।। କାଳ ବୈଶାଖୀ ବର୍ଷା ରେ ଖାଲ,ଖାଲ ହୋଇଗଲା ହସ୍ପିଟାଲ ର ମୁଖ୍ୟ ରାସ୍ତା ।।

Mar 27, 2024 - 20:25
 0  37
।। କାଳ ବୈଶାଖୀ ବର୍ଷା ରେ ଖାଲ,ଖାଲ ହୋଇଗଲା ହସ୍ପିଟାଲ ର ମୁଖ୍ୟ ରାସ୍ତା ।।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ରେ ଥିବା ହସ୍ପିଟାଲ ମୁଖ୍ୟ ରାସ୍ତା ,, ମାର୍ଚ୍ଚ ମାସ ଚାଲିଥିବା ବେଳେ ସୁଖା ପଡ଼ିଛି ସବୁ ଅଞ୍ଚଳ କିନ୍ତୁ ଚର୍ଚ୍ଚାରେ ଏବେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ର ମୁଖ୍ୟ ସରକାରୀ ହସ୍ପିଟାଲ । 5T ମାଧ୍ୟମରେ ଅନେକ ଉନ୍ନତି ହେବା ବେଳେ ମୁରିବାହାଲ ରେ ତାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ତଳେ ମୁରିବାହାଲ ଅଞ୍ଚଳରେ ଟିକିଏ ଖରାଦିନିଆ ବର୍ଷା ଦେଖିବାକୁ ମିଳିଥିଲା ଓ ସେହି ବର୍ଷା ରେ ଉଜିଡି ଯାଇଛି ମୁରିବାହାଲ ମୁଖ୍ୟ ହସ୍ପିଟାଲ ଓ ପ୍ରଶାସନ ର ଇଜ୍ଜତ । କାରଣ ହସପିଟାଲ ର ମୁଖ୍ୟ ରାସ୍ତା ମାତ୍ର ଟିକିଏ ବର୍ଷାରେ ଏତେ କଦର୍ଯ୍ୟ ହୋଇପଡ଼ିଥିଲା ଯେ ସାଧାରଣ ଲୋକରେ ଚର୍ଚ୍ଚାର ବିଷୟ ହୋଇଛି। ହସ୍ପିଟାଲ ର ମୁଖ୍ୟ ରାସ୍ତା କୁ ନେଇ ଅନେକ ଥର ଅଭିଯୋଗ ହୋଇଥିଲେ ମଧ୍ୟ ଏଠାକାର ପ୍ରଶାସନ ଓ ହସ୍ପିଟାଲ ଲୋକଙ୍କ ଅଭିଯୋଗ କୁ କିଛି ଗୁରୁତ୍ବ ଦେଇ ନାହିଁ । କିନ୍ତୁ ଏବେ ହସ୍ପିଟାଲ ସାମ୍ନାର ଏକ ଫଟୋ WhatsApp ରୁ WhatsApp କୁ ଘୁରି ବୁଲୁଥିବାରୁ ଏବେ ମୁରିବାହାଲ ରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ରାସ୍ତା କୁ ନେଇ ହେଉଥିବା ଅସୁବିଧା କୁ କହିବା ଅପେକ୍ଷା ଏବେ ଲୋକେ ଏହା କହି ମନକୁ ବୁଝାଉଛନ୍ତି ଯେ କଣ୍ଟାବାଞ୍ଜି ରୁ ଚଉଡା ରାସ୍ତା କାମ ଆସୁଛି ଆଉ କିଛି ଦିନ ପରେ ଏ ଅସୁବିଧା ମଧ୍ୟ ଦୂର ହୋଇଯିବ । କିନ୍ତୁ ଲଜ୍ୟାର ବିଷୟ ରାସ୍ତା କୁ କେହି ଟିକିଏ କଂକ୍ରିଟ ମଧ୍ୟ କରେଇ ପାରି ନାହାନ୍ତି । ମୁରିବାହାଲ ଅଞ୍ଚଳରେ ଅନେକ ସମସ୍ୟା ଲାଗି ରହିଥିବା ବେଳେ ଏହା ତନ୍ମଧ୍ୟରୁ ଏକ ବଡ଼ ଅସୁବିଧା କିନ୍ତୁ ଦେଖିବାକୁ ବାକି ରହିଲା ପ୍ରଶାସନ ଚଉଡା ରାସ୍ତା ର ଅପେକ୍ଷା ରେ ରହିବ ନା ଅଞ୍ଚଳ ର ଉନ୍ନତି ପାଇଁ କିଛିଖରାଦିନିଆ ବର୍ଷା ରେ ଉଜିଡି ଗଲା ,ମୁରିବାହାଲ ହସ୍ପିଟାଲ ଓ ପ୍ରଶାସନ ର ଇଜ୍ଜତ । କିନ୍ତୁ ମାତ୍ର ୫୦ ମିଟର ହେବ ମୁଖ୍ୟ ରାସ୍ତା ରୁ ମେଡ଼ିକାଲ କୁ,,,,ଦେଖିବାକୁ ବାକି ରହିଲା ପ୍ରଶାସନ ଚଉଡା ରାସ୍ତା ର ଅପେକ୍ଷା ରେ ରହିବ ନା ଅଞ୍ଚଳ ର ଉନ୍ନତି ପାଇଁ କିଛି ପଦକ୍ଷେପ ନେବେ, ଏମିତି ଏକ ଭିଡିଓ ଆମ ପ୍ରତିନିଧି ହାତରେ ଲାଗିଛି ।

 ମୁରିବାହାଲ୍ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ