କୁମାର ମ୍ୟୁଜିକ ପକ୍ଷରୁ ମହମ୍ମଦ ରଫି ମେଲୋଡି ଅନୁଷ୍ଠିତ

Aug 2, 2025 - 18:06
 0  151
କୁମାର ମ୍ୟୁଜିକ ପକ୍ଷରୁ ମହମ୍ମଦ ରଫି ମେଲୋଡି ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୨.୦୮.୨୦୨୫ ରିଖ: ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ମହମ୍ମଦ ରଫି ଙ୍କ ୪୫ ତମ ତିରୋଧାନ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲାର ପ୍ରତିଷ୍ଠିତ ସଙ୍ଗୀତ ବିଦ୍ୟାଳୟ କୁମାର ମ୍ୟୁଜିକ୍ ପକ୍ଷରୁ ଏକ ମେଲଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ସମାଜ ସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ! ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ତହସିଲଦାର କୈଳାସ ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !

ଏହି ଅବସରରେ କୁମାର ମ୍ୟୂଜିକ ର ଅଧ୍ୟକ୍ଷ ସୁକୁମାର ସୁନା ଯୋଗ ଦେଇ ସଙ୍ଗୀତ କ୍ଷେତ୍ରରେ ନୂତନ ପ୍ରତିଭାର ଅନ୍ୱେଷଣ ହିଁ ତାଙ୍କର ଏକ ମାତ୍ର ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ ! ସ୍ବର୍ଗତ ମହମ୍ମଦ ରଫି ଙ୍କ ବଛା ବଛା ଗୀତ କୁ ଅନୁଷ୍ଠାନର ଛାତ୍ର ଛାତ୍ରୀ ପରିବେଷଣ କରିଥିଲେ ! ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ସହରର ଜଣାଶୁଣା କଣ୍ଠଶିଳ୍ପୀ କପିଲ ମହାରଣା, ପ୍ରକାଶ ସାମନ୍ତରାୟ, ଏସ. କେ. ନାସିର, ଟି. ନିବେଦିତା କୁମାର ସମର, ଉଦିତ ଭାନୁ, ଶିବଶଙ୍କର, ବେବୀ ରାଣୀ, ନିବେଦିତା ପଟ୍ଟନାୟକ ପ୍ରମୁଖ ଗୀତ ପରିବେଷଣ କରିଥିଲେ ! ସେହିପରି ସୁରେଶ ମହାନ୍ତି, ତାପସ ଘଡେ଼ଇ, ଲିଟିଲ୍, ମିନୁ, ସିଧୁ, ଆଇ. ଜଲାଲୁଦ୍ଦିନ, ଆସେର ଏବଂ ଆୟୁଷ ପ୍ରମୁଖ ବାଦ୍ୟ ଯନ୍ତ୍ର ଚାଳନା କରିଥିଲେ ! ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜଣାଶୁଣା ବରିଷ୍ଠ କଳାକାର ନାଗେଶ୍ୱରୀ ପଟ୍ଟନାୟକ ସଂଯୋଜନା କରିଥିଲେ ! ଅନୁଷ୍ଠାନର ବରିଷ୍ଠ କଳାକାର ତଥା କଣ୍ଠଶିଳ୍ପୀ କପିଲ ମହାରଣା,କଣ୍ଠଶିଳ୍ପୀ ଉଦିତ ଭାନୁ ପ୍ରମୁଖ ସହଯୋଗ କରିଥିଲେ ! ପ୍ରତିକୂଳ ପାଗ ସତ୍ତ୍ୱେ ପୂର୍ବତନ ଜିଲ୍ଲା ଓକିଲ ସଂଘର ସଂପାଦକ ରାମ ପ୍ରସାଦ ପାତ୍ର, ଅଧ୍ୟାପକ ତଥା ସମାଜ ସେବୀ ଅଖିଳ ଭଟ୍ଟ, ସମାଜ ସେବୀ ତପନ ବିଷୋୟୀ ସମେତ ଅନେକ କଳା ପ୍ରେମୀ ଦର୍ଶକ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ