ଗୁଳୁଦିପଶି ଗ୍ରାମରେ ଗୋଟିକିଆ ଦନ୍ତାହାତୀ ଗ୍ରାମବାସୀ ଭୟଭୀତ
ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଗୋଟିକିଆ ଦନ୍ତାହାତୀ ପଶି ଆସିବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଭୟ ଓ ଆତଙ୍କ ପ୍ରକାଶ ପାଇଛି। ହାତୀଟି ମୁଖ୍ୟ ରାସ୍ତା କଡ଼ରେ ଏବଂ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି ହାତୀର ଉପସ୍ଥିତି ଯୋଗୁଁ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏହାସହ ଗାଁ ନିକଟରେ ଥିବା ଫସଲ ନଷ୍ଟ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି। ହାତୀଟି ଗ୍ରାମ ନିକଟରେ ବୁଲାବୁଲି କରୁଥିବାରୁ ଗ୍ରାମବାସୀ ଘରୁ ବାହାରିବାକୁ ଭୟ କରୁଛନ୍ତି ଗ୍ରାମବାସୀମାନେ ପାଟଣା ବନ ବିଭାଗକୁ ତୁରନ୍ତ ଜଣାଇବା ସହ ହାତୀଟିକୁ ସୁରକ୍ଷିତ ଭାବେ ଗଭୀର ଜଙ୍ଗଲକୁ ଘଉଡ଼ାଇବା ପାଇଁ ଦାବି କରିଛନ୍ତି ରାସ୍ତାଘାଟରେ ନ ବୁଲିବାକୁ ଏବଂ ହାତୀ ପାଖକୁ ନ ଯାଇ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ପାଟଣା ବନପାଳ ନିରଞ୍ଜନ ସେଠୀ ପରାମର୍ଶ ଦେଇଛନ୍ତି ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0