।। ଖରିଆର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳିତ ।।

ସ୍ଥାନୀୟ ଖରିଆର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଏନ.ଏସ.ଭି, ଅପରେଟିଙ୍ଗ ସର୍ଜନ ( ଏଫ.ଡବ୍ଲୁ ) ଏଡି.ଏମ.ଓ କୋରାପୁଟରୁ ଡ଼ା. ନୀଳ ମାଧବ ଶତପଥୀ ଖରିଆର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଥିଲେ l ଏହି କାର୍ଯ୍ୟ କ୍ରମରେ ପୁରୁଷ ମାନଙ୍କ ବନ୍ଧ୍ୟାକରଣ ବିଷୟରେ ବୁଝାଇଥିଲେ l ପୁରୁଷ ମାନଙ୍କ ପାଇଁ ଏନ.ଏସ.ଭି ଏକ ସହଜ, ସଫଳ ଓ ସୁରକ୍ଷିତ ଜନ୍ମ ନିରୋଧ ଉପାୟ ଏଥି ପାଇଁ ବେଶୀ କଟାକଟି ସିଲେଇର ଆବଶ୍ୟକତା ନାହିଁ, ଏହାର କୌଣସି ଜଟିଳ ପାର୍ଶ୍ଵ ପ୍ରତିକ୍ରିୟା ନାହିଁ l ଏହା ଦ୍ୱାରା ପୁରୁଷତ୍ୱ ଓ ଯୌନ ସୁଖ ହ୍ରାସ ହୁଅ ନାହିଁ ବୋଲି ଡା. ନୀଳ ମାଧବ ଶତପଥୀ କହିଛନ୍ତି l ଜ଼ିଲ୍ଲାରେ 11 ଜଣ ପୁରୁଷଙ୍କୁ ଅସ୍ତ୍ରପ୍ରଚାର କରିଛନ୍ତି ବୋଲି ସେ କହିଛନ୍ତି l ଉକ୍ତ କାର୍ଯ୍ୟକ୍ରମକୁ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିବାବେଳେ ବିପିଏମ ଶେଖ ୱାସିମ ରlଜା କାର୍ଯ୍ୟକ୍ରମରେ ସହଯୋଗ କରିଥିଲାବେଳେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?






