ଉମରକୋଟ ରେ ପ୍ରଶାସନ ର ଜବର ଦଖଲ ଉଛେଦ ଜାରି /ମାଟିରେ ମିଶିଲା ଷ୍ଟଲ ଓ ଘର

May 9, 2026 - 22:30
 0  19
ଉମରକୋଟ ରେ ପ୍ରଶାସନ ର ଜବର ଦଖଲ ଉଛେଦ ଜାରି /ମାଟିରେ ମିଶିଲା ଷ୍ଟଲ ଓ ଘର

ଉମରକୋଟ /୦୯/୦୪/୨୬ ଆଜି ଜିଲ୍ଲା ପ୍ରଶାସନ ର ନିର୍ଦେଶ କ୍ରମେ ପୂର୍ବରୁ ନୋଟିସ ରେ ଥିବା ଘର ଗୁଡିକ ର ଜବରଦଖଲ ଉଛେଦ ଉମରକୋଟ ପୋଲିସ ଓ ତହସିଲ କର୍ମଚାରୀ ଙ୍କ ଦ୍ୱାରା କରାଯାଇଛି. ସେଥି ମଧ୍ୟରୁ ସରକାରୀ ଜମି ରେଜବରଦଖଲ କରି ଘର ଓ ବ୍ୟବସାୟ ଭିତ୍ତିରେ ଷ୍ଟଲ ନିର୍ମାଣ କରିଥିବା 10 ଟି ନିର୍ମାଣ ସୌଧ କୁ ଭାଙ୍ଗି ଦିଆଯାଇଛି. ଉମରକୋଟ ତହସିଲଦାର ଙ୍କ ସୂଚନା କ୍ରମେ 17 ଜଣଙ୍କୁ ପୂର୍ବରୁ ନୋଟିସ ଦିଆ ଯାଇଥିବା ବେଳେ ସାତ ବ୍ୟକ୍ତି କୋର୍ଟ ରୁ ଆଗୁଆ ରହିତାଦେଶ ଆଣିଥିବା ବେଳେ ସେମାନଙ୍କୁ ବାଦ ଦେଇ ବଳକା ଷ୍ଟଲ ଓ ବେଆଇନ ଘର କୁ ଉଛେଦ କରାଯାଇଛି.ଷ୍ଟାଡିଅମ ସାମ୍ନା ରେ ଥିବା ଜବରଦଖଲ ଉଛେଦ ପାଇଁ ପକ୍ରିୟା ଆରମ୍ଭ ହେଇଥିବା ବେଳେ ମାନ୍ୟବର କୋର୍ଟ ଙ୍କ ରହିତା ଦେଶ ଥିବାରୁ ପରବର୍ତୀ ଆଦେଶ କୁ ଅପେକ୍ଷା ରହିଛି. ଆଜି କେବେଳ ଦାରାଘାଗୁଡା ର ଗୋଟିଏ ଷ୍ଟଲ ଓ ମେନ୍ଦାବେଡା ନିକଟରେ 6ଟି ଘର କୁ ଜେସିବି ସହାୟତା ରେ ଉଛେଦ କରାଯାଇଛି.କୋର୍ଟ ଙ୍କ ଅଙ୍କୁଶ ହଟିଲେ ତାହା ମଧ୍ୟ୍ୟ ବହୁ ଶୀଘ୍ର ଉଛେଦ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି. ଆଗକୁ ଉମରକୋଟ ରେ ସରକାର ଙ୍କ ବହୁ ଜନକଲ୍ୟାଣ ଯୋଜନା ମଧ୍ୟରୁ ସ୍ୱତନ୍ତ୍ର ସର୍କିଟ ହାଉସ, ପ୍ରସ୍ତାବିତ ନୂତନ ବସ ଷ୍ଟାଣ୍ଡ, କୋର୍ଟ ଗୃହ, ଏମିତି ଅନେକ ଯୋଜନା ଥିବାରୁ ଜମିର ଆବଶ୍ୟକ ନିମନ୍ତେ ନିର୍ଦେଶ ରହିଛି ବୋଲି କହିଥିଲେ.ଜବରଦଖଲ ଉଛେଦ ସମୟରେ ଉମରକୋଟ ତହସିଲଦାର ମାଗବାନ ବାଗ, ଅତିରିକ୍ତ ତହସିଲଦାର, ଟାଉନ ଆର. ଆଇ, ଉମରକୋଟ ଥାନା ଅଧିକାରୀ ବିପିନ କୁମାର ବାଘ,ଏସ. ଆଇ ସଞ୍ଜୟ ମଣ୍ଡଳ ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ.

ଉମରକଟ ରୁ ସମ୍ରାଟ ବିଶ୍ୱାସ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ