ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ:କୌଣସି ସରକାରୀ ଛୁଟି ନ ଥାଇ ମଧ୍ୟ ସ୍କୁଲ ବନ୍ଦ

Jul 27, 2026 - 18:36
 0  2
ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ:କୌଣସି ସରକାରୀ ଛୁଟି ନ ଥାଇ ମଧ୍ୟ ସ୍କୁଲ ବନ୍ଦ

ଲାଞ୍ଜିଗଡ଼,୨୭/୦୭:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ର ଛାତ୍ରୀ ମାନେ ସୋମବାର ସ୍କୁଲ ଯାଇ ସ୍କୁଲରେ ତାଲା ପଡ଼ିଥିବା ଦେଖି ଘରକୁ ଫେରି ଥିଲେ l ତେଵେ ସ୍କୁଲରେ ଦୁଇ ଜଣ ଶିକ୍ଷକ ନିୟୋଜିତ ଥାଇ ମଧ୍ୟ କୌଣସି ସରକାରୀ ଛୁଟି ନ ଥାଇ କାହିଁକି ସ୍କୁଲ ବନ୍ଦ ରହିଥିଲା ତାହା ଏବେ ଏକ ବିରାଟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି l କୌଣସି ସରକାରୀ ଛୁଟି ନ ଥାଇ ଶିକ୍ଷକ ମାନେ ସ୍କୁଲ ବନ୍ଦ କରିବା କେତେଦୂର ଯଥାର୍ଥ ବୋଲି ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଏପଟେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ମାସିକ ପାରିଶ୍ରମିକ ମୋଟା ଅଙ୍କର ଦରମାର ବ୍ୟବସ୍ଥା ରହିଛି ହେଲେ ଏତେସବୁ ସରକାରଙ୍କ ବ୍ୟବସ୍ଥା ଭିତରେ ଥାଇ ମଧ୍ୟ ଗ୍ରାମାଞ୍ଚଳ ମାନଙ୍କନରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ଯାହାଦ୍ୱାରା ଅନେକ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଠେଲି ହେଉଛି ବୋଲି ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ରହିଥିବା ବେଳେ ପ୍ରଧାନ ଶିକ୍ଷକ ଭାବେ ନାରାୟଣ ନାଏକ ଓ ସହଶିକ୍ଷକ ଭାବେ ସିପୁନ ନାୟକ କାର୍ଯ୍ୟ ତୁଲାଇ ଆସୁଛନ୍ତି କିନ୍ତୁ ଦୁଇ ଜଣ ଶିକ୍ଷକ ନିଯୁକ୍ତ ଥାଇ ମଧ୍ୟ୍ୟ ଜଣେ ବି ସ୍କୁଲରେ ଉପସ୍ଥିତ ନ ରହିବା କେତେ ଦୂର ଯଥାର୍ଥ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ତେଵେ ଏନେଇଁ ଶହ ଶିକ୍ଷକ ସିପୁନ ନାୟକ ଙ୍କୁ ପଚାରିବାରୁ ମୁଁ ଆମ ପ୍ରଧାନ ଶିକ୍ଷକଙ୍କୁ ଜଣାଇ ଥିଲି ପାହାଡିଆ ରାସ୍ତା ଓ ପ୍ରବଳ ବର୍ଷ ହେଉଛି ମୁଁ ଆଜି ସ୍କୁଲକୁ ଯାଇ ପାରିବି ନାହିଁ ବୋଲି କହି ଥିଲି କିନ୍ତୁ ସିଆର ସିସି ସାରଙ୍କୁ ଜଣାଇ ନ ଥିଲି l ଏହାକୁ ନେଇଁ ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ବର୍ଷା ଯୋଗୁଁ ମୁଁ ସ୍କୁଲକୁ ଯାଇ ପାରିଲି ନାହିଁ କି ସିଆର ସିସି ସାରଙ୍କୁ ମଧ୍ୟ ଜଣେଇଲି ନାହିଁ ମୋ ଭୂଲ ହୋଇଛି ବୋଲି କହୁଥିବା ବେଳେ ଏସମ୍ପର୍କରେ ମାଳିଯୁବାଙ୍ଗ କ୍ଲଷ୍ଟର ସିଆରସିସି ଘାଷି ମାଝୀ ଙ୍କୁ ପଚାରିବାରୁ ସେ ଦୁଇ ଶିକ୍ଷକ ମତେ କୌଣସି ଛୁଟି ପାଇଁ ଲିଖିତ ବା ମୌଖିକ ଭାବେ ଜଣାଇ ନାହାନ୍ତି କି ଆଜି କୌଣସି ସରକାରୀ ଛୁଟି ମଧ୍ୟ ନାହିଁ l ଯଦି ମତେ ଜଣାଇ ଥିଲେ ମୁଁ କେଉଁ ସ୍କୁଲରୁ ଜଣେ ଶିକ୍ଷକଙ୍କୁ ଡେପୁଟେସନ ରେ ପଠେଇବା ବ୍ୟବସ୍ଥା କରିଥାନ୍ତି l ଆଜି କାହିଁକି ସ୍କୁଲ ଛୁଟି କରିଥିଲେ ତାହା ତଦନ୍ତ ପରେ ଜଣାପଡିବ ବୋଲି ମତପ୍ରକାଶ କରିଛନ୍ତି l ତେବେ ଶିକ୍ଷାବିଭାଗ ଦୁଇ ଜଣ ଶିକ୍ଷକଙ୍କ ବିରୋଧରେ କେଉଁ ଭଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ଦେଖ,ଶୁଣ ଚୁପରୁହ ନୀତି ଅଵଲମ୍ବନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ