।। ଗୋଲଡ ମେଡ଼ାଲିଷ୍ଟରେ ସମ୍ମlନିତ ହେଲେ ଅଭିଷେକ ପାଡୀ ।।

ନୂଆପଡା : ସଫଳତା କିମ୍ବା ବିଫଳତା ଜୀବନର ସବୁ କିଛି ନୁହେଁ, କେବଳ ଅଂଶ ମାତ୍ର l ସଫଳତା ଯେମିତି ଆଗକୁ ବଢିବା ଲାଗି ପ୍ରେରଣା ଯୋଗାଇଥାଏ, ବିଫଳତା ମଧ୍ୟ ସଫଳତା ପାଇବାର ମାର୍ଗ ପ୍ରଦର୍ଶନ କରିଥାଏ l ଛାତ୍ର ମାନେ ବିଫଳତାରେ ଵିଚଳିତ ନ ହୋଇ ନିଜର ବିବେକାନୂଦିତ ପଥରେ ନିଷ୍ଠାର ସହ କାର୍ଯ୍ୟ କରିଚାଲିବା ଉଚିତ l ସତରେ ଛାତ୍ର ଜୀବନରୁ ଯଦି ଅନେକ ସ୍ବପ୍ନ ଧରି ଯିଏ ଆଗକୁ ଯାଏ ତେବେ ସିଏ ପଛକୁ ଚାହେଁ ନା କବଳ ଆଗକୁ ଆଗକୁ ପାଦ ବଡାଇ ଥାଏ l ଆଜି ସେଣ୍ଟ ଜୋସେଫ ଇଣ୍ଟେରନେସନଲ ସ୍କୁଲ ପରିସରରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ ଆୟୋଜିତ କାର୍ଯ୍ୟକ୍ରମରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକର, ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକୃଷ୍ଣନ, ଝାଡ଼ଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ।: ବନ୍ନl ଗୁପ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆଇଆଇଟି, ଆଇଏସ୍ଏମ୍ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଛାତ୍ରଛlତ୍ରୀ ମାନଙ୍କୁ ପୁରସ୍କାର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ସେଣ୍ଟ ଜୋସେଫ ଇଣ୍ଟେରନେସନଲ ସ୍କୁଲ ରୁ ଡିଗ୍ରୀ ହାସଲ କରି ଆଇଆଇଟି, ଆଇଏସ୍ଏମ୍ ଧନବାଦରୁ ସିଭିଲ୍ ଇଞ୍ଜିନିୟନାରିଙ୍ଗ ଶିକ୍ଷାଗତ ଉତ୍କର୍ଷ ପାଇଁ ନୂଆପଡାରେ ରହୁଥିବା ଅବସର ପ୍ରାପ୍ତ ଶିକ୍ଷକ ପିତା: ଅବନୀ ରଞ୍ଜନ ପାଢ଼ୀ ଏବଂ ଶିକ୍ଷୟତ୍ରୀ ମାତା ନମିତା ଯୋଶୀ ଙ୍କ ପୁତ୍ର ଅଭିଷେକ ପାଡୀ ଙ୍କୁ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ଦ୍ୱାରା ସ୍ୱର୍ଣ୍ଣ ପଦକ ପୁରସ୍କାର ହାସଲ କରିଛନ୍ତି l ଏହି ଖବର ପ୍ରସାରିତ ହେଲାପରେ ଅଭିଷେଙ୍କୁ ସୁଭେଛାର ବାର୍ତ୍ତା ଛୁଟିଛି ଥିବାର ଦେଖା ଦେଇଛି l ସେ ଆଗକୁ ଫାଇନାନ୍ସରେ ଏମ.ବି.ଏ କରିବା ପାଇଁ କହିଛନ୍ତି ଏବଂ ସମାଜ ପାଇଁ କିଛି କରିବା ପାଇଁ ସେ ଇଛା ଜାହିର କରିଛନ୍ତି l ନୂଆପଡା ବାସୀ ତାଙ୍କୁ ସ ହୃଦୟର ସହ ଆଶୀର୍ବାଦର କାମନା କରିଛନ୍ତି l
ନୂଆପଡା ରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






