ଓଡିଶା ଦିବସରେ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ଟୁର୍ଣ୍ଣାମେଣ୍ଟ ( ଆଜାଦ କ୍ଲବ ଚାମ୍ପିୟାନ )
ବାରିପଦା - ତା :- ୦୨/୦୩/୨୦୨୬ ରିଖ ପବିତ୍ର ଓଡିଶା ଦିବସ ଅବସରରେ ସ୍ଥାନୀୟ ପୋଲିସ ପେରେଡ ପଡିଆରେ କିଚକେଶ୍ବରୀ ଭଲିବଲ ଏକାଡେମୀ ଓ ଆର ଆଇ, ପୋଲିସ ଙ୍କ ଆନୁକୂଲ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟରେ ଆଜାଦ କ୍ଲବ, ପୋଲିସ ଟିମ, ଫାୟାର ଟିମ ଓ କିଚକେଶ୍ବରୀ ଭଲିବଲ ଦଳ ଅଂଶଗ୍ରହଣ କରିଥିବା ବେଳେ ଆଜାଦ କ୍ଲବ ୨-୧ ସେଟରେ ପୋଲିସ ଟିମକୁ ପରାସ୍ତ କରି ଚାମ୍ପିୟାନ ହୋଇଥିଲା I ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ବିଜୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଭଲିବଲ ସମ୍ପାଦକ ପାର୍ଥସାରଥୀ ସ୍ୱାଇଁ, ଆର ଆଇ, ପୋଲିସ ଆଲୋକ କୁମାର କାନୁନଗୋ, ସାରଜେଣ୍ଟ ଗୌତମ ପ୍ରଧାନ, ଫାଇୟାର ଅଫିସର ଗଜେନ୍ଦ୍ର ସିଂହ, କ୍ରୀଡ଼ାବିତ ଭାନୁପ୍ରତାପ ଭଞ୍ଜଦେଓ ପ୍ରମୁଖ ଉପସ୍ଥିତ ରହି ଓଡିଶା ଦିବସ ଉପରେ ଆଲୋକପାତ କରିବା ସହ ପୁରସ୍କାର ବିତରଣ କରିଥିଲେ I ଚାମ୍ପିୟାନ ଓ ରନର୍ସ ଅପ ଦଳ ସହ ଶ୍ରେଷ୍ଠ ଖେଳାଳି ଭାବେ ସତ୍ୟଜିତ ବାରିକ, ଦେବିପ୍ରସାଦ ବେହେରା ଓ ଗୁଡ୍ଡୁ ଙ୍କୁ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା I ଜାତୀୟ ରେଫେରୀ ରାଜେଶ କୁମାର ଦାସ, ହରିହର ମଲ୍ଲିକ, ଦୀପକ କୁମାର ମୁଣ୍ଡା, ଦୀପକ ବେହେରା, ଚନ୍ଦ୍ରମୋହନ ଦଳେଇ, ସ୍ନେହାଶିଷ ଓ ପିନାକୀ ମହାନ୍ତି ଖେଳ ପରିଚାଳନା କରିଥିଲେ I ରାଜେନ୍ଦ୍ର ନାଥ ନାଏକ ସ୍କୋରିଙ୍ଗରେ ସହଯୋଗ କରିଥିବା ବେଳେ ଗଦାଧର ବିଶ୍ୱାଳ ଧାରାବିବରଣୀ ପ୍ରଦାନ କରିଥିଲେ I ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0