ଗାଁ ସାଥି ନାମରେ ଭେଣ୍ଡର ଆକାଉଣ୍ଟ, ସରକାର ଙ୍କ ଯୋଜନା ରୁ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ

Aug 4, 2025 - 12:59
Aug 4, 2025 - 13:06
 0  21
ଗାଁ ସାଥି ନାମରେ ଭେଣ୍ଡର ଆକାଉଣ୍ଟ, ସରକାର ଙ୍କ ଯୋଜନା ରୁ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ

କଳାହାଣ୍ଡି, ୦୪/୦୮ (ଫାଷ୍ଟ ନ୍ୟୂଜ ଓଡ଼ିଶା) : ମୁଖିଗୁଡ଼ା ଗ୍ରାମ ପଞ୍ଚାୟତ ର ଗାଁ ସାଥି ବିବେକାନନ୍ଦ ଛିନ୍ଦା ଙ୍କ ନିଜଲୋକ ମୁଖିଗୁଡା ଗ୍ରାମପଞ୍ଚାୟତ ର ହୋଇ ଥିବାବେଳେ ତାଙ୍କ ଭାଇ ବିରଞ୍ଚି ନାରାୟଣ ଚିନ୍ଦା ମଧ୍ଯ ଉକ୍ତ ପଂଚାୟତରେ ପୂର୍ବରୁ GRS ରହି ପୂର୍ବରୁ ମଧ୍ୟ ଅନେକ ଦୁର୍ନୀତିରେ ସମ୍ପୃକ୍ତ ରହି ଏହିଭଳି କାର୍ଯ୍ୟ ଭିଆଇ ଥିବା ନେଇ ସୂଚନା ମିଳିଛି ଓ ନିଜ ଭାଇଙ୍କ ନାମରେ GST ଭେଣ୍ଡର ଆକାଉଂଟ ଖୋଲି ଭାଇ ଭାଇ ମିଳି ଭଗତରେ ଲକ୍ଷ ଲକ୍ଷ ଆତ୍ମ ସାତ କରିଛନ୍ତି ବଳି ସୂଚନା ମିଳିଛି,ଆର୍ଥିକ ବର୍ଷ ୨୦୨୫-୨୬ମଧ୍ୟରେ ହୋଇଥିବା ମନରେଗା ଯୋଜନାର ଅଣ କୌଶଳୀ ଶ୍ରମିକ ଅଂଶ ବା ମେଟେରିଆଲ୍ ଟଙ୍କା ଅସଦ ବିନିଯୋଗ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାରୁ ପ୍ରକାଶଯେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖୀଗୁଡା ଗ୍ରାମ ପଞ୍ଚାୟତର ଗାଁ ସାଥି ବା ମେଟ ବିବେକାନନ୍ଦ ଚିନ୍ଦା ଯାହାଙ୍କ ଟିନ ନମ୍ବର 21BANPC570 J2ZV ରହିଥ‌ିବା ବେଳେ ମୁଖୀଗୁଡ଼ା ଗ୍ରାମ ପଞ୍ଚାୟତ। ସମସ୍ତ ମନରେଗା ଯୋଜନାର ସମସ୍ତ କାମ କୁଜି ଠିକାଦାର ମାନଙ୍କୁ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧୂଙ୍କୁ ଏହି କାମ ହସ୍ତାନ୍ତର କରିଥିବା ଯୋଗୁଁ, ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ମୁଖିଗୁଡା ସ୍ଥାନୀୟ ନିଜେ ବିବେକାନନ୍ଦ ଛିନ୍ଦା ଠିକାଦାର ସାଜି ଶ୍ରମିକ ମାନଙ୍କୁ ନିୟୋଜିତ ନକରି ମେସିନ ମାଧ୍ୟମରେ କାମ ସମ୍ପାଦନ କରି ମେଟେରିଆଲ ଟଙ୍କା ପଡିଥିବା ସୂଚନା ମିଳିଛି । ବିବେକାନନ୍ଦ ଚିନ୍ଦାଙ୍କ କୌଣସି ସିମେଟ, ଛଡ଼ ଦୋକାନ ନଥିବାବେଳେ ତାଙ୍କର ଗିଟି, ବାଲି ପଥର ମୁରୁମ ଯୋଗାଣ ପାଇଁ ନିଜସ୍ଵ ଟ୍ରାକ୍ଟର କିମ୍ବା ମାଲବାହୀ ଜାନ ନାହିଁ । ସେ ମିଥ୍ୟା ସାମଗ୍ରୀର ବିଲ ଭଉଚର କରି ଅର୍ଥ ସାତ କରିଥିବା ସୂଚନା ମିଳିଛି । ଜଣେ ଗାଁ ସାଥି ର ସରକାରୀ ବେତନ ନଥିବା ବେଳେ ସରକାର ସେମିସ୍କିଲ୍ଡ ମାଧ୍ୟମରେ ପଇସା ପାଇଥାନ୍ତି, କିନ୍ତୁ ମୂଖିଗୁଡ଼ା ଗ୍ରାମପଞ୍ଚାୟତ ର ବିବେକାନନ୍ଦ ଛିନ୍ଦା ଜଣେ ଗାଁ ସାଥି ହୋଇ ନିଜର ଭଣ୍ଡାର ରହିଥିବା ସୂଚନା ସାମ୍ନା କୁ ଆସିଛି, ଏହା ପଛରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ହାତ ରହିଛି କି ବଳି ପ୍ରଶ୍ନବାଚୀ ଉଠିଛି, ଏନେଇ ଜନମହଳରେ ଚର୍ଚ୍ଚିତ ହଉଛି କି ସରକାର ଙ୍କ ଲକ୍ଷାଧିକ ଟଙ୍କା ପାଣ୍ଠି ର କିଭଳି ଭାବରେ ମୁଖିଗୁଡ଼ା ଗ୍ରାମ ପଞ୍ଚାୟତ ରେ ବିନିଯୋଗ କରାଯାଇଛି ସେହି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନା ପ୍ରଶାସନ ନୀରବଦ୍ରଷ୍ଟା ସଜିବେ ତାହା ଦେଖିବାକୁ ବାକି ରହିଲା ।

What's Your Reaction?

Like Like 4
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ