।। କାର ଓ କଡ଼ିଙ୍ଗା ମାଳି ଖଣି ପରିବହନ ଟିପର ମୁହାଁମୁହିଁ ଦୁର୍ଘଟଣା ।।

Dec 13, 2023 - 21:12
 0  411
।। କାର ଓ କଡ଼ିଙ୍ଗା ମାଳି ଖଣି ପରିବହନ ଟିପର ମୁହାଁମୁହିଁ ଦୁର୍ଘଟଣା  ।।

ଲକ୍ଷ୍ମୀପୁର,୧୩/୧୨ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଟିମାଝୋଲା ଛକ ନିକଟରେ ସକାଳ ୬ଘଣ୍ଟିକା ସମୟରେ କୁହୁଡି ରହିଥିବାରୁ କାର ନମ୍ବର OR 02 1524 ଓ କଡ଼ିଙ୍ଗା ମାଳି ଖଣି ପରିବହନ ହାଇବା ନମ୍ବର OD05AP4096 ଦୁର୍ଘଟଣା ହୋଇଛି ।ଏହି ଦୁର୍ଘଟଣା କାର ଚାଳକ ସହିତ ୩ଜଣ ଆହତ ହୋଇଛନ୍ତି ।ସେହି ୪ଜଣ ଭୁବେନେଶ୍ୱର ଠାରୁ ତେନ୍ତୁଳିଖୁଣ୍ଟି ଯାଉ ଥିବା ବେଳେ କାକିରିଗୁମା ଦେଇ କୋଡ଼ିଙ୍ଗା ମାଳି ମାଲ ପରିବହନ ହାଇବା ସହ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା।ଏହି ଦୁର୍ଘଟଣା ଖବର ପାଇ ଲକ୍ଷ୍ମୀପୁର ପୋଲିସ ପହଞ୍ଚି ଥିଲେ।ଏବଂ କାରରେ ଥିବା ଚାରି ଜଣ ଆହତଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରିବା ପରେ ଆହାତ ୪ଜଣଙ୍କ ଅବସ୍ଥା ଗୁରୁତ୍ବର ରହି ଥିବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ମାଲ ପରିବହନ ଗାଡି ଜବତ କରି ଥାନାକୁ ଅଣାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଏକ ଭୋଜି ଖାଇ ନିଜ ଗ୍ରାମ ଅଞ୍ଚଳ ଗୁମା ଗ୍ରାମକୁ ଫେରୁଥିବା ବେଳେ ଏପରି ଦୁର୍ଘଟଣା ହୋଇ ଥିବାର ସୂଚନା ମିଳିଛି।

 ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 2
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ