।। ଖରାପ ରାସ୍ତା ମରାମତି ହେଲାନି ଲୋକେ ରାଗି ପ୍ରତିବାଦ କଲେ ।।

Jun 28, 2024 - 12:04
 0  25
।। ଖରାପ ରାସ୍ତା ମରାମତି ହେଲାନି ଲୋକେ ରାଗି ପ୍ରତିବାଦ କଲେ ।।

କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ୍ ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମଲ୍ଲିପଶି - ସରାସକେଲା ରାସ୍ତା ପୁରା ନଷ୍ଟ ହୋଇ ଯାଇଛି। ସେ ରାସ୍ତାରେ ଲୋକେ ଗଲାବେଳେ ଯମ ଯନ୍ତ୍ରଣା ପାଉଛନ୍ତି। ନିର୍ବାଚନ ବେଳେ କୁହା ଯାଇଥିଲା ଭୋଟ ସରିଲେ ରାସ୍ତା ହେବ। ତେବେ ଏବେ ବର୍ଷା ଦିନ ଆସିଲାଣି ତେଣୁ ମରାମତିରେ ବିଳମ୍ବ ଜାଣି ସ୍ଥାନୀୟ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି କି ରାସ୍ତା ନିର୍ମାଣ ହେଉ। ଯେତେ ଆଡ଼େ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିନି ଲୋକେ ଅଭିଯୋଗ କରନ୍ତି। ରଥଯାତ୍ରା ପାଖେଇ ଆସିଲାଣି ଏଠାରେ ମଲ୍ଲିପଶିରେ ରଥଯାତ୍ରାରେ ୫୦ ହଜାର ଲୋକ ଯୋଗ ଦିଅନ୍ତି ସେମାନେ ଏହି ଭଙ୍ଗା ରାସ୍ତାର ବ୍ୟବହାର କରି ହୀନସ୍ତା ହେବା ଥୟ। ତେଣୁ ମିଳିତ ଭାବେ ସବୁ ଗ୍ରାମବାସୀ ଏହି ରାସ୍ତାର ଯଥାଶୀଘ୍ର ମରାମତି ହେବା ଲାଗି ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ