।। କୁକୁର କାମୁଡ଼ାରେ ଆକ୍ରାନ୍ତ ବ୍ୟକ୍ତି କୁକୁର ପରି ଭୁକିବା ସହ ଆଚରଣ କରୁଛି ।।

May 21, 2024 - 18:46
 0  22
।। କୁକୁର କାମୁଡ଼ାରେ ଆକ୍ରାନ୍ତ ବ୍ୟକ୍ତି କୁକୁର ପରି ଭୁକିବା ସହ ଆଚରଣ କରୁଛି ।।

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ପିସ୍କାକାପାଙ୍ଗା ପଞ୍ଚାୟତ,ରତନଗୁଡା ଗ୍ରାମ ,ଶୁଣିବାକୁ ମିଛ ଲାଗୁଥିଲେ ବି ଘଟଣାଟି ନିରାଟ ସତ୍ୟ।ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ।ସୂଚନା ଅନୁଯାୟୀ ଚନ୍ଦ୍ରପୁର ବ୍ଲକ୍,ପିଷ୍କାପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରତନଗୁଡ଼ା ଗାଆଁ ର ଆଦିବାସୀ ଯୁବକ ହରିପୁର ବ୍ରେଡେକା (୨୮) ନିଜ ଗାଆଁରେ ଏକ ବିବାହ ଭୋଜିକୁ ଯିବା ସମୟରେ ଗୋଟେ ବୁଲା କୁକୁର ତାର ଗୋଡ଼କୁ କାମୁଡି ଦେଇଥିଲା। ହରିକୁ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାକୁ ତୁରନ୍ତ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରତିଷେଧକ ଇଞ୍ଜେକସନ ଲଗାଇଥିଲା। ଆଜକୁ ୬ଦିନ ବିତିଗଲା ପରେ ଆଜି ଘରେ ସେ କୁକୁର ଭଳି ଭୁଲିବା ସହ ଜିଭ ବାହାର କରି କୁକୁର ଭଳି ପାଣି ଚାଟିବାକୁ ଲାଗିଥିଲା।ତାର ଏଭଳି ଆଚରଣ ଦେଖି ଘର ଲୋକେ ତାକୁ ଆଜି ମୁନିଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଆସିଥିଲେ।ଏଠାରେ ଡାକ୍ତର ହରୀକୁ ପରୀକ୍ଷା କରିବା ପରେ ତାକୁ ତୁରନ୍ତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଥିଲେ।କିନ୍ତୁ ଆକ୍ରାନ୍ତ ହରିର ପରିବାର ଆମ୍ବୁଲାନ୍ସରେ ରାୟଗଡ଼ା ଯିବାକୁ ଅମଙ୍ଗ ହେବା ପରିବର୍ତ୍ତେ ଦେଶି ଚେରୁମୂଳି ଚିକିତ୍ସା ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଥିଲା।ଏସବୁକୁ ଦେଖି ସ୍ଥାନୀୟ ଲୋକେ ଓ ତାର ସମ୍ପର୍କୀୟ ମାନେ ତାକୁ ରାୟଗଡ଼ା ହସ୍ପିଟାଲ ଯିବାପାଇଁ ପ୍ରବର୍ତ୍ତାଉଥିଲେ।ଏହି ଅଭାବନୀୟ ଘଟଣା ଦେଖିବାକୁ ମୁନିଗୁଡ଼ା ହସ୍ପିଟାଲରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା।ପ୍ରକାଶ ଥାଉକୀ ଆଜିବି ପଲ୍ଲୀ ଅଞ୍ଚଳରେ ଲୋକମାନେ ,ଚେର ମୁଳୀ ଚିକିତ୍ସା ଉପରେ ବିଶ୍ୱାସ କରୁଥିବା ଦେଖିବାକୁ ମିଳୁଛି।ସରକାରୀ ସଚେତନତା ଅଭାବରୁ ଏହିଭଳି ଅନ୍ଦବିଶ୍ୱାସ ପରିସ୍ଥିତି ଉପୁଜୁଥିବା ମନେହୁଏ।ଦୀର୍ଘ ସମୟ ହରିପୁର ମେଡିକାଲ ପରିସରରେ ପଡ଼ିଥିଲା।ଆଉ ପରିବାର ଲୋକେ ଦେଶୀୟା ଚିକିତ୍ସା ପାଇଁ ବୈଦ୍ୟକୁ ଅପେକ୍ଷା କରିଥିଲେ।କେହି ବିଶ୍ୱାସ କରିବାର କଥା ନଥିଲେ ମଧ୍ୟ ଆଶ୍ଚର୍ୟ ଲାଗୁଥିଲା ହରିପୁରର କୁକୁର ଭଳି ଆଚରଣ ଦେଖି।ଚନ୍ଦ୍ରପୁର ଭଳି ଏକ ଅପହଞ୍ଚ ଇଲାକାରେ ଯଦି ସାମାନ୍ୟ କୁକୁର କାମୁଡ଼ାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଚନ୍ଦ୍ରପୁର ଓ ମୁନିଗୁଡ଼ା ଭଳି ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ମିଳିବା ସମ୍ଭବ ହେଉନାହିଁ ଆଉ ସେଥିପାଇଁ ସେ ଵୈଦ୍ୟକୁ ଅପେକ୍ଷା କରିବାକୁ ଅବା ଭରଷା କରିବାକୁ ପଡ଼ୁଛି।ଅଥବା ଚନ୍ଦ୍ରପୁରରୁ ୧୧୦ କିଲୋମଟର ଦୂର ରାୟଗଡ଼ା ଯିବାକୁ ରୋଗୀକୁ ପଡୁଛି ବୋଲି ଆଜି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ତାଙ୍କର ପରିବାର ଚିନ୍ତା କଲାପରେ ଡାକ୍ତର ଆଦେଶରେ ରାୟଗଡ଼ା ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ କୁ ହରିପୁର ଙ୍କୁ ସ୍ଥାନାନ୍ତରିତ କରାଯାଇ ଅଛି।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ