ଛାତ୍ରୀ ସୋମ୍ୟlଶ୍ରୀ ଙ୍କ ମୃତ୍ୟୁ କୁ ନେଇ ନୂଆପଡା ଜ଼ିଲ୍ଲା କଂଗ୍ରେସର ଜ଼ିଲ୍ଲା ବନ୍ଦ ପାଲନ ସମ୍ପୂର୍ଣ ସଫଳ

Jul 17, 2025 - 19:25
 0  18
ଛାତ୍ରୀ ସୋମ୍ୟlଶ୍ରୀ ଙ୍କ ମୃତ୍ୟୁ କୁ ନେଇ ନୂଆପଡା ଜ଼ିଲ୍ଲା କଂଗ୍ରେସର ଜ଼ିଲ୍ଲା ବନ୍ଦ ପାଲନ ସମ୍ପୂର୍ଣ ସଫଳ

ନୂଆପଡା : ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ଯୁ ଘଟଣାକୁ ନେଇ ଆଜି ସାରା ରାଜ୍ୟରେ ବନ୍ଦ ପାଳନ ହେଉଥିବାବେଳେ ଆଜି ନୂଆପଡା ଜ଼ିଲ୍ଲା ରେ ମଧ୍ୟ ଶାନ୍ତି ପୂର୍ଣ୍ଣ ଭାବରେ ଜ଼ିଲ୍ଲା ବନ୍ଦ କାର୍ଯ୍ୟକ୍ରମ ସଫଳ ହୋଇଛି l ଆଜି ନୂଆପଡା ଜିଲା କଂଗ୍ରେସ ପକ୍ଷରୁ ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ସୋମ୍ୟlଶ୍ରୀ ଙ୍କ ମୃତ୍ୟୁ ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜାତୀୟ ରାଜ ମାର୍ଗ 553 କୁ ଅବରୋଧ କରି ପ୍ରତିବାଦ କରିଥିଲେ ଫଳରେ ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଅଖ ଚଖ ବନ୍ଦ ରହିବା ସହିତ ସମସ୍ତ ଦୁକାନ, ବଜ଼ାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ, ବ୍ୟାଙ୍କ ବନ୍ଦ ଥିବାର ନଜରକୁ ଆସିଥିଲl l ଜିଲା କଂଗ୍ରେସ ର ବରିଷ୍ଠ ନେତା ଘାସିରାମ ମାଝିଙ୍କ ନେତୃତ୍ଵରେ ଯୁବ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତା ମାନେ ଏହି ଅଭବନୀୟ ଛାତ୍ରୀ ମୃତ୍ୟୁ ର ଘୋର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ l ଏହି ଅବସରରେ ଜିଲା କଂଗ୍ରେସ ବରିଷ୍ଠ ନେତା ମାଝିଙ୍କ ସମେତ ମୋତି ରାୱାଲ, ଭରତ ଲାଲ ରାଉତ, ଅମିତ କୁମାର ଅହିର, ଶାହରୁଖ ଖାନ, ଜୁନେଦ ଖାନ, ହରି ସିଂ ମାଝି, ଦେବଦତ୍ତ ଦୀକ୍ଷିତ, ଲଲିତ ନାଏକ, ଫାରୁକ ମହମ୍ମଦ, ମୁରଲି ଧର ନାୟକ, ଭାରତ ଲାଲ ରାଉତ, ଆଲୋକ ଗୁରୁ ମହମ୍ମଦ ଇସ୍କ, ଚୁନୁ ଲାଲ ଶବର, ଏମ କୁମାର ନିଆଲ ପ୍ରମୁଖ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ । ସୂଚନାମତେ ଜ଼ିଲ୍ଲାର 5 ଗୋଟି ବ୍ଲକ ଏନଏସି ମଧ୍ୟ ସମ୍ପୂର୍ଣ ଅଖ ଚକ ଠପ ହେବl ସହ ଦୋକାନ ବଜ଼ାର ବନ୍ଦ ଥିବା ଜଣାପଡ଼ିଛି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ