍ୟସମୀକ୍ଷା ଓ ୨୫ଟି ନୂତନ ଇ-ବସ୍ ଚଳାଚଳ ନେଇ ଆଲୋଚନା

ମୁଖ୍ୟମନ୍ତ୍ରୀ ବସ୍ ସେବା' ଅଧୀନରେ ଫେଡେରେସନ୍'ର ରାଜସ୍ୱ ସଂଗ୍ରହ ଓ କାର୍ଯ୍ୟଦକ୍ଷତା ସମୀକ୍ଷା

 ସମ୍ବଲପୁର-ବିମାନବନ୍ଦର ଏବଂ ରେଳଷ୍ଟେସନ-ବିମାନବନ୍ଦର ରୁଟ୍‌ରେ ଚାଲିବ ୩ଟି ନୂଆ ବସ୍

 *ଝାରସୁଗୁଡ଼ା, ୦୩/୦୮(ଫାଷ୍ଟ ନ୍ୟୁଜ ଓଡ଼ିଶା:* ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ 'ମୁଖ୍ୟମନ୍ତ୍ରୀ ବସ୍ ସେବା' ଯୋଜନାର ବର୍ତ୍ତମାନର ସ୍ଥିତି ଏବଂ ବ୍ଲକ୍ ସ୍ତରୀୟ ମହାସଂଘ ଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି।ବୈଠକରେ ବିଶେଷ ଭାବେ କୋଲାବିରା ବ୍ଲକ୍‌ରେ 'ମୁଖ୍ୟମନ୍ତ୍ରୀ ବସ୍ ସେବା' ଯୋଜନାରେ ନିୟୋଜିତ 'ମା' ସମଲେଶ୍ୱରୀ ଫେଡେରେସନ୍' ର କାର୍ଯ୍ୟଦକ୍ଷତା ସମୀକ୍ଷା କରାଯାଇଥିଲା। ଏହି ଫେଡେରେସନ୍ ଅଧୀନରେ ନିୟୋଜିତ ମହିଳା କଣ୍ଡକ୍ଟର ମାନଙ୍କ ଦ୍ୱାରା ହେଉଥିବା ରାଜସ୍ୱ ସଂଗ୍ରହ ଦକ୍ଷତା, ସମୟାନୁବର୍ତ୍ତିତା, ସର୍ତ୍ତାବଳୀ ପାଳନ ଏବଂ ପରିଚାଳନାଗତ ସମନ୍ୱୟର ସମୀକ୍ଷା କରାଯାଇଛି। ଏହାକୁ ଭିତ୍ତି କରି ଜିଲ୍ଲାର ଅନ୍ୟାନ୍ୟ ଅତିରିକ୍ତ ବ୍ଲକ୍‌ଗୁଡ଼ିକରେ ମଧ୍ୟ ମିଶନ ଶକ୍ତି ଅଧୀନସ୍ଥ ଯୋଗ୍ୟ BLF ମାନଙ୍କୁ ରାଜସ୍ୱ ସଂଗ୍ରହ ଏଜେନ୍ସି ଭାବେ ନିୟୋଜିତ କରିବା ପାଇଁ ଜିଲ୍ଲାପାଳ ଅନୁମୋଦନ ପ୍ରଦାନ କରିଛନ୍ତି। ଏହାସହିତ କିର୍ମିରା ବ୍ଲକ୍‌ରେ ନୂତନ ବସ୍ ରୁଟ୍ ପ୍ରସାରଣ ଏବଂ ଜିଲ୍ଲାରେ ୨୫ଟି ନୂତନ ଇ-ବସ୍ ଚଳାଚଳ ଆରମ୍ଭ କରିବା ନେଇ ଆଲୋଚନା ହୋଇଛି। ସାଧାରଣ ଯାତ୍ରୀ ଏବଂ ବିମାନ ଯାତ୍ରୀଙ୍କ ଗମନାଗମନ ସୁବିଧା ପାଇଁ ୩ଟି ନୂଆ ବସ୍ ସମ୍ବଲପୁରରୁ ବିମାନବନ୍ଦର ଛକ ଏବଂ ଝାରସୁଗୁଡ଼ା ରେଳଷ୍ଟେସନରୁ ବିମାନବନ୍ଦର ମଧ୍ୟରେ ନିୟମିତ ଚାଲିବ। ଅନ୍ୟପଟେ ଝାରସୁଗୁଡ଼ା ବସ୍ ଷ୍ଟାଣ୍ଡର ସ୍ୱଚ୍ଛତା, ରକ୍ଷଣାବେକ୍ଷଣ ସମସ୍ୟା ଉପରେ ଜିଲ୍ଲାପାଳ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଉକ୍ତ ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର, ଡିଏସ୍‌ପି ଶ୍ରୀମତୀ ମେନକା ରାଉତ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୃଷ୍ଣକେଶୀ ବଳିଆରସିଂହ, OSRTC ମ୍ୟାନେଜର (ଝାରସୁଗୁଡ଼ା) ରାଜେଶ ବିଶ୍ୱାଳ, ପରିବହନ ବିଭାଗ ଓ OSRTC ର ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।

ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ