କବିଗୌରବ ସମ୍ମାନ ପାଇବେ ସାହିତ୍ୟିକ କୀର୍ତି ବହିଦାର
କୋଲାବିରା, ୨୭ ।୩ (ଫାଷ୍ଟ ନ୍ୟୁଜ ଓଡିଶା) : ସାହିତ୍ୟିକ ଓ ସଙ୍ଗଠକ ତ-କୀର୍ତି ଚନ୍ଦ୍ର ବହିଦାରଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ କବିଗୌରବ ସମ୍ମାନରେ ବିଭୁଷିତ କରାଯିବ ବୋଲି ତେଲିଙ୍ଗିବାଜା ପତ୍ରିକାର ପ୍ରତିଭା ଚୟନ କମିଟି ବୈଠକରେ ସର୍ବ ସମ୍ମତିକ୍ରମେ ଅନୁମୋଦିତ ହୋଇଛି । ବେଦବ୍ୟାସ ସ୍ଥିତ ଗୁରୁକୁଳ ବୈଦିକ ଆଶ୍ରମ ପରିସରରେ ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଡ ସରୋଜିନୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତେଲିଙ୍ଗିବାଜା ପତ୍ରିକାର ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ସ୍ବାଗତ ଭାଷଣ ସହିତ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଅବଗତ କରାଇଥିଲେ । ପ୍ରତିଭା ଚୟନ ପ୍ରକ୍ରିୟାରେ ଯେଉଁମାନଙ୍କୁ ସମର୍ପିତ କରାଯିବ,ସେମାନେ ହେଲେ ଶିଶୁ ସାହିତ୍ୟିକ ଓ ବାନର ସେନା ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟାଇ,ପାଠାଗାର ଆନ୍ଦୋଳନର ଅନ୍ୟତମ ପୁରୋଧା ବିଭୂତି ଭୂଷଣ ସାଇଁ ଶିଶୁ ସୃଷ୍ଟି ସାହିତ୍ୟ ସଂସ୍କୃତି ପରିଷଦର ସମ୍ପାଦକ ଅମୂଲ୍ୟ କୁମାର ବାରିକ,ବିଶିଷ୍ଟ ବିଜ୍ଞାନ ଲେଖକ ଧର୍ମରାଜ ପ୍ରଧାନ,ବରିଷ୍ଠ ଗୀତିକବି ତାରିଣୀ ଚରଣ ସାହୁ କବି ଅଶୋକ କୁମାର ପାତ୍ର,ଗାଳ୍ପିକ ନିକ୍ୟୁଜ ବିହାରୀ ଦାଶ,ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସାହୁ ସାହିତ୍ୟ ସଙ୍ଗଠକ ତ କୀର୍ତିଚନ୍ଦ୍ର ବହିଦାର,କବିସୌରଭ ରମେଶ ଚନ୍ଦ୍ର ଆଚାର୍ଯ୍ୟ,କ୍ୟୁଜ ବିହାରୀ ସାହୁ ଏବଂ ସାହିତ୍ୟିକ ତୀର୍ଥବାସୀ ପଟେଲ ପ୍ରମୁଖ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ତ୍ରୟୋବିଂଶ ସମ୍ମାନ ସମାରୋହରେ ଏହି ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରାଯିବ ବୋଲି ପତ୍ରିକାର ସମ୍ପାଦନା ମଂଡଳୀ ସୂତ୍ରରୁ ପ୍ରକାଶ । ବୈଠକରେ ଡ. ନିଶିକାନ୍ତ ମିଶ୍ର,ପ୍ରକାଶ ଚନ୍ଦ୍ର ସେଠୀ,ଶ୍ଵେତ କୁମାର ବେହେରା,ଉପେନ୍ଦ୍ର କୁମାର ବସ୍ତିଆ,ସଂଗ୍ରାମ କିଶୋର ଭୂୟାଁ,ବିଜୟ କୁମାର ମିଶ୍ର,ହରପ୍ରିୟା ସାମଲ ଶ୍ରୋତାଲିନା ଶତପଥୀ,ମୀରା ମଲ୍ଲିକ,ସୁଚିସ୍ମିତା ପଣ୍ଡା,ଅରତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କୋଲବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0