।। କାଶୀପୁର ବ୍ଲକ ମାଣ୍ଡିବିଶି ଠାରେ " ବନ ସୁରକ୍ଷା ଆମରି ରକ୍ଷା " ସଚେତନତା କାର୍ଯ୍ୟକ୍ରମ ଓ ସାଇକେଲ ରାଲି ।।

Feb 25, 2024 - 20:09
 0  16
।। କାଶୀପୁର ବ୍ଲକ ମାଣ୍ଡିବିଶି ଠାରେ  " ବନ ସୁରକ୍ଷା ଆମରି ରକ୍ଷା " ସଚେତନତା କାର୍ଯ୍ୟକ୍ରମ ଓ ସାଇକେଲ ରାଲି ।।

ଗତ କିଛି ଦିନ ଧରି " ବନ ସୁରକ୍ଷା ଆମରି ରକ୍ଷା " ସଚେତନତା କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲା ରେ ଅନୁଷ୍ଠିତ ହୋଇ ଆସିଥିବା ବେଳେ ରାୟଗଡ଼ା ଜିଲ୍ଲା - କାଶୀପୁର ବ୍ଲକ ବନଖଣ୍ଡ ଅନ୍ତର୍ଗତ ମାଣ୍ଡିବିଶି ଓ ଗଡିବାଲି ପଞ୍ଚାୟତ ଦ୍ବୟର ଲୋକଙ୍କୁ ନେଇଁ ମାଣ୍ଡିବିଶି ଠାରେ ତା ୨୫/୦୨/୨୦୨୪ ରିଖ ରବିବାର " ବନ ସୁରକ୍ଷା ଆମରି ରକ୍ଷା " ତଥା ଜଙ୍ଗଲ ପୋଡି ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଅଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କାଶୀପୁର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ମାଣ୍ଡିବିଶି ଓ ଗୋଡ଼ିବାଲି ବନାଞ୍ଚଳ ରେ ବସବାସ କରିଆସୁଥିବା ଲୋକଙ୍କୁ ! ଜୀବଯୋଗତ ରେ ପରିବେଷର ମହତ୍ୱ ଏବଂ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ଓ ଜଙ୍ଗଲ ସୁରକ୍ଷାରେ ନାଗରିକତା ଦାୟିତ୍ୱ ବିଷୟରେ ବାର୍ତ୍ତା ଦେଇଥିଲେ। ଏବଂ ଅଞ୍ଚଳ ବାସୀଙ୍କୁ ସଚେତନତା କରିବା ଉଦେଶ୍ୟରେ ଏକ ସାଇକେଲ ଦୌଡ ମାଣ୍ଡିବିଶି ଠାରୁ ଯେରୋକା ଗ୍ରାମ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏହି ରାଲି ରେ ମାଣ୍ଡିବିଶି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନେ ଭାଗ ନେଇଥିଲେ ଏବଂ ରାଲିରେ ଅଞ୍ଚଳର ଯୁବକ ମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ର ଆୟୋଜନ କାଶୀପୁର ବନ ବିଭାଗ କରିଥବା ବେଳେ ଫୋରେଷ୍ଟର ମାଣ୍ଡିବିଶି ବଳରାମ କାଡ୍ରାକା, ଗାର୍ଡ ବିକାଶ ବାଘ, ଗାର୍ଡ କିଲୋରୀ ତ୍ରିପତି, ଏବଂ ଜଙ୍ଗଲ ଅଗ୍ନି ସୁରକ୍ଷା ଦଳର କର୍ମଚାରୀ ମାନେ ସମ୍ପୂର୍ଣ ଦାୟିତ୍ୱ ତୁଳାଇ ଥିଲେ। ଏହି ପରିପେକ୍ଷୀରେ ପଞ୍ଚାୟତ ଦ୍ବୟର ସରପଞ୍ଚ, ମାଣ୍ଡିବିଶି ଓ ଗୋଡିବାଲି,ମିଟକେଶ ର ୭୯ ଜଣ ବନ ସଙ୍ଗ୍ରକ୍ଷଣ ସଭ୍ୟ ଓ ସଭାପତି, ଶିକ୍ଷକ ଓ ଛାତ୍ର ଛାତ୍ରୀ ଏବଂ ଅଞ୍ଚଳ ବାସୀ ଯୋଗ ଦେଇଥିଲେ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ