।। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କର୍ମଚାରୀ ଅଭାବ ମିଳୁନି ସଠିକ୍ ସେବା, ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ।।

Sep 26, 2024 - 17:50
 0  72
।। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କର୍ମଚାରୀ ଅଭାବ ମିଳୁନି ସଠିକ୍ ସେବା, ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ।।

ବରୀ ବ୍ଲକ୍‌ର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ ବରୀ ମାଉଣ୍ଡ | ଏଠାରେ ରହିଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଏକ ଶାଖା I ଏହି ଶାଖା ଉପରେ ଦିନକୁ ଦିନ ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖ‌ିବାକୁ ମିଳୁଛି। ଆବଶ ଚାରୀ ଅଭାବରୁ ବଶ୍ୟକ ସଂ ସଂଖ୍ୟକ କର୍ମଚାରୀ ଗ୍ରାହକ ହକ ଉଚିତ୍ ସେବା ପାଇପାରୁ ନ ଥିବା ଦେଖୁବାକୁ ମିଳୁଛି । ଏହି ଶାଖାରେ ଚାରିଜଣ କର୍ମଚାରୀ ରହିବାର ନିୟମ ଥିବାବେଳେ ମାତ୍ର ଦୁଇଜଣ କର୍ମଚାରୀରେ ଶାଖା I ଚାଲିଛି । ବର୍ତ୍ତମାନ ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କକୁ ଗ୍ରାହକ ଇ-କେୱାଇସି, ଆଧାର ଲିଙ୍କ୍, ଡିବିଟି ଲିଙ୍କ୍, ଅର୍ଥ ଜମା ଓ ଉଠାଣ କରିବାକୁ ପ୍ରତିଦିନ ଅସମ୍ଭବ ଭିଡ଼ ହେଉଛି। ଜଣେ କ୍ୟାସିୟରଙ୍କୁ ଛାଡ଼ିଦେଲେ ଅନ୍ୟଜଣେ କିଭଳି ଏସବୁ କାର୍ଯ୍ୟ କରିବେ, ତାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ତୁରନ୍ତ ଉଚ୍ଚକର୍ତ୍ତୃପକ୍ଷ ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଯୋଗାଇ ଦେବାକୁ ଗ୍ରାହକ ମହଲରେ ଦାବି ହେଉଛି।

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ