।। ଏକ ସେକ୍ସ ରେକେଟ ଧରିଲା ପୋଲିସ୍ ଚାରି ଯୁବତୀ ସହ ଆଠ ଅଟକ ।।

Mar 18, 2024 - 15:56
 0  33
।। ଏକ ସେକ୍ସ ରେକେଟ ଧରିଲା ପୋଲିସ୍ ଚାରି ଯୁବତୀ ସହ ଆଠ ଅଟକ ।।

ବଲାଙ୍ଗୀର ସହର ମଧ୍ୟରେ ଥିବା ଖର୍ସେଲ ପଡ଼ାରୁ ଏହି ସେକ୍ସ ରେକେଟ୍ କୁ ଧରିଛି ବଲାଙ୍ଗୀର ଟାଉନ ପୋଲିସ। ତେବେ ବିଶ୍ଵସ୍ଥ ସୂତ୍ରରୁ ବଲାଙ୍ଗୀର ଟାଉନ ପୋଲିସ ଏଭଳି ଅଭିଯୋଗ ପାଇଥିଲା। ଏବଂ ଆଜି ରାତିରେ ଏହି ପଡ଼ାର ଜଣଙ୍କ ଭଡାଘରେ ଚଢାଉ କରିଥିଲା। ଯେଉଁଠୁ ପୋଲିସ୍ ଚାରି ଯୁବତୀ ସହ ଚାରି ଜଣ ଯୁବକଙ୍କୁ ଧରିଛି। ତେବେ ଦୀର୍ଘ ଦିନରୁ ଏଠି ଏହି ସେକ୍ସ ରେକେଟ ଚାଲିଥିବା ବେଳେ ଜିଲ୍ଲା ଓ ଜିଲ୍ଲା ବାହାରୁ ଯୁବତୀ ଓ ଗ୍ରାହକ ଏଠାକୁ ଆସୁଥିବାର ଜଣା ପଡ଼ିଛି। ସେପଟେ ପୋଲିସ୍ ଆଜି ଏଥିରେ ପଦକ୍ଷେପ ନେଇ ଚାରି ଜଣ ଯୁବତୀ ସମେତ ଚାରି ଜଣ ଗ୍ରାହକଙ୍କୁ ଧରିଛି। ଏବଂ ବହୁ ଆପତ୍ତି ଜନକ ସାମଗ୍ରୀ ଔଷଧ ଇତ୍ୟାଦି ଜବତ କରିଛି। ସେହିପରି ଏହାର କିଙ୍ଗ ପିନ କୁହା ଯାଉଥିବା ଜଣେ ମହିଳା ଏବେ ଫେରାର ଥିବାର ସୂଚନା ମିଳିଛି। ସେପଟେ ପୋଲିସ୍ ଏଥିରେ ସବିଶେଷ ତଦନ୍ତ ଜାରି ରଖିଛି।ତେବେ ବଲାଙ୍ଗୀର ଏସ ଡି ପି ଓ ,,ପ୍ରଦୀପ ସାହୁ କହିଛନ୍ତି ଯେ ଆଜି ଏହାର ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ସେ ନିଜେ ଓ ବଲାଙ୍ଗୀର ଟାଉନ ଥାନା ଅଧିକାରୀ ତଥା ଷ୍ଟାଫ୍ ଏଠି ଚଢାଉ କରିଥିଲେ। ଏବଂ ଏଥିରେ ଚାରି ଜଣ ଯୁବତୀ ଙ୍କ ସମେତ ଚାରି ଜଣ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଚାଲିଥିବା ର ସେ କହିଛନ୍ତି। ସେହିପରି ତଦନ୍ତ ସରିଲେ ଏହାର ସବିଶେଷ ଜଣା ପଡ଼ିବ ବୋଲି ସେ କହିଛନ୍ତି। ବଲାଙ୍ଗୀର ସହରରେ ବିଭିନ୍ନ ପଡା ରେ ଏଭଳି ଏକାଧିକ ରେକେଟ ସକ୍ରିୟ ଥିବାର ଅଭିଯୋଗ ଆସିଛି। ଏବଂ ବିଶେଷ କରି ବଙ୍ଗୀୟ ଓ ଛତିଶଗଡ଼ ରୁ ଯୁବତୀ ଙ୍କୁ ଅଣା ଯାଇ ଏଠି ଏହି ରେକେଟ୍ ସବୁ ଚାଲି ଆସୁଛି। ତେବେ ସାଧାରଣ ରେ ଏହି ବେଆଇନ୍ ଧନ୍ଦା ଉପରେ ପୋଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

 ବଲାଙ୍ଗିର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ