ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିରାକରଣ ଓ ବେଟି ବଚାଓ ବେଟି ପଢ଼ାଓ ସଚେତନତା କର୍ମଶାଳା ଅନୁଷ୍ଠିତ

Mar 25, 2025 - 20:55
 0  13
ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିରାକରଣ ଓ  ବେଟି ବଚାଓ ବେଟି ପଢ଼ାଓ ସଚେତନତା କର୍ମଶାଳା ଅନୁଷ୍ଠିତ

ନୂଆପଡା : ନୂଆପଡା ଜିଲ୍ଲା ସଦରମହକୁମାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଓ କନ୍ୟାଭୃଣ ହତ୍ୟା ନିରାକରଣ ତଥା ବେଟି ବଚାଓ ବେଟି ପଢ଼ାଓ ସଚେତନତା କର୍ମଶାଳା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ରାଲିକୁ ଜିଲ୍ଲାପାଳ ମଧୁସୂଦନ ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଶତାଧିକ ସଂଖ୍ୟାରେ ଅଙ୍ଗନୱାଡ଼ି ସିଡିପିଓ, ସୂପରଭାଇଜର, କର୍ମୀ, ଆଶା କର୍ମୀ, ମିଶନ ଶକ୍ତି,ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ଟି ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ଏକତା ଛକରୁ ପୁଣି ଫେରିଥିଲା। ସାଲେଭଟା ୟୂପି ବିଦ୍ୟାଳୟର ଛାତ୍ରୀ ମାନେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏହାପରେ ସ୍ଥାନୀୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଧରଣୀଧର ସେନାପତି, ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୁଏ ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଓ କନ୍ୟାଭୃଣ ହତ୍ୟା କିଭଳି ସମାଜରେ ଅସୁନ୍ତଳନ ସୃଷ୍ଟି କରୁଛି ସେ ବିଷୟରେ ସଚେତନ କରିଥିଲେ। ଡଃ ସେନାପତି ଏହାର ବୈଷୟିକ ଦିଗକୁ ଉଜାଗର କରି ଏହାର ଆଇନଗତ ପ୍ରାବଧାନ ସମ୍ଵନ୍ଧରେ ସୂଚନା ଦେଇଥିଲେ। ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ସମାଜରେ ମା ବିନା ପରିବାରର ସ୍ଥିତି ନାହିଁ। ଆମେ ମା ପାଇଁ ହିଁ ସମାଜରେ ଠିଆ ହୋଇଛେ । ପୂର୍ବରୁ ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ଜନ୍ମହାର କମ୍ ଥିଲା। କିନ୍ତୁ ଜିଲ୍ଲାପ୍ରଶାସନ ପକ୍ଷରୁ ସମୟୋଚିତ ବିଭିନ୍ନ ପଦକ୍ଷେପ ନେବା ସହିତ ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଉପରେ ତୀକ୍ଷ୍ମ ନଜର ରଖିବାରୁ ପରିସ୍ଥିତି ବଦଳି ଯାଇଛି। ଏବେ ଜିଲ୍ଲାରେ ପୁଅ ମାନଙ୍କ ତୁଳନାରେ ଝିଅଙ୍କ ଯନ୍ମହାର ଯଥେଷ୍ଟ ବୃଦ୍ଧି ପାଇଛି। ଏହା ଏକ ସାମାଜିକ ସମ୍ବେଦନଶୀଳ ସମସ୍ୟା ଏବଂ ସମାଧାନ ହେବା ପାଇଁ ଦୀର୍ଘ ସମୟ ଲାଗି ଯାଇଥାଏ। ଆମକୁ ଏଥିପାଇଁ ଏବେଠୁ ସଜାଗ ରହିବାକୁ ପଡିବ।ଏବେ ଏହି କ୍ଷେତ୍ରରେ ସମଗ୍ର ରାଜ୍ୟରେ ନୂଆପଡା ଜିଲ୍ଲା ବେଶ୍ ଆଗରେ ଅଛି। ଆମକୁ ଏହିସ୍ଥିତି ବଜାୟ ରଖିବାକୁ ପଡିବ। ଏହା ଏକ ଟିମ୍ ୱାର୍କ ଏବଂ ଏହି କ୍ଷେତ୍ରରେ ସ୍ବାସ୍ଥ୍ୟ ଓ ଅଙ୍ଗନବାଡ଼ି ବିଭାଗର କର୍ମକର୍ତ୍ତା ମାନଙ୍କ ଗୁରୁତ୍ବପୁର୍ଣ ଭୂମିକା ରହିଛି।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ