ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ମହମ୍ମଦ ଅହମଦ ଖାନ୍ ବନାମ ଶାହବାନୋ ବେଗମ ଓ ଅନ୍ୟମାନେ (ଫୌଜଦାରୀ ଅପିଲ ନଂ. ୧୦୩/୧୯୮୧) ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ

Jul 31, 2026 - 20:57
 0  3
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ମହମ୍ମଦ ଅହମଦ ଖାନ୍  ବନାମ ଶାହବାନୋ ବେଗମ ଓ ଅନ୍ୟମାନେ (ଫୌଜଦାରୀ ଅପିଲ ନଂ. ୧୦୩/୧୯୮୧)  ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଖରିଆର ରୋଡ ସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ମହମ୍ମଦ ଅହମଦ ଖାନ୍ ବନାମ ଶାହବାନୋ ବେଗମ ଓ ଅନ୍ୟମାନେ (ଫୌଜଦାରୀ ଅପିଲ ନଂ. ୧୦୩/୧୯୮୧) ସମ୍ବନ୍ଧୀୟ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକ, ପ୍ରାଧୀକରଣର ପ୍ୟାନେଲ ଓକିଲ ବଳଦେବ ରଥ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରବୋଧ କୁମାର ହୋତା, ଶିକ୍ଷକଗଣ, ଛାତ୍ରୀ ଏବଂ ପ୍ରାଧିକରଣ ର ଅଧିକାର ମିତ୍ର ସାବିତ୍ରୀ ସାହୁ ଓ ଅନ୍ୟ ମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କର ଦ୍ଵାରା ମୋହମ୍ମଦ ଅହମଦ ଖାନ୍ ବନାମ ଶାହ ବାନୋ ବେଗମ ଓ ଅନ୍ୟମାନେ (ଫୌଜଦାରୀ ଅପିଲ ନଂ. ୧୦୩/୧୯୮୧) ରେ ପାରିତ ହୋଇଥିବା ରାୟ ର ଓଡ଼ିଆ ଅନୁବାଦ ବିଷୟରେ ଉପସ୍ଥିତ ଛାତ୍ରୀଙ୍କୁ ବୁଝାଇଥିଲେ । ସେ ମଧ୍ୟ ମହିଳା ମାନଙ୍କ ପ୍ରତି ଘଟୁଥିବା ଘରୋଇ ହିଂସା, ଯୌତୁକ ଜନିତ ହିଂସା, ଭରଣା ପୋଷଣ, ମହିଳାଙ୍କ ଅଧିକାର ଇତ୍ୟାଦି ବିଷୟରେ ଆଲୋଚନା କରିବା ସହ ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଉଥିବା ମାଗଣା ଆଇନ ସେବା ବିଷୟରେ ଆଲୋକପାତ କରିଥିଲେ। ଏହା ବ୍ୟତୀତ ପ୍ୟାନେଲ ଓକିଲ ବଳଦେବ ରଥ ଆଇନ ସେବା ଅଧିନିୟମ, ୧୯୮୬, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଭୂମିକା ଓ କାର୍ଯ୍ୟପ୍ରଣାଳୀ, ମାଗଣା ଆଇନ ସେବା ଯୋଗାଇବାରେ ପ୍ୟାନେଲ ଓକିଲ ଓ ଅଧିକାରମିତ୍ରଙ୍କ ଭୂମିକା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ