ଏନ୍ଏସି ବୈଠକରେ କୌଣସି ତଥ୍ୟ ମାଗିଲେ ମିଳୁନି:ଅଧାରୁ ଉଠି ପଳାଇଲେ କାଉନ୍ସିଲର
କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିର କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି l ଏଥିରେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ ଙ୍କ ସମେତ ବହୁ ପଦାଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ। ବୈଠକ ଅଧାରୁ ଉଠି ପଳାଇଲେ ୧ ନଂ.ୱାର୍ଡ଼ ର କାଉନସିଲର ଅଜୟ କୁମାର ଦିଗାଳ। ସେ ଅଭିଯୋଗ କରିଛନ୍ତି ଯେ, ବୈଠକରେ କୌଣସି ତଥ୍ୟ ମାଗିଲେ ଦେଉନାହାନ୍ତି। ଆଜିର ଏହି ବୈଠକରେ ଏହି ବିଷୟରେ ପଚାରିଥିଲି କିନ୍ତୁ କର୍ତ୍ତୃପକ୍ଷ କିଛି ଉତ୍ତର ଦେଉନାହାନ୍ତି । କିଛି ତଥ୍ୟ କାଉନସିଲର ହିସାବରେ ଜାଣିବାକୁ ଚାହିଁଲେ କହୁଛନ୍ତି ଆରଟିଆଇ ପକାଇ ତଥ୍ୟ ମାଗ ଦିଆଯିବ ବୋଲି କହୁଛନ୍ତି। ଆରଟିଆଇରେ ମାଗିଲେ ବି ତଥ୍ୟ ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି କାଉନସିଲର ଅଜୟ କୁମାର ଦିଗାଳ। ତେଣୁ ଆଜିର ବୈଠକରେ ଏହି ବିଷୟରେ ପଚାରିବାରୁ ଉତ୍ତର ମିଳିନଥିବା ଓ ଏନଏସିରେ ବ୍ୟାପକ ଦୁର୍ନିତି ହେଉଥିବା ବିଷୟ କାଉନ ସିଲର ଶ୍ରୀ ଦିଗାଳ କହିଛନ୍ତି। ଏହି ବାବଦରେ କାର୍ଯ୍ୟନିର୍ବାହୀ ଅଧୁକାରୀ କହିଛନ୍ତି ଯେ, ଏକତୃତିୟାଂଶ ସଭ୍ୟ ଥିଲେ ବୈଠକ ହୋଇପାରିବ। ତେଣୁ ଆଜି ୫ଜଣ କାଉନସିଲର ଥିଲେ ବୈଠକ ହେଲା ଏବଂ ଏଜେଣ୍ଡା ଉପରେ ଆଲୋଚନା ହେବାକୁ କୁହାଗଲା। କିନ୍ତୁ ଏଜେଣ୍ଡା ବାହାର ପଚାରିଥିଲେ ଏବଂ ଏଜଣ୍ଡା ଆଲୋଚନା ହେବାପରେ ସେ ଉପରେ ଆଲୋଚନା କରିବାକୁ କହିଲୁ କିନ୍ତୁ ସେ ବୈଠକ ଅଧାରୁ ଉଠି ପଳାଇଲେ ବୋଲି କହିଛନ୍ତି।
କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0