କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୧ ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ

Jul 14, 2026 - 19:46
 0  1
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୧ ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ

ଫୁଲବାଣୀ ୧୪/୭(ସଲମନ୍ ବିନ୍ଧାଣୀ)ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୧ ତମ ବାର୍ଷିକ ଉତ୍ସବ, ଆଲୋଚନା ଚକ୍ର, ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି, ସାମ୍ବାଦିକ ଡ ଅରୁପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବର ଉଦଘାଟନୀ ଅଧିବେଶନରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନବିକ ଅଧିକାରର ଉପ ଆରକ୍ଷୀ ଅଧିକ୍ଷକ ଗୋବିନ୍ଦ ଚନ୍ଦ୍ର ବୁରୁହା , ମୁଖ୍ୟବକ୍ତା ଭାବେ କଳିଙ୍ଗ ପେଷାଦାର ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ରାଜ କିଶୋର ସ୍ଵାଇଁ ଓ ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲା ସାମ୍ବାଦିକ ସଂଘର ଉପସଭାପତି ସନ୍ତୋଷ ଦିଗାଲ ଓ ପ୍ରକାଶ ନାୟକ ଓ ରାଜ୍ୟ ସଂଘର ଉପସଭାପତି ସୌରଭ ପଟ୍ଟନାୟକ ପ୍ରମୁଖ ପ୍ରଦୀପ ଜାଳି ଆନୁଷ୍ଠାନିକ ଭାବେ ସମାବେଶକୁ ଉଦଘାଟନ କରିଥିଲେ। ଜିଲ୍ଲା ସାମ୍ବାଦିକ କାର୍ଯ୍ୟକାରୀ ସଭାପତି ସୁନିଲ ପଟ୍ଟନାୟକ ଅତିଥିମାନଙ୍କୁ ମଞ୍ଚକୁ ସ୍ଵାଗତ କରି ପ୍ରାରମ୍ଭିକ ସୂଚନା ଦେଇଥିଲେ। ସାମ୍ବାଦିକତା କ୍ଷେତ୍ରରେ ପଚାଶ ବର୍ଷ ପୂରଣ କରିଥିବା ଡ ଅରୁପ ଜେନା କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ଗଠନ , ସମ୍ବାଦିକ ଓ ସମ୍ବାଦ ପତ୍ରର ବିଭିନ୍ନ ଦିଗ, ଉପରେ ଏବଂ ବିଭିନ୍ନ ସରକାରୀ ପ୍ରତିବଦ୍ଧକ ସମ୍ପର୍କରେ ସୂଚନା ଦେଇଥିଲେ।ସାମ୍ବାଦିକ ମାନେ ସମାଜ ଘଟଣାବଳୀକୁ ଲୋକ ଲୋଚନକୁ ଆଣୁଥିବା ବେଳେ ଏକ ତରଫା ସମ୍ବାଦ ପରିବେଷଣ ନକରି ମତାମତ ନେବା ଆବଶ୍ୟକ ବୋଲି ଫୁଲବାଣୀ ବିଧାୟକ ତଥା ମୁଖ୍ୟଅତିଥି ପରାମର୍ଶ ଦେଇଥିଲେ। କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ଅଶୋକ ପରିଡା ଜିଲ୍ଲା ସାମ୍ବାଦିକ ସଂଘର ବିବରଣୀ ପାଠ କରି ସରକାରଙ୍କୁ ଦିଆଯାଇଥିବା ଦାବୀ ସମ୍ପର୍କରେ ଅବଗତ କରାଇଥିଲେ। ଆଲୋଚନା ଚକ୍ର ଉପରେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣି, ବିନାୟକ ମିଶ୍ର ଓ ରାଜ୍ୟ କଳିଙ୍ଗ ପେଷାଦାର ସାମ୍ବାଦିକ ସଂଘର ବହୁ ବରିଷ୍ଠ ସଦସ୍ୟ ମତ ରଖିଥିଲେ। ଅପରାହ୍ନ ଅଧିବେଶନରେ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ଉପସଭାପତି ଡ ଅରୁପ ଜେନାଙ୍କ ଅଧ୍ୟକ୍ଷତାରେ ସୁବାଷ ଚନ୍ଦ୍ର ସ୍ଵାଇଁ ଓ ରାଜ କିଶୋର ସ୍ବାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଂଘର ସଭ୍ୟ ସଂଗ୍ରହ ସାମ୍ବାଦିକଙ୍କ ମାନରକ୍ଷା, ବୀମା, ସୁରକ୍ଷା, ଓ ଆଗାମୀ ସାଂଗଠନିକ ପୂନର୍ଗଠନ ସମ୍ପର୍କରେ ନିଷ୍ପତି ନିଆଯାଇଥିଲା। ଜିଲ୍ଲା ସଂଘର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାମ୍ବାଦିକ ସମାବେଶର ଉଦଯାପନୀ ଉତ୍ସବରେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜ ଗଠନରେ ସାମ୍ବାଦିକର ଭୂମିକା, ତଥ୍ୟ ଭିତିକ ଖବର ପରିବେଷଣ ସମ୍ପର୍କରେ ସୂଚନା ଦେବା ସହ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ସମ୍ପର୍କ ରେ ବିଧାନ ସଭାରେ ପ୍ରସ୍ତାବ ଦେବାକୁ କହିଥିଲେ। ଆଇନଜୀବୀ ସଂଘର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ଚନ୍ଦ୍ର ଶେଖର ପରିଡା ସମ୍ମାନୀତ ଅତିଥି ଭାବେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ସୂଚନା ଦେଇଥିଲେ।ଭୁବନେଶ୍ୱର ଏସିଆନ ଏଜ୍ ର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ସମ୍ମାନିତ ବକ୍ତା ଭାବେ ନିର୍ଭୀକ ସାମ୍ବାଦିକତା, ସମ୍ବାଦିକଙ୍କ ଉପରେ ବ୍ରିଟିଶ ଶାସନ ସମୟରୁ କେବେ କିପରି ପ୍ରତିବନ୍ଧକ ଲଗାଯାଇଥିଲା,ସାମ୍ବାଦିକଙ୍କ ସୁରକ୍ଷା ଓ ସାମ୍ବାଦପତ୍ର ଉପରେ ବହୁ ତଥ୍ୟ ଭିତିକ ସୂଚନା ଦେଇଥିଲେ। ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କେତେ ସମାଜ ସେବୀ, ଅବସର ପ୍ରାପ୍ତ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ଶେଷରେ ଅନୁଷ୍ଠିତ ସମ୍ବର୍ଦ୍ଧନା ପର୍ବରେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ କଳିଙ୍ଗ ପେଷାଦାର ସଂଘର ସଦସ୍ୟ ଓ ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ମାନଙ୍କୁ ପୁଷ୍ପଗୁଛ, ଟ୍ରଫି ଓ ଉପଢୗକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଭାପତିଙ୍କ ତରଫରୁ ଦିବସ ବ୍ୟାପି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଅଶୋକ ପରିଡା ସୂଚାରୁରୂପେ ସଂଞ୍ଚାଳନ କରିଥିଲେ। ଏହି ଅବସରରେ କଟକ ପୁରୀ ଭୁବନେଶ୍ୱର, ନୟାଗଡ, ଗଜପତି କୋରାପୁଟ, ନୂଆପଡା, ମୟୁରଭଞ୍ଜ, କେଉଁଝର, ଅନଗୁଳ, ଯାଯପୁର, ବୌଦ୍ଧ,ରାୟଗଡା, ଖୋର୍ଦ୍ଧା ଇତ୍ୟାଦିର ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଆଲୋଚନା ରେ ଭାଗନେଇଥିଲେ। କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ଜୟସେନ ପରିଡା, ସନ୍ତୋଷ କୁମାର ଦିଗାଲ,ସନ୍ତୋଷ ବେହେରା, ଅଚ୍ୟୁତାନନ୍ଦ ସେଠୀ,ବାଳକୃଷ୍ଣ କହଁର, ଲଳିତ ମଲ୍ଲିକ , ରଞ୍ଜିତ ବେହେରା, ଶିବ ପ୍ରସାଦ ନାୟକ, ରାଜ କିଶୋର ବେହେରା, ମନୋଜ ବେହେରା,ଶମ୍ଭୁ ପ୍ରସାଦ କହଁର, ମୁସ୍କାନ ସୁଆର, ନିବେଦିତା ଖାଡେଙ୍ଗା ଓ ଅଶୋକ ପ୍ରଧାନ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। ଅନିର୍ବାର୍ଯ୍ୟ କାରଣ ବଶତଃ ରାଜ୍ୟ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ରାଜ୍ୟ ସଂଘର ସଭାପତି ମନୋଜ ଦାସ କାର୍ଯ୍ୟକ୍ରମରେ ପହଞ୍ଚି ନପାରିବାରୁ ଶୁଭେଛା ବାର୍ତ୍ତା ପଠାଇଥିଲେ।ବହୁ ଶୁଭେଛୁ, ପାଠକ ଓ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ