।। କ୍ଷିତିଜ୍ୟୋତିଃ ଆଶ୍ରମ ତରଫରୁ ଟିଆଁସିପଶି ଆଦିବାସୀ ଭୂମିଜ ସାହିରେ ପିଲାମାନଙ୍କୁ ପାଠ୍ୟପୋକରଣ ଓ ଲୋକଙ୍କୁ ମଶାରୀ ବଣ୍ଟନ ।।

Sep 3, 2024 - 20:10
 0  11
।। କ୍ଷିତିଜ୍ୟୋତିଃ ଆଶ୍ରମ ତରଫରୁ ଟିଆଁସିପଶି ଆଦିବାସୀ ଭୂମିଜ ସାହିରେ ପିଲାମାନଙ୍କୁ ପାଠ୍ୟପୋକରଣ ଓ ଲୋକଙ୍କୁ ମଶାରୀ ବଣ୍ଟନ ।।

ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ ଶାଖା ଆନୁକୂଲ୍ୟରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ପଞ୍ଚାୟତର ଟିଆଁସିପଶି ଆଦିବାସୀ ଭୂମିଜ ସାହିରେ ପାଠ୍ୟପୋକରଣ ଓ ମଶାରୀ ବଣ୍ଟନ କରାଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବରେ ରଙ୍ଗାମାଟିଆ ଗ୍ରାମ ପଂଚାୟତର ସରପଞ୍ଚ ମାଧୁରୀ ନାଏକ ଓ ଭଣ୍ଡା ଗ୍ରାମ ପଂଚାୟତର ସମିତି ସଭ୍ୟା ସାଇବାଣୀ ନାଏକ, କବି ତଥା ସଂଗଠକ ଡମ୍ବରୁ ମହାନ୍ତ ଓ କବି ଭାବଗ୍ରାହୀ ମହାନ୍ତ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଅବହେଳିତ ଆଦିବାସୀ ଭୂମିଜ 85ଜଣ ପିଲାଙ୍କୁ ଖାତା, କଲମ, ବିସ୍କୁଟ ଓ ଚକୋଲେଟ ଏବଂ 45ଜଣ ଲୋକଙ୍କୁ ମଶାରୀ ବଣ୍ଟନ କରାଯାଇଛି ! କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କବି, ଲେଖକ ତଥା ସଂଗଠକ ଚରମାନନ୍ଦଦାସ ପ୍ରତାପ ଓ କେନ୍ଦ୍ର ପରିଚାଳକ ଅର୍ଜୁନ ଚରଣ ମହାନ୍ତ ! କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ତାପସ ପଣ୍ଡା, ମିଡ଼ିଆ ସେଲ୍ ଦଶରଥ ବାରିକ ଅର୍ଜୁନ ସିଂ ଓ କାନ୍ଦୁରୁ ମୁଖୀ ଉପସ୍ଥିତ ରହିଥିଲେ ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ