।। ଗୋଦ୍ରାମସ୍କା ଗ୍ରାମ ର ଏଲ ଜାମଗୁଡା ଛକ ରେ ଦେଶୀ ଓ ବିଦେଶୀ ମଦ ଜବ କଲା ପୋଲିସ ।।

ଥୁଆମୂଳ ରାମପୁର ବ୍ଲକ ଗତ ତା 16/06/2024ରିଖ ରବିବାର ଦିନ ସକାଳ ସମୟ ରେ ଥୁଆମୂଳ ରାମପୁର ଥିବା ଠିପି ବନ୍ଦ ମଦ ଦୋକାନ ରୁ ବିଦେଶୀ ମଦ ନେଇ ମଟର ସାଇକେଲ ନମ୍ବର OD. 08v3739 ରେ ମଦ ନେଉଥିବା ଏବଂ ବାଗଡିଆଣି ପଞ୍ଚାୟତ ର ଏଲ ଜାମଗୁଡା ମଦ ଭାଟି ରୁ ଦେଶୀ ମଦ ଗାଁ ଗାଁ କୁ ମଟର ସାଇକେଲ ନମ୍ବର OD. 08. N2783 ରେ ବୁଲାଇ ନେଉ ଥିବା ବେଳେ ଥୁଆମୂଳ ରାମପୁର ଠାରୁ ବଡ ଛତରଙ୍ଗ ଯିବା ମୁଖ୍ୟ ରାସ୍ତା ର ଏଲ ଜାମଗୁଡା ଛକ ରେ ସ୍ଥିନୀୟ ଅଂଚଳ ର କିଛି ସମାଜ ସେବୀ ଦେଶୀ ଓ ବିଦେଶୀ ମଦ ବୁଲାଳି କର୍ମଚାରୀ ମାନଙ୍କ ମଦ ନେବା ଦେଖି ଥୁଆମୂଳ ରାମପୁର ପୋଲିସ କୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥାନ ପହଞ୍ଚିବା ପୂର୍ଵ ରୁ କର୍ମ ଚାରି ମାନେ ଚମ୍ପଟ ମାରି ପଳାଇ ଥିଲେ l lପୋଲିସ ଦେଶୀ ଓ ବିଦେଶୀ ମଦ ଓ ଦୁଇଟି ମଟର ସାଇକେଲ ଜବତ କରି ଥାନା କୁ ନେଲେ l ଏଥିରେ ଚାରି ଜଣ କର୍ମ ଚାରି ରହିଥିବା ସୂଚନା ମିଳିଛି ତାହା ଠିପି ବନ୍ଦ ମଦ ଦୋକାନ ରୁ ଦୁଇ ଜଣ ଏବଂ ଦେଶୀ ମଦ ଭାଟି ରୁ ଦୁଇ ଜଣ l ଯାହା ସୂଚନା ମିଳିଛି କି ଦେଶୀ ମଦ 28ଲିଟର ଏବଂ ବିଦେଶୀ 14ଲିଟର ପୋଲିସ ଜବତ କରି 109,110,(52)"ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l ଏହା ବେଆଇନ ଭାବେ ଗାଁ ଗାଁ ବୁଲାଇ ବିକ୍ରି କରୁଥିବା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି l ପୋଲିସ ଅଭିଯୁକ୍ତ ଙ୍କୁ ଧରୁଛି ତାହା ଦେଖିବାକୁ ବାକି ରହିଲା ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






