ଗୋଷ୍ଠୀ ଭିତ୍ତିକ ଓ ସାମାଜିକ ସଂଗଠନ କର୍ମୀଙ୍କ କର୍ମଶାଳା ଅନୁଷ୍ଠିତ
କାଳିମେଳା: ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ସଦର ମହକୁମାରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷରୁ ଗୋଷ୍ଠୀ ଭିତ୍ତିକ ଓ ସାମାଜିକ ସଂଗଠନ କର୍ମୀଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଗ୍ରାମାଞ୍ଚଳରେ ମାତୃ, ଶିଶୁ, ସ୍ବାସ୍ଥ୍ୟ, କିଶୋର ସ୍ବାସ୍ଥ୍ୟ , କୁପୋଷଣ ଦୁରୀକରଣ, ରକ୍ତହୀନତା ଦୁରୀକରଣ ସହ ସ୍ବଚ୍ଛତା ବଜାଇ ରଖିବାନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଆଇଜିଡି ଏନଜିଓର ରାଜ୍ୟ ମୁଖ୍ୟ ଡଃ ମୁକେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାଳିମେଳା ବ୍ଲକର ଶ୍ୟାମ ସୁନ୍ଦର ନାୟକ, ଓଡ଼ିଶା ଜିଵିକା ମିଶନର ଅଧିକାରୀ ରତନ ଗୋଲଦାର , ସେଵା ସଂସ୍ଥାର ସୁରେନ୍ଦ୍ରନାଥ ବାରିକ, ସୃଷ୍ଟି ଏନଜିଓର ଶ୍ରୀନିବାସ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଇଜିଡି ସଂସ୍ଥା ପକ୍ଷରୁ ଗ୍ରାମାଞ୍ଚଳରେ କୁପୋଷଣ ଓ ରକ୍ତହୀନତା ଦୂରକରିଵା ପାଇଁ କ୍ଷୁଦ୍ର ଶସ୍ୟକୁ ପ୍ରତ୍ୟେକ ବ୍ୟକ୍ତି ନିଜର ଖାଦ୍ୟରେ ସାମିଲ କରିବାକୁ ଆହ୍ବାନ ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅମୃତଭଣ୍ଡା , ଲେମ୍ବୁ, ସଜନା ଚାରା ପ୍ରଦାନ କରାଯାଇଥିଲା । ପୂଜା ଚକ୍ରବର୍ତ୍ତୀ, ଗୋବିନ୍ଦ ସରଦାର, ଝିଲି ସିଲ୍, ନୟାମୀ ଖରା ଓ ଅଭୟ ମଣ୍ଡଳ ପ୍ରମୁଖ ସହଯୋଗ କରିଥିଲେ ।
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0