ଜଗା ଶିଶୁ ସାହିତ୍ୟ ସଂସଦର ୩୧ତମ ସ୍ୱନକ୍ଷତ୍ର ଉତ୍ସବ:ଗାଁ ଆଉ ମାଆ ସବୁଠୁ ସୁନ୍ଦର : ଡ. କୁମରବର ଦାସ

Nov 15, 2024 - 10:36
 0  61
ଜଗା ଶିଶୁ ସାହିତ୍ୟ ସଂସଦର ୩୧ତମ ସ୍ୱନକ୍ଷତ୍ର ଉତ୍ସବ:ଗାଁ ଆଉ ମାଆ ସବୁଠୁ ସୁନ୍ଦର : ଡ. କୁମରବର ଦାସ

ଗାଁ ଆଉ ମାଆ ସବୁବେଳେ ସୁନ୍ଦର ଲାଗନ୍ତି । ଯିଏ ଏ ଦୁହିଁଙ୍କୁ ଭଲ ପାଇନି ସିଏ ତା ଜୀବନରେ କେବେ ସଫଳତା ପାଇ ପାରେନାହିଁ ବୋଲି ଜଗା ଶିଶୁ ସାହିତ୍ୟ ସଂସଦ ନାଥପୁରର ୩୧ ତମ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଡ. କୁମରବର ଦାସ ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ବ୍ଲକ୍‌ର ନବୀନ ଚନ୍ଦ୍ର ବିଦ୍ୟାପୀଠ ଠାରେ ସଂସଦର ସଭାପତି ବ୍ରଜମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥିଭାବେ ଡ. କୁମରବର ଦାସ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବକ୍ତା ଜ୍ଞାନାନନ୍ଦ ସାଗର ଓ ସମ୍ମାନିତ ଅତିଥିଭାବେ ଅଧ୍ୟାପକ ପ୍ରଦିପ୍ତ ଦାସ ଯୋଗ ଦେଇ ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭା ବିକାଶ ଦିଗରେ ଅଭିଭାବକମାନେ ଗୁରୁତ୍ୱ ଦେବା ଉଚିତ ଓ ଶିଶୁଟିଏ ପିଲାଦିନୁ ମାର୍ଜିତ ହେଲେ ସଫଳତା ହାସଲ କରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶିଶୁ ସାହିତ୍ୟ ପାଇଁ କବି ଜୟନ୍ତ କୁମାର ମଲ୍ଲିକ, ଇଂ ଅକ୍ଷୟ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସମାଜସେବା ପାଇଁ ଯାଜପୁର ବ୍ଲକ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋବିନ୍ଦ ଗୋପାଳ ଗଦାଧର ମହାନ୍ତି, ସାମଗ୍ରିକ ସାହିତ୍ୟ ସେବା ପାଇଁ ଅଧ୍ୟାପକ ଡ.ରବିନ୍ଦ୍ର କୁମାର ଦାସ, ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ପ୍ରଚାର ପାଇଁ ବରୀ ରାମଚନ୍ଦ୍ରପୁର ଥାନାର ସହକାରୀ ଉପ ଆରକ୍ଷୀ ନିରୀକ୍ଷକ ଲମ୍ବୋଦର ଜେନାଙ୍କୁ ମାନପତ୍ର, ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ନିରଂଜନ ସାହୁ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ସ୍ୱାଗତ ଅଭିଭାଷଣ ଓ ଅନୁଷ୍ଠାନର ସମ୍ପାଦକ ଡ. ଅଜୟ କୁମାର ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଯୁବସମ୍ବାଦିକ ସମୀର କୁମାର ସାହୁ, ମୁକ୍ତେଶ୍ୱର ସ୍ୱାଇଁ ଓ ସୁବାଷ ଚନ୍ଦ୍ର ବାରିକଙ୍କୁ ରତ୍ନଗିରି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁସ୍ୱୟା ଜେନାଙ୍କ ସମ୍ପାଦନାରେ ଶିଶୁ କିଶୋର ମାସିକ ପତ୍ରିକା ଶିଶୁସୁଧାର ଶୁଭ ଉନ୍ମୋଚନ ଅତିଥିମାନେ କରିଥିଲେ । ପୂର୍ବାହ୍ନରେ ଅନୁଷ୍ଠିତ କଣ୍ଠସଙ୍ଗୀତ, ନୃତ୍ୟ, କବିତା ଆବୃତ୍ତି ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିବାବେଳେ ଅନୁଷ୍ଠାନର ଉପସଭାପତି ଶରତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ସଫଳତା ଦିଗରେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ