କେବେ ହେବ ମରାମତି ମରଣଯନ୍ତା ପାଲିଟିଛି ଧୂସାରିଗାଁ ଛକ ଠାରୁ ମାର୍ଦ୍ଦିଫଙ୍କା ରାସ୍ତା

Apr 4, 2026 - 15:39
 0  43
କେବେ ହେବ ମରାମତି ମରଣଯନ୍ତା ପାଲିଟିଛି ଧୂସାରିଗାଁ ଛକ ଠାରୁ ମାର୍ଦ୍ଦିଫଙ୍କା ରାସ୍ତା

ବାଲିଗୁଡ଼ା/ଦାରିଙ୍ଗବାଡ଼ି ୨/୦୪/୨୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)କନ୍ଧମାଳ ଜିଲ୍ଲାରେ ନାମ ମାତ୍ରକେ ବିକଶିତ ଗାଁ ବିକଶିତ ଓଡ଼ିଶା ଏବେ ବି ଏମିତି ଗାଁ ଅଛି ଯେଉଁ ଗାଁ ଦେଈ ଅନ୍ୟ ଜିଲ୍ଲାକୁ ସଂଯୋଗ ହେଇଛି ପ୍ରତିଦିନ ଶହଶହ ଯାତ୍ରୀବାହୀ ବସ୍ ମାଲ ବୋଝେଇ ଟ୍ରକ ଗାଡ଼ି ଗୁଡ଼ିକ ଯାତାୟତ କରୁଛି ସତ ରାସ୍ତାର ଅବସ୍ଥା ଏତେ ମାତ୍ରାରେ ଖରାପ୍ ହେଇଛି ବାଇକ୍ ନେଇ ଯିବାକୁ କଷ୍ଟ ଲଗୁଛି ସେହି ରାସ୍ତା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ୍ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ସାରାମୂଳୀ ଗ୍ରାମପଞ୍ଚାୟତ ଧୂସାରିଗାଁ ଛକ ଠାରୁ ମାର୍ଦ୍ଧିଫଙ୍କା କନ୍ଧମାଳ ଜିଲ୍ଲା ସୀମାନ୍ତ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ୍ କୁ ସଂଯୋଗ କରୁଥିବା ରାସ୍ତା ଉପରେ ଦାରିଙ୍ଗବାଡି ବ୍ଲକ୍ ପ୍ରଶାସନ କେବେ ଦୃଷ୍ଟି ଦେଇ ମରାମତି କରିବ ଏ ନେଇ ପ୍ରଶ୍ନ ଉଠୁଛି I କନ୍ଧମାଳ ଜିଲ୍ଲାର ସୀମାନ୍ତ ମାର୍ଦ୍ଧିପଙ୍କା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି ।ରାସ୍ତାରୁ ପିଚୁ ଉଠି ଯାଇଥିବା ବେଳେ ମେଟାଲ୍ ସବୁ ବାହାରି ପଡ଼ିଛି ମଜି ମଜି ଖାଲଖେମ ହୋଇ ଥିବାଦେଖିବା ମିଳୁଛି ।। ଯାହା ଫଳରେ ମରଣାଯନ୍ତା ପାଲଟି ଥିବା ଏହି ରାସ୍ତା ଗତ ୧୦ରୁ ଅଧିକ ଛୋଟ ବଡ଼ ଦୁର୍ଘଟଣା ଘଟିଥିଲାବେଳେ ଘାଟି ରାସ୍ତା ଥିବାରୁ ଗୋଟିଏ ଦିନ ତିନି ଗୋଟି ମୋଟର ସାଇକେଲ୍‌ ରେ ପଡ଼ିଥିବା ଆଡିପଦର ଗ୍ରାମବାସୀ କହିଛନ୍ତି।ଧୂସାରୀଗାଁ ଛକ ଠାରୁ ମାର୍ଦ୍ଦିଫଙ୍କା ରାସ୍ତା ଶୋଚନୀୟ ଦେଖିବା ନିଳୁଛି ଏଭଳି ଅବସ୍ଥା। ଉକ୍ତ ରାସ୍ତା ଉପରେ ସାରାମୂଳୀ ଗ୍ରାମପଞ୍ଚାୟତ ଯାତାୟତ ବାଦା ପ୍ରାପ୍ତ ହେଉଚି ଗୁଡ୍ରିଗାଁ,ପାକାଳିମାହା,ଆଡିପଦର,ମାର୍ଦ୍ଧିଫଙ୍କା, ଓ ସାରାମୂଳୀ ପଞ୍ଚାୟତ ଅଞ୍ଚଳ ବାସୀ। ଖରା ଦିନ ଖାଲଖମାରେ ଧୁଳି ଉଡ଼ି ଆଖିରେ ପଡ଼ି ଯାଉଥିବା ବେଳେ ହଠାତ୍‌ ଗାଡ଼ି ଚଳାଇ ବାକୁ ଜଣା ପଡ଼ୁ ନ ଥିବାରୁ ଛୋଟ ମୋଟ ଦୃର୍ଘଟଣା ବି ଘଟୁଛି ବୋଲି କହୁଛନ୍ତି ଅଞ୍ଚଳବାସୀ । ଯଥା ଶୀଘ୍ର ଉକ୍ତ ରାସ୍ତା ମରାମତି କରିବା ପାଇଁ ପ୍ରଶାସନଙ୍କୁ ସାରାମୂଳୀ ଗ୍ରାମପଞ୍ଚାୟତ ଅଞ୍ଚଳ ବାସୀ ଦାବୀ କରୁଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ