।। ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନକୁ ନେଇ ସାଧାରଣରେ ଅସନ୍ତୋଷ ।।

Oct 23, 2024 - 20:39
 0  88
।। ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନକୁ ନେଇ ସାଧାରଣରେ ଅସନ୍ତୋଷ ।।

ନବରଙ୍ଗପୁର,(ରଞ୍ଜିତ ନାୟକ) ତା: ୨୨/୧୦- ସରକାର ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାଗଣା ପୋଷାକ ବଣ୍ଟନର ବ୍ୟବସ୍ଥା କରିଛନ୍ତି !ପ୍ରତିବର୍ଷ ଜୁନ ରୁ ଅଗଷ୍ଟ ମାସ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଉଥିଲା, ହେଲେ ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଲିଛି ! ଅକ୍ଟୋବର ମାସ ମଧ୍ୟ ଶେଷ ହେବାକୁ ବସିଲାଣି ତଥାପି ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୋଷାକ ବଣ୍ଟନର ବ୍ୟବସ୍ଥା କରିନାହାନ୍ତି ! ଫଳ ସ୍ୱରୂପ ଛାତ୍ରଛାତ୍ରୀମାନେ ପୁରୁଣା ଓ ଚିରା ପୋଷାକ ସବୁ ପିନ୍ଧି ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଲୁଛି !ତାଛଡା ପ୍ରତିବର୍ଷ ପୋଷାକ ବଣ୍ଟନର ଦାୟିତ୍ୱ ସ୍କୁଲ ପରିଚାଳନା କମିଟିକୁ ଦିଆଯାଉଥିଲା ଓ ସେମାନେ ଭଲ ଦୋକାନୀ ପାଖରେ ଯାଇ ଭଲ କ୍ୱାଲିଟିର ପୋଷାକ ସବୁ ଆଣି ଛାତ୍ରଛାତ୍ରୀ ମାନଙ୍କୁ ବାଣ୍ଟୁଥିଲେ, ହେଲେ ଚଳିତ ବର୍ଷ ସରକାର ପୋଷାକ ବଣ୍ଟନର ଦାୟିତ୍ୱ ଟାଇଲେରିଙ୍ଗ ୟୁନିଟି ସୟଂ ସହାୟକ ଗୋଷ୍ଠି (ଏସଏଚଜି ) ତଥା ଗାର୍ମେଣ୍ଟ ମ୍ୟାନୁ୍ଫ୍ୟାକଚେରିଙ୍ଗ ୟୁନିଟି ଥିବା,ଏମ ଏସ ଏମ.ଇ (MSME) ସୟଂ ସହାୟକ ଗୋଷ୍ଠୀକୁ ଚୟନ କରି ପୋଷାକ ବଣ୍ଟନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପତ୍ରସଂଖ୍ୟା 15437 ରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ପ୍ରେରଣ କରାଯାଇଥଲା ! କିନ୍ତୁ ନବରଙ୍ଗପୁର ଜିଲ୍ଲାର କୌଣସି ବ୍ଲକରେ ଟାଇଲେରିଙ୍ଗ ୟୁନିଟି ନଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପୋଷାକ ବଣ୍ଟନ ଦାୟିତ୍ୱ ଦେବା ସାଧାରଣରେ ଚର୍ଚ୍ଚା ହେଉଛି ଓ ଅବିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି ! ତେଣୁ ସେମାନଙ୍କୁ ଏହି ଦାୟିତ୍ୱ ପ୍ରଦାନ କଲେ ମଧ୍ୟସ୍ଥି ମାନେ ହିଁ ତାର ଫାଇଦା ଉଠେଇବେ ଓ କମ ଦାମର ପୋଷାକ ସବୁ କିଣି ଦେବେ !ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ପୂର୍ବଭଳି ଭଲ କ୍ୱାଲିଟିର ପୋଷାକ ପାଇବାରୁ ବଞ୍ଚିତ ହେବେ ! ଏହି ଚର୍ଚା ର ସମାଧାନ ନହଉଣୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ପତ୍ର ସଂଖ୍ୟା 2059 ରେ ଜିଲ୍ଲାର ତିନୋଟି ବ୍ୟବସାୟୀଙ୍କ ଠାରୁ ପୋଷାକ ନେଇ ବଣ୍ଟନ କରିବା ଉଲ୍ଲେଖଥିବା ଆଉ ସମସ୍ତଙ୍କୁ ଅତ୍ୟଧିକ ଆଚମ୍ବିତ କରୁଛି ବୋଲି ଅବିଭାବକମାନେ ମତ ପ୍ରକାଶ କରିଛନ୍ତି ! ତେଣୁ ସ୍କୁଲ ପରିଚାଳନା କମିଟିର ସଭାପତିମାନେ ସରକାର ଏବଂ ଅଧିକାରୀ ମାନଙ୍କୁ ପିଲାଙ୍କ ପୋଷାକ ବଣ୍ଟନରେ ରାଜନୀତି ନକରି ସିଧାସଲଖ ଦାୟିତ୍ୱ ସ୍କୁଲ ପରିଚାଳନା କମିଟି (ଏସଏମସି ) ମାନଙ୍କୁ କିମ୍ବା ଅବିଭାବକ ମାନଙ୍କ ସଂଚୟ ଖାତାରେ ଦେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀ କରୁଛନ୍ତି ! ଯଦି ସେମିତି ନହୁଏ ତେଵେ ଆଗାମୀ ଦିନରେ ଅଶାନ୍ତିକୁ ଏଡାଇ ଦିଆ ଯାଇନପାରେ ବୋଲି ସ୍କୁଲ ପରିଚାଳନା କମିଟିର ସଭାପତିମାନେ ଚେତାବନୀ ଦେଇଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ